Indus Valley Times

ଗଜପତି: “ଓରମାସ” ପକ୍ଷରୁ ଜିଲ୍ଲାସ୍ତରୀୟ ୩ ଦିନିଆ ଆମ୍ବ-ମେଳା ଉତ୍ସବ କାର୍ଯ୍ୟକ୍ରମ ଉଦଘାଟିତ

 Breaking News

ଗଜପତି: “ଓରମାସ” ପକ୍ଷରୁ ଜିଲ୍ଲାସ୍ତରୀୟ ୩ ଦିନିଆ ଆମ୍ବ-ମେଳା ଉତ୍ସବ କାର୍ଯ୍ୟକ୍ରମ ଉଦଘାଟିତ

ଗଜପତି: “ଓରମାସ” ପକ୍ଷରୁ ଜିଲ୍ଲାସ୍ତରୀୟ ୩ ଦିନିଆ ଆମ୍ବ-ମେଳା ଉତ୍ସବ କାର୍ଯ୍ୟକ୍ରମ ଉଦଘାଟିତ
June 27
20:07 2023

ଗଜପତି,୨୭/୬ : ପାରଳାଖେମୁଣ୍ଡି ସହର ସ୍ଥିତ ନୂଆ ବସଷ୍ଟାଣ୍ଡ ପରିସରରେ ଥିବା ମାର୍କେଟ କମ୍ପ୍ଲେକ୍ସ ଠାରେ ଆଜି ଜିଲ୍ଲା ଓରମାସ ଏବଂ ମିଶନ-ଶକ୍ତିର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ୩ ଦିନିଆ “ଆମ୍ବ-ମେଳା” ତଥା “ମୋ ପସରା ଆମ୍ବ” ଉତ୍ସବ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମରୀୟମ ରଇତ ଏହି ଉତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ପ୍ରଧାନ , ମେଳା କାର୍ଯ୍ୟକ୍ରମ ଉଦଘାଟନ କରିବା ପରେ ମେଳାରେ ଓରମାସର ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳର ୪ ଟି ଉତ୍ପାଦକ ଗୋଷ୍ଟି ମାଧ୍ୟମରେ ପ୍ରଦର୍ଶିତ ହୋଇଥିବା ୮ ପ୍ରକାରର ଉନ୍ନତ ମାନର ସୁସ୍ଵାଦୁ ଆମ୍ବ ପସରା ଗୁଡ଼ିକୁ ଯଥା:- ଆମ୍ରପଲ୍ଲି , ଲେଙ୍ଗଡା , ଦସେରି , ମଲିକା , ବାଇଗଣ ପଲ୍ଲେଇ , ଆଖୁରସ ଓ ହାତୀମୁଣ୍ଡ ପ୍ରଭୃତି ପ୍ରଦର୍ଶିତ ଆମ୍ବ ପସରା ସବୁ ବୁଲି ଦେଖିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉପସ୍ଥିତ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ , ଏହି ଆମ୍ବ ମେଳା ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବ । ଏଥିରେ ମିଶନ ଶକ୍ତି ଅଧୀନରେ ଥିବା ପ୍ରାୟ ୧୨୦ ଗୋଟି ଏସଏଚଜି: ଗ୍ରୁପ ସାମିଲ ଥିବା ବେଳେ ଏହି ମେଳାରେ ୮ ରୁ ଅଧିକ କିସମର ଉନ୍ନତ ମାନର ଆମ୍ବ-ସବୁ ପ୍ରଦର୍ଶିତ କରା ହୋଇଛି । ମୁଖ୍ୟତଃ ଆମ୍ବ ଉପରେ ଜନସାଧାରଣଙ୍କ ଉତ୍ସୁକତା ବଢ଼ାଇବା ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଏତଦ୍ ବ୍ୟତୀତ , ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳ ମାନଙ୍କରେ ଆମ୍ବକୁ କିଭଳି ପ୍ରକ୍ରିୟା କରଣଶିଳ କରା ଯାଇପାରିବ ଏବଂ ଚାଷୀ “ର\ ଆମ୍ବ ବିକ୍ରି କରିବା ଅପେକ୍ଷା ପ୍ରକ୍ରିୟା କରଣଶୀଳ ଆମ୍ବ ବିକ୍ରି କରିବା ଫଳରେ ଆମ୍ବ ଚାଷୀ ଅଧିକ ଲାଭବାନ ହୋଇପାରିବେ । ଏହାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବା ସହ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଚିନ୍ତା କରୁଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ ।
ଏହି ଆମ୍ବ ମେଳାରେ ସିଧାସଳଖ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଠାରୁ ଗଜପତି ଜିଲ୍ଲା ସମେତ ବାହାର ଜିଲ୍ଲା ଯଥା:- ଅନୁଗୁଳ , ବଲାଙ୍ଗୀର , କଳାହାଣ୍ଡି , କୋରାପୁଟ , ରାୟଗଡ଼ା ଓ ସମ୍ବଲପୁର ପ୍ରଭୃତି ଜିଲ୍ଲାରୁ ଆସିବା ଆମ୍ବ ମଧ୍ୟ ଏହି ମେଳାରେ ବିକ୍ରିବଟା ହେବା ବ୍ୟବସ୍ଥା ରହିଥିବା କୁହାଯାଇଛି ।
ଏହି ଜିଲ୍ଲାସ୍ତରୀୟ ଆମ୍ବ ମେଳା ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲାଗୁନୀ ମାଝୀ , ଜିଲ୍ଲା ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ଓରମାସ: ଅଧିକାରୀ ଶ୍ରୀ ଦିଲୀପ କୁମାର ସାହୁ , ଓଡ଼ିଶା ଜୀବିକା ମିଶନ ଡିପିଏମ: ଶ୍ରୀମତୀ ପ୍ରିୟମ୍ବଦା ବିଶୋଇ , ଜିଲ୍ଲା ଡିଆଇ-ପିଆରଓ: ଶ୍ରୀ ପ୍ରଦୀପ୍ତ ଗୁରୁମାୟୀ , ଜିଲ୍ଲା ମିଶନ ଶକ୍ତିର ଡିପିଏ: ଶ୍ରୀମତୀ ମନସ୍ମିତା ପାତ୍ର ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଜିଲ୍ଲାର ବିଭିନ୍ନ ସ୍ବୟଂ ସହାୟିକା ଦଳ\’ର ମହିଳା ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031