Indus Valley Times

ଗଜପତି: କଂଗ୍ରେସ ଦଳର ବ୍ଲକ୍ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

 Breaking News

ଗଜପତି: କଂଗ୍ରେସ ଦଳର ବ୍ଲକ୍ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

ଗଜପତି: କଂଗ୍ରେସ ଦଳର ବ୍ଲକ୍ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ
August 19
16:50 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୮: ଓଡ଼ିଶାର ପରିବର୍ତ୍ତନ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ । ଓଡ଼ିଶାର ଚାଷୀ ମାନଙ୍କ ଆୟ – ସର୍ବ ଭାରତୀୟ ଚାଷୀ ମାନଙ୍କ ଅଧା:— ପ୍ରଦେଶକଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଯଦି ଓଡ଼ିଶାରେ କିଛି ପରିବର୍ତ୍ତନ ହୁଏ , ତା ହେଲେ ସେ ପରିବର୍ତ୍ତନ କେବଳ କଂଗ୍ରେସ ଦଳ ହିଁ ଆଣିପାରିବ । କଂଗ୍ରେସ ଦଳ ହିଁ ଓଡ଼ିଶାରେ କେବଳ ଏକମାତ୍ର ବିକଳ୍ପ । ଓଡ଼ିଶାରେ ବର୍ତ୍ତମାନ ଯେଉଁ ପ୍ରକାର ଦୁର୍ନୀତି , ଭ୍ରଷ୍ଟାଚାର ଓ ଅପାରଗତା ପ୍ରଭୃତି ଚାରିଆଡ଼େ ଭରି ହୋଇ ରହିଛି , ତାକୁ ଯଦି ସମାଧାନ କରିବାକୁ ହେବ , ସେ ସମାଧାନ କେବଳ କଂଗ୍ରେସ ଦଳ ହିଁ କରିପାରିବ । କଂଗ୍ରେସ ଦଳ ବର୍ତ୍ତମାନ ଓଡ଼ିଶାର ସବୁ ଅଞ୍ଚଳକୁ ଅଗ୍ରାଧିକାର ଓ ଗୁରୁତ୍ଵ ଦେଉଛି ଏବଂ ଦକ୍ଷିଣ ଓଡ଼ିଶା ହେଉଛି କଂଗ୍ରେସ ଦଳର ଏକ ଗଡ ଓ ଦୁର୍ଗ ବୋଲି ଆଜି କଂଗ୍ରେସ ଦଳର ରାଜ୍ୟ ପ୍ରଚାର୍ କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଗଜପତି ଜିଲ୍ଲାର ଗୋଷାଣୀ ଠାରେ ବ୍ଲକ୍ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ସାମ୍ବାଦିକ ମାନଙ୍କୁ ଏହା କହିଛନ୍ତି ।
ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ପ୍ରକାରେ ଓଡ଼ିଶାର ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ ଘେରାଉ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ଓ ବ୍ଲକ୍ କଂଗ୍ରେସ ଦଳ ପକ୍ଷରୁ ବ୍ଲକ୍ ଅଫିସ୍ ମାନଙ୍କରେ ପିସି: କାରବାର , ଆବାସ ଯୋଜନାରେ ଦୁର୍ନୀତି , ଦରଦାମ ବୃଦ୍ଧି , ବେକାରୀ , ନାରୀ ନିର‌୍ୟାତନା , ଚାଷୀ ମାରଣନିତୀ ଏବଂ ଟାଟା କମ୍ପାନୀରେ ଖାଉଟି ବିରୋଧୀ ବିଜୁଳି ନୀତି ବିରୁଦ୍ଧରେ ବ୍ଲକ୍ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା ।
ପରେ ୯ ଦଫା ଦାବୀ ସମ୍ମିଳିତ ଏକ ଦାବୀ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ୍ ବିଡ଼ିଓ ଶ୍ରୀ ଅଜୟ କୁମାର ପ୍ରଧାନଙ୍କୁ ପ୍ରଦାନ କରା ଯାଇଥିଲା ।
ଏହି କ୍ରମରେ କଂଗ୍ରେସ ଦଳର ରାଜ୍ୟ ପ୍ରଚାର୍ କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ , କଂଗ୍ରେସ ଦଳ ଜନସାଧାରଣଙ୍କ ସ୍ୱରକୁ ସରକାରଙ୍କ ଠାରେ ପହଞ୍ଚାଇବାକୁ ଏହି ପ୍ରଚେଷ୍ଟା ଆରମ୍ଭ କରିଛି । ରାଜ୍ୟରେ ଗତ ୨୩/୨୪ ବର୍ଷ ଧରି ବିଜେଡି ସରକାର ଏବଂ କେନ୍ଦ୍ରରେ ଯେଉଁ ବିଜେପି ସରକାର ରହିଛି , ଏହି ବିଜେଡି -ବିଜେପି ଉଭୟ ଏଠାରେ ଏକାଠି ହୋଇ ଜନତାଙ୍କ ସ୍ଵରକୁ ଦବାଇ ଦେବାପାଇଁ ଚେଷ୍ଠା କରୁଛନ୍ତି ।
ବର୍ତ୍ତମାନ ବିଜେଡି ସରକାର ତାର ୨୩/୨୪ ବର୍ଷ ଶାସନ ଭିତରେ ରାଜ୍ୟବାସୀଙ୍କୁ କଣ ଦେଇଛି , ତାହା ପ୍ରଶ୍ନ କରିବାର ସମୟ ଆସିଯାଇଛି । ବିଜେଡିର ୨୩/୨୪ ବର୍ଷ ଶାସନ କାଳ ମଧ୍ୟରେ ଓଡ଼ିଶାରେ ଦାରିଦ୍ର‌୍ୟ ବଢ଼ିଛି , ଏମିତି\’କି , ପରିସଂଖ୍ୟାନରେ ତାହା କମିଛି କହିଲେ ମଧ୍ୟ ତାହା ଏକ ଭ୍ରମ ହେବ । ଏହା ପଡୋଶୀ ବା କୌଣସି ରାଜ୍ୟ ସହ ତୁଳନା କଲେ ଜଣା ପଡ଼ିବ ଯେ , ତାଙ୍କର କଣ ପ୍ରଗତି ହୋଇଛି ଏବଂ ଆମର କଣ ପ୍ରଗତି ହୋଇଛି ।
ସରକାର ସବୁବେଳେ କହିଛନ୍ତି ଯେ , କୃଷି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇଛି । କୃଷି କ୍ଷେତ୍ରରେ ଯେଉଁ ଲୋକମାନେ କାମ କରୁଛନ୍ତି , ସେମାନଙ୍କ ମାସିକ ଆୟ ହେଉଛି ୫ ହଜାର ୧୧୨ ଟଙ୍କା । ଯାହା ଭାରତ ବର୍ଷରେ ସେହି ନମ୍ବର ହେଉଛି , ୧୦ ହଜାର ୨୦୦ ଟଙ୍କା , ଅର୍ଥାତ୍ , ତାର ଅର୍ଥ ହେଉଛି ଯେ , ଓଡ଼ିଶାରେ ଚାଷୀ ମାନଙ୍କ ଆୟ ହେଉଛି , ସର୍ବ ଭାରତୀୟ ଚାଷୀ ମାନଙ୍କ ଆୟର ଅଧା । ଏହାହିଁ ହେଉଛି ଆମର ପ୍ରଗତି ।
ଏଠାରେ ନା ଜଳସେଚନର ସୁବିଧା ଅଛି , ନା ଚାଷୀ ମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରକ୍ୟୁର୍ମେଣ୍ଟ କରିବାର କିଛି ବ୍ୟବସ୍ଥା ଅଛି , ନା ତାକୁ ସଂରକ୍ଷିତ ରଖିବାର କୌଣସି ଶୀତଳ ଭଣ୍ଡାରର ବ୍ୟବସ୍ଥା ଅଛି , ନା ତାକୁ ପ୍ରକ୍ରିୟାକରଣ କରିବାର କୌଣସି ଶିଳ୍ପର ବ୍ୟବସ୍ଥା ଅଛି । ଏମିତି କୌଣସି ପ୍ରକାରର ବ୍ୟବସ୍ଥା ସରକାର ଚାଷୀଙ୍କ ପାଇଁ କିଛି କରି ନାହାନ୍ତି ।
ଏଭଳି କରି ସରକାର ଭାବୁଛନ୍ତି ଯେ , ଏହିଭଳି ଭାବେ ଲୋକଙ୍କୁ ନିର୍ବାଚନ ସମୟରେ କଣ ନା କଣ ଭେଳିକି ଦେଖାଇ କିଛି ନା କିଛି ମିଥ୍ୟା ଯୋଜନା କରି ସରକାରୀ ଅର୍ଥକୁ ବାଟମାରଣା କରି ଲୋକଙ୍କ ଭୋଟକୁ ସେମାନେ ଠକି ନେଇ ଆଉଥରେ ୫ ବର୍ଷ ପାଇଁ ହାତେଇ ନେବାକୁ ପ୍ରଚେଷ୍ଟା ଚଳାଇଛନ୍ତି ।
ବିଜେଡି-ବିଜେପି ଏକାଠି ରହିବାଟା ଏକ ଗୁଜବ ନୁହେଁ , ଏହା ହେଉଛି ଏକ ବିରାଟ ସତ୍ୟ ଘଟଣା । ସେମାନେ ଏକାଠି ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ କାମ କରି ଆସୁଛନ୍ତି , ଏହା କାହାକୁ ଅଛପା ନୁହେଁ , ବାହାରକୁ କେବଳ ମାତ୍ର ସେମାନେ ଦେଖାଇ ହେଉଛନ୍ତି ଯେ , ସେମାନେ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦୀ ବୋଲି । ପ୍ରକୃତ ପକ୍ଷେ ଦେଖିବାକୁ ଗଲେ , ସେମାନେ ଏକାଠି ଅଛନ୍ତି , କେବଳ ଲୋକଙ୍କୁ ଭୁଆ ବୁଲାଇବା ପାଇଁ କହିଛନ୍ତି ଯେ , ଆମେ ହେଉଛି ପ୍ରତିଦ୍ବନ୍ଦୀ ବୋଲି କଂଗ୍ରେସ ଦଳର ରାଜ୍ୟ ପ୍ରଚାର୍ କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟନାୟକ ସାମ୍ବାଦିକ ମାନଙ୍କୁ ସେ ଅଧିକ ସୂଚନା ଦେଇ ଏହା କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ ନେତା ଶ୍ରୀ ଅଭିମନ୍ୟୁ ପଣ୍ଡା , ଶ୍ରୀ ବସନ୍ତ କୁମାର ପଣ୍ଡା , ଶ୍ରୀ ସୂର‌୍ୟ୍ୟ ନାରାୟଣ ପାତ୍ର , ଶ୍ରୀ ସଞ୍ଜୟ ଅଧିକାରୀ , ଶ୍ରୀ ତ୍ରିନାଥ ପାତ୍ର , ଏବଂ ସନ୍ତୋଷ ରଥ ଙ୍କ ସମେତ ଶତାଧିକ ସଂଖ୍ୟାରେ ଜିଲ୍ଲା ଓ ବ୍ଲକ୍ କଂଗ୍ରେସ କମିଟି\’ର ସଦସ୍ୟ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031