Indus Valley Times

ଗଜପତି: କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ପୁରଞ୍ଜନ ଘାଣ୍ଟା ପିଲାଙ୍କୁ ପାଠ ପଢ଼ାଇ ପଢ଼ାଇ ପାଇଗଲେ ଓଏଏସ

 Breaking News

ଗଜପତି: କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ପୁରଞ୍ଜନ ଘାଣ୍ଟା ପିଲାଙ୍କୁ ପାଠ ପଢ଼ାଇ ପଢ଼ାଇ ପାଇଗଲେ ଓଏଏସ

ଗଜପତି: କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ପୁରଞ୍ଜନ ଘାଣ୍ଟା ପିଲାଙ୍କୁ ପାଠ ପଢ଼ାଇ ପଢ଼ାଇ ପାଇଗଲେ ଓଏଏସ
October 10
16:59 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୯/୧୦: ପଡୋଶୀ ରାୟଗଡା ଜିଲ୍ଲାର ଏକ ନିପଟ ମଫସଲ ଗ୍ରାମରୁ ଆସି ପାରଳାଖେମୁଣ୍ଡି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଶ୍ରୀ ପୁରଞ୍ଜନ ଘାଣ୍ଟା ଓଡିଶା ପବ୍ଲିକ ସର୍ଭିସ ପରୀକ୍ଷାରେ ସଫଳତାର ସହ କୃତକାର‌୍ୟ୍ୟ ହୋଇ ଓଏଏସ ପାଇଛନ୍ତି ।
ଗତକାଲି ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ପବ୍ଲିକ ସର୍ଭିସ ପରୀକ୍ଷା ୨୦୧୯ର ଫଳ ପ୍ରକାଶ ପାଇଛି । ତେବେ ଏହି ପରୀକ୍ଷାର ସାରା ଓଡ଼ିଶାରେ ୧୫୩ ଜଣ କୃତିତ୍ୱ ହାସଲ କରିଥିବା ବେଳେ ଶ୍ରୀ ପୁରଞ୍ଜନ ଘାଣ୍ଟା ୧୨୪ତମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ଅନୁସୂଚିତ ଜାତି କୋଟାରେ ଶ୍ରୀ ଘାଣ୍ଟା ୧୨ ନଂରେ ଅଛନ୍ତି । ଏଥି ପୂର୍ବରୁ ଶ୍ରୀ ଘାଣ୍ଟା ଭାରତୀୟ ପ୍ରଶାସନିକ ପସେବା (ଆଇଏଏସ) ପ୍ରିଲିମିନାରୀ ପରୀକ୍ଷାରେ ମଧ୍ୟ କୃତକାର‌୍ୟ୍ୟ ହୋଇଥିଲେ ।
କେନ୍ଦ୍ରୀୟ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇ ପଢ଼ାଇ ଓଏଏସ ପାଇଥିବା ଶ୍ରୀ ପୁରଞ୍ଜନ ଘାଣ୍ଟା ଘର ହେଉଛି , ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ଏକ ନିପଟ ମଫସଲ ଗ୍ରାମ ଜାତିଲ୍ଲି । ପୁରଞ୍ଜନ ଘାଣ୍ଟା .ଜଣେ ଅତି ଗରୀବ ପରିବାରରୁ ଆସିଛନ୍ତି .୨ୟ ଉଦ୍ୟମରେ ଏହି ଓଏଏସ ସଫଳତା ପାଇଛନ୍ତି ।.ତାଙ୍କ ଘର ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକ ଜାତିଲି ଗ୍ରାମରେ ହୋଇଥିବା ବେଳେ ଏବେ ସେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ।
ଶ୍ରୀ ଘାଣ୍ଟା ଜଣେ ମେଧାବୀ ,ପରିଶ୍ରମୀ ,ମେଳାପୀ , ମିଷ୍ଟଭାସି ଶିକ୍ଷକ ଭାବେ ପରିଚିତ ।.୨୦୧୬ ରୁ ସେ ପାରଳାଖେମୁଣ୍ଡି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରି ଆସୁଛନ୍ତି । ଓଏଏସ ପରୀକ୍ଷାରେ କୃତିତ୍ବ ହାସଲ କରିଥିବାରୁ ସେ ଅତ୍ୟନ୍ତ ଖୁସି ପ୍ରକଟ କରିବା ସହ କଠିନ ପରିଶ୍ରମ ସାଙ୍ଗକୁ ନିରନ୍ତର ପ୍ରୟାସ ଫଳରେ ସେ ଉକ୍ତ ପରୀକ୍ଷାରେ ସଫଳ ପାଇଛନ୍ତି ବୋଲି ପୁରଞ୍ଜନ ଘାଣ୍ଟା କହିଛନ୍ତି ।
ସମାଜରେ ନିଷ୍ପେସିତ ଏବଂ ଅସହାୟ ଲୋକଙ୍କୁ ସର୍ବଦା ସାହାଯ୍ୟ କରିବା ଦିଗରେ ଅଧିକ ପ୍ରାଥମିକତା ଦେବେ ବୋଲି କହିଛନ୍ତି ଶ୍ରୀ ଘାଣ୍ଟା ।
ନିଜର ସଫଳତାର ଶ୍ରେୟ ଉପରେ ଶ୍ରୀ ଘାଣ୍ଟା କହିଛନ୍ତି ଯେ , ବାପା-ମାଆ ଓ ଗୁରୁଜନ ମାନଙ୍କ ଆଶୀର୍ବାଦ ସହ ମୁଖ୍ୟତଃ ଆମ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଟିଜିଟି ମେଟ ଶ୍ରୀ ସୁବ୍ରତ କୁମାର ପଣ୍ଡାଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଯୋଗୁଁ ହିଁ ଏହି ସଫଳତା ହାସଲ କରିପାରିଛି ବୋଲି କହିଥିଲେ ଶ୍ରୀ ଘାଣ୍ଟା ।
ଅନ୍ୟପକ୍ଷରେ ଆଗାମୀ ପିଢ଼ି ତଥା ସମ୍ଭାବ୍ୟ ପରୀକ୍ଷାର୍ଥୀ ମାନଙ୍କ ପାଇଁ ଶ୍ରୀ ଘାଣ୍ଟା କହିଛନ୍ତି ଯେ କୋଣସି କ୍ଷେତ୍ରରେ ହେଲେ ମଧ୍ୟ କଠିନ ପରିଶ୍ରମ ସାଙ୍ଗକୁ ନିରନ୍ତର ପ୍ରୟାସ କେବେ ହେଲେ ବିଫଳ ଯାଏନି । ଯେଉଁମାନେ ଜୀବନରେ ନିଜକୁ ଉନ୍ନତି ଓ ଅଗ୍ରଗତି କରିବାକୁ ଚାହୁଁଛନ୍ତି , ସେମାନେ ନିରନ୍ତର ପ୍ରଚେଷ୍ଠା ଜାରୀ ରଖନ୍ତୁ , ନିଶ୍ଚିତ ଭାବେ ସଫଳତା ପାଇବେ ।
ଶ୍ରୀ ପୁରଞ୍ଜନ ଘାଣ୍ଟାଙ୍କ ଓଏଏସ: ପାଇବା ଖବର ପ୍ରଚାରିତ ହେବା ପରେ ଶ୍ରୀ ଘାଣ୍ଟାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930