Indus Valley Times

ଗଜପତି: କେନ୍ଦ୍ର ଜନଜାତି ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁଙ୍କ ଦିନିକିଆ ଗଜପତି ଗ୍ରସ୍ତ

 Breaking News

ଗଜପତି: କେନ୍ଦ୍ର ଜନଜାତି ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁଙ୍କ ଦିନିକିଆ ଗଜପତି ଗ୍ରସ୍ତ

May 30
21:37 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୫:କେନ୍ଦ୍ର ଜନଜାତି ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଶିଳାନ୍ୟାସ ଦେଇ ଫେରି ଯାଇଛନ୍ତି ।
ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁ ପ୍ରଥମେ ନୂଆଗଡ ବ୍ଲକ ଅନ୍ତର୍ଗତ ଏନ ଝାଲର ସିଂ ଠାରେ ଶବର ସମାଜ କଲ୍ୟାଣ ସମିତିର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜ ସଂସ୍କାରକ ପରମ ପୂଜନୀୟ ସ୍ବର୍ଗତ ପ୍ରଧାନି ଗମାଙ୍ଗଙ୍କ ସ୍ମୃତି ମନ୍ଦିର ଉଦଘାଟନ କରି ପରେ ଆୟୋଜିତ ଉତ୍ସବର ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଶବର ସମାଜ କଲ୍ୟାଣ ସମିତିର କାର୍ଯ୍ୟକାରୀ ସଭାପତି ଶ୍ରୀ ତ୍ରିନାଥ ଶବର ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।
ପରେ ଉଦବୋଧନ ଦେଇ ମୁଖ୍ୟଅତିଥି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁ , ସମାଜ ସଂସ୍କାରକ ପ୍ରଧାନୀ ଗମାଙ୍ଗଙ୍କ ସମାଜ ସେବା ଓ ଶବର ସମାଜ ପାଇଁ କିଭଳି ମହତ୍ କାର୍ଯ୍ୟ କରି ଯାଇଛନ୍ତି କହିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହି କେନ୍ଦ୍ର ସରକାର ଆଦିବାସୀ ମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ବହୁ ଯୋଜନା ପ୍ରଣୟନ କରିଛନ୍ତି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ରାଜ୍ୟସ୍ତରୀୟ ବିଜେପି ନେତା ଶ୍ରୀ ଭୃଗୁ ବକ୍ସିପାତ୍ର , ଶବର ସମାଜ କଲ୍ୟାଣ ସମିତିର ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ଗମାଙ୍ଗ ପ୍ରମୁଖ ମଞ୍ଚାସିନ ଥିଲେ ।
ପରେ ରାଷ୍ଟ୍ରମନ୍ତ୍ରୀ ଟୁଡୁ ନୂଆଗଡ ବ୍ଲକର ତାକୁବୁଲ୍ ଏବଂ ରାୟଗଡ଼ା ବ୍ଲକର ସୁଭଦ୍ରାପୂର୍ ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭୂମି ପୂଜନ ତଥା ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି ଅବସରରେ ଟାକୁବୁଲ ଠାରେ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ ଦେଇ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେବାଦ୍ବାରା ଆଦିବାସୀ ଛାତ୍ରଛାତ୍ରୀ ମାନେ ଉନ୍ନତ ମାନର ଇଂରାଜୀ ମାଧ୍ୟମ ଭଳି ଶିକ୍ଷା ପାଇଁ ବେଶ ଉପକୃତ୍ ହୋଇପାରିବେ ବୋଲି କହିଥିଲେ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ଦିଗରେ ଅନେକ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ କରି ଆସୁଛନ୍ତି ବୋଲି କହିଥିଲେ । ଭାରତ ବର୍ଷରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ତଥା ଗୁଣାତ୍ମକ ମାନର ଶିକ୍ଷା ଦେବା ପାଇଁ ସାରା ଦେଶରେ ୭୦୦ରୁ ଉର୍ଦ୍ଧ୍ବ ଏଡକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କରିବା ପାଇଁ କେନ୍ଦ୍ରର ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ସେଥି ମଧ୍ୟରୁ ଓଡ଼ିଶାରେ ୮୭ ଟି ହେବା ବୋଲି କହି ପ୍ରାୟ ୫୦ ପ୍ରତିଶତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ତିଆରି ହେବାପାଇଁ ଭୂମି ପୂଜନ କାର୍ଯ୍ୟ ସରିଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ୨୦ ରୁ ୩୦ ପ୍ରତିଶତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଶେଷ କରିବା ଆମର ଲକ୍ଷ୍ୟ ରହିଛି ।
ଅତ୍ୟାଧୁନିକ ମାନର ଏହି ବିଦ୍ୟାଳୟରେ ଉନ୍ନତ ମାନର କମ୍ପ୍ୟୁଟର ଲେବ ସହିତ ଖେଳ ପଡିଆ ପ୍ରଭୃତି ରହିବ । ଏଠାରେ ଛାତ୍ରଛାତ୍ରୀ ମାନେ ସମ୍ପୂର୍ଣ ମାଗଣାରେ ସିବିଏସଇ: ଢାଞ୍ଚାରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ପାରିବେ ଯାହାକି , ଦ୍ୱାଦଶ ଶ୍ରେଣୀ ପରେ ସେମାନେ ବିଭିନ୍ନ ପ୍ରକାର କୋର୍ଷରେ ନିଜର ଭବିଷ୍ୟତ କେରିଅର ତିଆରି କରିବା ଦିଗରେ ଏଣ୍ଟ୍ରକ୍ଷନସର ସୁଯୋଗ ପାଇପାରିବେ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଏବଂ ରାଜ୍ୟର ବରିଷ୍ଠ ବିଜେପି ନେତା ଶ୍ରୀ ଭୃଗୁ ବକ୍ସିପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଏଭଳି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ବାରା ଅପହଞ୍ଚ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀ ଉତ୍ତମ ଓ ଗୁଣାତ୍ମକ ମାନର ଇଂରାଜୀ ମାଧ୍ୟମ ଭଳି ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇ ପାରିବେ ବୋଲି କହିଥିଲେ ।
ଏହି ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ମମତା ରାଣୀ ପରିଡ଼ା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସରପଞ୍ଚ , ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ମଞ୍ଚାସିନ ରହି ଉଦବୋଧନ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031