Indus Valley Times

ଗଜପତି: କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି- ୨୦୨୦ ପ୍ରଣୟନର ୩ୟ ବାର୍ଷିକ ପାଳନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟରେ ବୈଠକ ଓ ସାମ୍ବାଦିକ ସଭା

 Breaking News

ଗଜପତି: କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି- ୨୦୨୦ ପ୍ରଣୟନର ୩ୟ ବାର୍ଷିକ ପାଳନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟରେ ବୈଠକ ଓ ସାମ୍ବାଦିକ ସଭା

ଗଜପତି: କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି- ୨୦୨୦ ପ୍ରଣୟନର ୩ୟ ବାର୍ଷିକ ପାଳନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟରେ ବୈଠକ ଓ ସାମ୍ବାଦିକ ସଭା
July 27
20:53 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୭/୭: ଚଳିତ ଜୁଲାଇ ମାସର ଆସନ୍ତା ୨୯ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି -୨୦୨୦ର ୩ୟ ବାର୍ଷିକ କାର୍ଯ୍ୟକ୍ରମ୍ ପାଳନ ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପକ୍ଷରୁ ଏକ ପ୍ରାକ ସୂଚନା ବୈଠକ ଓ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ କାର୍ଯ୍ୟରତ ସମସ୍ତ ବିଦ୍ୟାଳୟ ବିଭିନ୍ନ ଶିକ୍ଷାନୁଷ୍ଠାନ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରୁଛନ୍ତି । ଯାହାକି , ଏ ସବୁ ପ୍ରାଥମିକ , ମାଧ୍ୟମିକ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିର ବ୍ୟବସ୍ଥା ଅନୁଯାୟୀ ପାଠ୍ୟ-ଖସଡା ପ୍ରସ୍ତୁତ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରାଯାଉଛି। ।
ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଏହି ନୂତନ ଶିକ୍ଷା ନୀତି ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ କିଭଳି ସହାୟକ ହେଉଛି ଏବଂ ଗତ ୩ ବର୍ଷ ମଧ୍ୟରେ ପାରଳାଖେମୁଣ୍ଡି ଠାରେ ଥିବା ଏହି କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟରେ କଣ କଣ ସବୁ କାର୍ଯ୍ୟକାରୀ ହୋଇଛି , ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟ ନେଇ ଉଭୟ ବିଦ୍ୟାଳୟ ମିଲିତ\’ରେ ଏକ ପ୍ରାକ ସୂଚନା ବୈଠକ ଓ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି -୨୦୨୦ ରେ ମୁଖ୍ୟତଃ ପିଏମ: ଶ୍ରୀ ରେ ରୂପାନ୍ତରିତ ହେବାସହ ବିଦ୍ୟାଳୟରେ ବାଲ ବାଟିକା ,ପ୍ରି ପ୍ରାଇମେରୀ ସ୍କୁଲ , ଡିଜିଟାଲ ଲାର୍ଣୀଙ୍ଗ , ଇ- ଶିକ୍ଷା , ଇ- ବିଦ୍ୟା ଦିକ୍ଷା ପୋର୍ଟାଲ୍ ଇତ୍ୟାଦି ମାଧ୍ୟମରେ ଛାତ୍ରଛାତ୍ରୀ ମାନେ କିଭଳି ଆମର ଗ୍ଲୋବାଲ ଶିକ୍ଷା ପ୍ରଣାଳୀ ସହିତ ସମକକ୍ଷ ହୋଇ ପାରିବେ ସେ ସମ୍ପର୍କରେ କହିଥିଲେ ।
ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ରଥ ଜାତୀୟ ଶିକ୍ଷାନୀତି -୨୦୨୦ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଏହା କିଭଳି ସହାୟକ ହେବ କହି ଏମଆଇଏଲ: ମାତୃଭାଷା ତଥା ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରି ମାନଙ୍କୁ ସହଜେ ବୁଝି ହେବାଭଳି ପାଠ ପଢାଇ ବିଶେଷ ସୁଯୋଗ ମିଳିପାରିବ ଯାହାକି ଶିକ୍ଷା ପାଇବାରେ ଭାଷା ଭିତ୍ତିକ ଯେଉଁ କିଛିଟା ସେମାନଙ୍କ ପକ୍ଷେ ଅସୁବିଧା ହେଉଥିଲା , ତାହା ବର୍ତ୍ତମାନ ପାଠ ସୁଗମ ହୋଇପାରିବ , ଅନ୍ୟପକ୍ଷରେ ସ୍କିଲ-ଏଜୁକେଶନ ଶିକ୍ଷା ପାଇ ପାସ ଆଉଟ୍ ହେବାପରେ ଜଣେ କିଭଳି ନିଜର ଭବିଷ୍ୟତ ଗଢି ପାରିବେ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଡାକ୍ତର ମୁର୍ମୁ , ଜିଲ୍ଲା ବିଜ୍ଞାନ ସୂପରଭାଇଜର ଶ୍ରୀ ଏ: ରବି କୁମାର ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ହର ପ୍ରସାଦ ମିଶ୍ର ପ୍ରମୁଖ ମଞ୍ଚାସିନ ରହି ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ଏବଂ ଅବିଭାବକ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031