Indus Valley Times

ଗଜପତି: କୋଭିଡର ବୁଷ୍ଟର ଡୋଜ ଟୀକା ନେବା ପାଇଁ ବେଶ ଆଗ୍ରହ ପ୍ରକାଶ ପାଉଛି

 Breaking News

ଗଜପତି: କୋଭିଡର ବୁଷ୍ଟର ଡୋଜ ଟୀକା ନେବା ପାଇଁ ବେଶ ଆଗ୍ରହ ପ୍ରକାଶ ପାଉଛି

ଗଜପତି: କୋଭିଡର ବୁଷ୍ଟର ଡୋଜ ଟୀକା ନେବା ପାଇଁ ବେଶ ଆଗ୍ରହ ପ୍ରକାଶ ପାଉଛି
January 12
21:17 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୧: କୋଭିଡ ମହାମାରୀର ତୃତୀୟ ଲହରରେ ଓମିକ୍ରନ ଭୁତାଣୁ ସଂକ୍ରମଣ ଆସି ସମଗ୍ର ଦେଶବାସୀଙ୍କୁ ଭୟଭୀତ କରି ପକାଇଛି ।
ସେହି ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ୬୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ସମେତ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କରୋନା ଯୋଦ୍ଧା ମାନଙ୍କ ନିମନ୍ତେ କୋଭିଡର ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମ ଗତ ୧୦ ତାରିଖ ଠାରୁ ବିଭିନ୍ନ ଜିଲ୍ଲାଞ୍ଚଳ ସମେତ ଦେଶବ୍ୟାପୀ ଆରମ୍ଭ କରାଯାଇଛି ।
ସେହି କ୍ରମରେ ଗଜପତି ଜିଲ୍ଲାରେ ମଧ୍ୟ ଏହି ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏଥିପାଇଁ ଜିଲ୍ଲାବ୍ୟାପୀ ୬୦ ବର୍ଷ ବୟସର ୫୧ ହଜାର , ସ୍ବାସ୍ଥ୍ୟକର୍ମୀ ଯୋଦ୍ଧା ୬ ହଜାର ୫୦୦ ଏବଂ ଆଗଧାଡ଼ିର କରୋନା ଯୋଦ୍ଧା ୫ ହଜାର ୩୦୦ ଏଭଳି ପ୍ରାୟ ୬୩ ହଜାର ଉପରୋକ୍ତ ବର୍ଗର ବ୍ୟକ୍ତି ମାନଙ୍କୁ ବୁଷ୍ଟର ଡୋଜ ଟୀକା ଦେବାର ପ୍ରଥମ ପର୍ଯ୍ୟାୟରେ ଟୀକାକରଣ କରାଯିବାର ଲକ୍ଷଧାର୍ଯ୍ୟ ରହିଛି ।
ଏଥିପାଇଁ ଜିଲ୍ଲାର ୭ ଗୋଟି ବ୍ଲକରେ ଥିବା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ସମେତ ପାରଳାଖେମୁଣ୍ଡି ସହରର ୨ ଗୋଟି ଯଥା:- ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ ଏବଂ ଟାଉନ ହଲ ନିକଟସ୍ତ ରୋଟାରୀ କମ୍ୟୁନିଟି ହଲ ଠାରେ ଏଭଳି ବୁଷ୍ଟର ଡୋଜ ଟୀକାକରଣ କେନ୍ଦ୍ର ଖୋଲା ଯାଇଛି ।
ଏହି ବୁଷ୍ଟର ଡୋଜ ଟୀକା ନେବାପାଇଁ ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କ ସମେତ ସ୍ବାସ୍ଥ୍ୟକର୍ମୀ କୋଭିଡ ଯୋଦ୍ଧା ଏବଂ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି ।
ଏଥିପାଇଁ ସେମାନେ ଯେଉଁ ଏହି ବୁଷ୍ଟର ଡୋଜ ଟୀକା ନେବାର ସୁଯୋଗ ପାଇଛନ୍ତି , ସେଥିପାଇଁ ସେମାନେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି କ୍ରମରେ ସେମାନେ ବୁଷ୍ଟର ଡୋଜ ଟୀକାନେବା ପାଇଁ ସରକାରଙ୍କ ନୀତି-ନିୟମ ମୁତାବିକ ଏଥିପାଇଁ ନିଜନାମ ଅନଲାଇନ ପଞ୍ଜିକରଣ କରି ଟୀକା ନେବାପାଇଁ ଆଗ୍ରହର ସହ ଆସିଥିଲେ ।
ଟାଉନହଲ ନିକଟସ୍ତ ରୋଟାରୀ ହଲ ଟୀକାକରଣ କେନ୍ଦ୍ର ଠାରେ ୨ ଜଣ ଅର୍ଥାତ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତି ଶ୍ରୀ ଶୁରେଶ ଚନ୍ଦ୍ର ପଣ୍ଡା ଏବଂ ଜଣେ ଆଗଧାଡ଼ିର କରୋନା ଯୋଦ୍ଧା ଶ୍ରୀମତୀ ମନଶ୍ୱିତା ପାତ୍ର କହିଛନ୍ତି ଯେ , ତୃତୀୟ ଲହରରେ ଯେଉଁ ଓମିକ୍ରନ ସଂକ୍ରମଣ ଆସିଛି , ସେଥିପାଇଁ ଏହି ବୁଷ୍ଟର ଡୋଜ ନେବା ଫଳରେ ଏହା ଆମ ସ୍ୱାସ୍ଥ୍ୟର ସୁରକ୍ଷା କବଚ ଭଳି କାମ କରିବ , ସେଥିପାଇଁ କେହି ଭୟଭୀତ ନ ହୋଇ ଏହି ବୁଷ୍ଟର ଡୋଜ ଟୀକା ସମସ୍ତେ , ଯେଉଁମାନଙ୍କ ୨ୟ ଡୋଜ ନେଇ ୯ ମାସ ହୋଇଛି ସେମାନେ ଏହି ଟୀକା ନେଇଯିବାକୁ ଅନୁରୋଧ କରିଛନ୍ତି ।
ସେହିଭଳି ଜିଲ୍ଲାମୁଖ୍ୟ ଚିକିସ୍ୟାଳୟ ଠାରେ ଅନୁଷ୍ଠିତ ଟୀକାକରଣ କେନ୍ଦ୍ରରେ ବୁଷ୍ଟର ଟୀକା ନେଇଥିବା ୨ ଜଣ ଅର୍ଥାତ ଜଣେ ୬୦ ବର୍ଷ ବୟସ୍କ୍ୱା ମହିଳା ସୁପ୍ରଭା ଭୂୟାଁ ଏବଂ ଜଣେ ସ୍ବାସ୍ଥ୍ୟକର୍ମୀ ଯୋଦ୍ଧା ନିହାରିକା ସ୍ୱାଇଁ ମଧ୍ୟ ଅନୁରୂପ ପ୍ରକାଶ କରିଛନ୍ତି ଏବଂ ଏହି ବୁଷ୍ଟର ଡୋଜ ଟୀକା ନେବାର ସୁଯୋଗ ସେମାନଙ୍କୁ ମିଳିଥିବା ଯୋଗୁଁ ସେମାନେ ସମସ୍ତେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରୋଟାରୀ କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ବୁଷ୍ଟର ଡୋଜ ଟୀକାକରଣ କେନ୍ଦ୍ରରେ ଏଏନଏମ ଦୀପିକା ପ୍ରଧାନ ଏବଂ ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ ଠାରେ ଅନୁଷ୍ଟିତ ଟୀକାକରଣ କେନ୍ଦ୍ରରେ ମମତା ସୋଇ , ଆସିଥିବା ଏହି ଉପରୋକ୍ତ ବର୍ଗର ସମସ୍ତଙ୍କୁ ବୁଷ୍ଟର ଡୋଜ ଟୀକା ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930