Indus Valley Times

ଗଜପତି: ଗିଫ୍ଟ ମଡେ଼ଲ ସ୍କୁଲର ସପ୍ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ପାଳିତ

 Breaking News

ଗଜପତି: ଗିଫ୍ଟ ମଡେ଼ଲ ସ୍କୁଲର ସପ୍ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ପାଳିତ

ଗଜପତି: ଗିଫ୍ଟ ମଡେ଼ଲ ସ୍କୁଲର ସପ୍ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ପାଳିତ
December 08
21:21 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୧୨ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆନିକଟ ନିଳକଣ୍ଠ ପୁର ଗ୍ରାମ ଠାରେ ଅବସ୍ଥିତ ତଥା ବିଗତ ୦୭ ଡିସେମ୍ବର ୨୦୧୫ ସାଲରେ ପ୍ରତିଷ୍ଠା ହୋଇଥିବା ଗିଫ୍ଟ ମଡେଲ ସ୍ଖୁଲର ସପ୍ତମ ମହିଳା ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରତିବର୍ଷ ଏହି ଦିନଟିକୁ ବିଦ୍ୟାଳୟରେ ଡାଇରେକ୍ଟର ରେଭ୍ ଆମୋଦ୍ କୁମାର ବର୍ଦ୍ଧନ ତତ୍ତ୍ବାବଧାନ ଓ ରେଭ୍ ଶାନ୍ତ ମୂର୍ତ୍ତୀ ବର୍ଦ୍ଧନ\’ଙ୍କ ପରିଚାଳନାରେ ପରିଚାଳିତ । ଏହି ବିଦ୍ୟାଳୟରେ ଗରିବ , ନିରିହ , ଆଦିବାସୀ ଓ ପଛୁଆ ବର୍ଗର ମାତୃ ପିତୃ ହରା ପୁଅ ଓ ଝିଅ ମାନଙ୍କୁ , ଯେଉଁ ମାନେ କି ଆର୍ଥିକ ସମସ୍ୟା ଯୋଗୁଁ ପାଠ ପଢି ପାରୁନାହାନ୍ତି ଫ
ସେମାନଙ୍କୁ ଚିହ୍ନଟ କରି ଆଣି ଏହି ଗିଫ୍ଟ ମଡେ଼ଲ ସ୍କୁଲ ଛାତ୍ରାବାସରେ ରଖି ସେମାନଙ୍କୁ ବିନାମୂଲ୍ୟରେ ଖାଦ୍ୟ-ପେୟ ସହ ସମସ୍ତ ପାଠ ପଢା ଖର୍ଚ୍ଚ ବହନ କରିଥାନ୍ତି ଏବଂ ସମସ୍ତ କଲେଜର ପାଠପଢ଼ା ବ୍ୟବସ୍ଥା କରିଥାଏ ଏହି ଅନୁଷ୍ଠାନ ।
ପିଲାମାନେ ମଧ୍ୟ ନିଜ ଘର ପରି ସ୍ନେହ ପାଇ ଏଠାରେ ଖୁସି ରେ ରହିଥାନ୍ତି । ସେମାନଙ୍କୁ ଖୁସି କରିବା ପାଇଁ , ଅନେକ ସମୟରେ ବିଭିନ୍ନ ମନୋରନଞ୍ଜନ କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହୋଇଥାଏ ।
ଏହି ପରିପ୍ରେକ୍ଷୀରେ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ସୁପରିଚିତ ରବି ଡାକ୍ତର ଓ ନୂତନ ଭାବେ ଓଜେଏସ: ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏଇ ଗଜପତି ଜିଲ୍ଲା , ନୂଆଗଡ ବ୍ଲକ ଅନ୍ତର୍ଗତ ଗୋଲି ଗ୍ରାମ ର ଶ୍ରୀ ସାଧକ୍ କାର୍ଯ୍ୟ ଓ ନିଳକଣ୍ଠ ପୁର ପଞ୍ଚାୟତର ସରପଞ୍ଚ ଶ୍ରୀ ମନୋଜ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ , ସାଧକ କାର‌୍ୟ୍ୟଙ୍କର ଆଦିବାସୀ ଗୀତରେ କଣ୍ଠଦାନ ସହ ଛାତ୍ର ଓ ଛାତ୍ରୀଙ୍କ ସହ ନୃତ୍ୟ ପରିବେଷଣ କରିବା , ଏହି କାର୍ଯ୍ୟକ୍ରମର ମୂଖ୍ୟ ଆକର୍ଷଣ ଥିଲା ।
ଏଥି ସହ ଅନେକ ଆଧୁନିକ ଓ ଭଜନରେ କଣ୍ଠଦାନ କରି ଶ୍ରୋତା ଓ ଦର୍ଶକଙ୍କ ମନମୋହିତ କରୁଥିବା କଣ୍ଠଶିଳ୍ପୀ କୁମାର ଗିନୁ , କଣ୍ଠଶିଳ୍ପୀ କବିର ସିଂ , କଣ୍ଠ କରି ଦର୍ଶକଙ୍କୁ ମନୋରଞ୍ଜନ ପ୍ରଦାନ କରିବା ହେଉଛି ଅନ୍ୟତମ । ଏଥିସହ ଆଦିବାସୀ ଓ ଅନେକ ଆଧୁନିକ ଗୀତ ଗୁଡ଼ିକରେ ଅନୁଷ୍ଠାନର ଛାତ୍ର ଓ ଛାତ୍ରୀ ଙ୍କ ଦ୍ବାରା ବିଭିନ୍ନ ନୃତ୍ୟ ପରିବେଷଣ କରା ଯାଇଥିଲା।
ଶେଷରେ ସ୍କୁଲର ପ୍ରତିଷ୍ଠାତା ରେଭ୍ ଆମୋଦ କୁମାର ବର୍ଦ୍ଧନ କହିଥିଲେ ଯେ , ଗରିବ ପିଲାମାନଙ୍କୁ ଉନ୍ନତ ମାନର ଶିକ୍ଷାଦେବା ଏବଂ ବିଶ୍ବ-ନେତୃତ୍ବ ଗଠନ କରିବା ହେଉଛି ଗିଫ୍ଟ ମଡେ଼ଲ ସ୍କୁଲର ମୁଖ୍ୟ ଉଦ୍ଦେଶ୍ୟ । ଏହି ପ୍ରକାର ପ୍ରଚେଷ୍ଠାକୁ ଯୋଗଦେଇଥିବା ଅବିଭାବକ ଓ ଅନେକ ବୁଦ୍ଧିଜିବୀ ମହଲରେ ଖୁବ ପ୍ରଶଂସା କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031