Indus Valley Times

ଗଜପତି: ଗୁମ୍ମା ଆଇଟିଆଇ: ଠାରେ ଉଠା ଜଳସେଚନ ବିଭାଗ ଅଧୀନସ୍ଥ ପାଣି ପଞ୍ଚାୟତ ସଭ୍ୟମାନଙ୍କୁ ନେଇ ୧୦ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଗୁମ୍ମା ଆଇଟିଆଇ: ଠାରେ ଉଠା ଜଳସେଚନ ବିଭାଗ ଅଧୀନସ୍ଥ ପାଣି ପଞ୍ଚାୟତ ସଭ୍ୟମାନଙ୍କୁ ନେଇ ୧୦ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

September 30
10:39 2022

ଗଣେଶ କୁମାର ରାଜୁଙ୍କ ରିପେପାର୍ଟ
ପାରଳାଖେମୁଣ୍ଡି, ୩୦/୯:- ଗଜପତି ଜିଲ୍ଲାର କାଶୀନଗର ଓ ଗୁମ୍ମା ବ୍ଲକର ୨୦ ଟି ଗ୍ରାମ ପଞ୍ଚାୟତର ୨୦ ଜଣ ପାଣି ପଞ୍ଚାୟତ୍ ସଭ୍ୟ ମାନଙ୍କୁ ନେଇ ୧୦ ଦିନିଆ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଗୁମ୍ମା ସ୍ଥିତ ସରକାରୀ ଆଇଟିଆଇ: ଠାରେ ଅନୁଷ୍ଠିତ ହୋଇ ଯାଇଛି ।
ଏହି ତାଲିମ ଶିବିର କାର୍ଯ୍ୟକ୍ରମ ଗତ ୧୯ ତାରିଖ ଦିନ ଠାରୁ ଆରମ୍ଭ ହୋଇ ଆଜି ୨୯ ତାରିଖରେ ଶେଷ ହୋଇଥିଲା ।
ଏହି ୧୦ ଦିନିଆ ତାଲିମ ଶିବିରରେ ମୁଖ୍ୟତଃ ଉଠା ଜଳସେଚନ ପ୍ରକଳ୍ପରେ ବ୍ୟବହୃତ ହେଉଥିବା ଯନ୍ତ୍ରାଂଶ ଯଥା:- ମୋଟର , ଷ୍ଟାଟର , ମେନ ସୁଇଚ ଇତ୍ୟାଦି ଯନ୍ତ୍ରାଂଶ ବିଷୟରେ କ୍ଷୁଦ୍ର ମରାମତି ସମ୍ବନ୍ଧୀୟ ସମେତ ଏହାର ରକ୍ଷଣାବେକ୍ଷଣ ଏବଂ ନିରାପତ୍ତା ବିଷୟରେ ତାଲିମ ଦିଆ ଯାଇଥିଲା ।।
ଏହି ତାଲିମ କାର୍ଯ୍ୟକ୍ରମ ଓଡ଼ିଶା ବୈଷୟିକ ଶିକ୍ଷା ତାଲିମ ନିର୍ଦ୍ଦେଶାଳୟ ଏବଂ ଗଜପତି ଜିଲ୍ଲା ଉଠା ଜଳସେଚନ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।
୧୦ ଦିନିଆ ତାଲିମ ଶିବିରର ଏହି ଉଦଯାପନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଉଠା ଜଳସେଚନ ଡିଭିଜନର ନିର୍ବାହୀଯନ୍ତ୍ରୀ ଇଂ ଅଶୋକ କୁମାର ପାଢ଼ୀ , ସହକାରୀ ଯନ୍ତ୍ରୀ(ଏସଡିଓ) ଈଂ ଦେବରାଜ ମିଶ୍ର , ଗୁମ୍ମା ଆଇଟିଆଇ: ପ୍ରିନିସିପାଲ ଶ୍ରୀ ରବୀନ୍ଦ୍ର ମିଶ୍ର ଏବଂ ମୋହନା ଉଠା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ(ଏସଡିଓ) ଇଂ ବିଘ୍ନେଶ୍ୱର ସିଂ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ତାଲିମ ପାଇବା ପରେ ପାଣି ପଞ୍ଚାୟତ ଚାଷୀମାନେ ସେମାନଙ୍କ ପଞ୍ଚାୟତରେ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ାକ ଯେଉଁ ରହିଛି , ତାର ସୁପରିଚାଳନା ଏବଂ ମରାମତି ଦିଗରେ କାର୍ଯ୍ୟ କରିବେ ।
ସେଥିପାଇଁ ଚାଷୀମାନେ କ୍ଷୁଦ୍ର ମରାମତି ପାଇଁ ଆଉ ଇଲେକ୍ଟ୍ରିସିଆନ ମାନଙ୍କୁ କ୍ଷୁଦ୍ର ମରାମତି ଦିଗରେ ଅଧିକ ଖର୍ଚ୍ଚାନ୍ତ ନ ହୋଇ କି ଅପେକ୍ଷା ନ କରି ନିଜେ ନିଜେ ସଜାଡି ପ୍ରକଳ୍ପ ଟିକୁ କାର୍ଯ୍ୟକ୍ଷମ କରି ପାରିବେ । ଏହି କାର୍ଯ୍ୟକ୍ରମ ଦ୍ବାରା ଚାଷି ପାଣି ପଞ୍ଚାୟତ ଦ୍ବାରା ବିଶେଷ ଉପକୃତ ହୋଇପାରିବେ।
ଚାଷୀମାନେ ଏହି ଯେଉଁ ତାଲିମ ଗ୍ରହଣ କରିଛନ୍ତି , ଭବିଷ୍ୟତରେ ତାର ଉଚିତ୍ ସଦବିନିଯୋଗ କରିବା ପାଇଁ ପରାମର୍ଶ ଦିଆ ଯାଇଥିଲା ।
ତାଲିମ କାର୍ଯ୍ୟକ୍ରମ ଉଦଯାପନୀ ଅବସରରେ ସମସ୍ତ ତାଲିମାର୍ଥି ଚାଷୀ ମାନଙ୍କୁ ଯନ୍ତ୍ରାଂଶ ମରାମତି କୀଟ ପେକେଟ ଏବଂ ତାଲିମ ପ୍ରମାଣପତ୍ର ମଞ୍ଚାସିନ ଅଧିକାରୀ ମାନଙ୍କ ଦ୍ଵାରା ବଣ୍ଟନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930