Indus Valley Times

ଗଜପତି: ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ଜଳାତଙ୍କ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ଜଳାତଙ୍କ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ଜଳାତଙ୍କ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ
September 29
12:09 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୨୯/୯: ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ଜଳାତଙ୍କ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ସଚେତନତା ସଭା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ-କେନ୍ଦ୍ରର ଇନଚାର୍ଜ ମେଡିକାଲ ଅଫିସର ଡାଃ ପତିତପାବନ ବାରିକ ଅଧ୍ୟକ୍ଷତା କରି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ମୁଖ୍ୟତଃ ଜଳାତଙ୍କ ରୋଗ ଏକ ଭୁତାଣୁ ଜନିତ ରୋଗ । ଏହି ରୋଗ କୁକୁର , ବିଲେଇ , ବିଲୁଆ , ଗଧୀଆ , ବାଦୁଡି , ନେଉଳ ପ୍ରଭୃତି କାମୁଡ଼ିଲେ ହିଁ ଜଳାତଙ୍କ ରୋଗ ହୋଇଥାଏ ।
ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ମାନ ଗ୍ରହଣ କରିବା ଉଚିତ । ଏହି ରୋଗର ନିରାକରଣ ନ ହେଲେ ମଧ୍ୟ ପ୍ରତିଷେଧକ ଅଛି । ଏଭଳି ପଶୁମାନଙ୍କ ଠାରୁ ସବୁବେଳେ ଦୁରେଇ ରହିବା ସହ ସେମାନଙ୍କୁ ଚିଡଚିଡା କରିବା ଅନୁଚିତ ।
ଯଦି ଏଭଳି ପଶୁ କାହାକୁ କାମୁଡେ଼ କି ତାର ଲାଲ କି ପାଟି କି ନାକ , ଆଖି କି ଚର୍ମ ଆଦି ନିଜ ଦେହରେ ଲାଗିଯାଏ , ତେବେ ତୁରନ୍ତ ସେହି ସ୍ଥାନ ଓ ହାତକୁ ତୁରନ୍ତ ଧୋଇ ଦେବା ଉଚିତ । ଅନ୍ୟପକ୍ଷରେ ଏଭଳି ପଶୁଙ୍କ ଦାନ୍ତ କି ନଖ କି ଲାଳ ବାଜିଲେ କି ଲାଗିଲେ ଏହାକୁ କୋଣସି ମତେ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ପ୍ରକାରେ ପ୍ରତିଷେଧକ ଟୀକା ନେବା ଉଚିତ । ଥରେ ଏହି ରୋଗ ହୋଇଗଲେ ମୃତ୍ୟୁ ସମ୍ଭାବନା ଅଧିକ ହୋଇଥାଏ , କାରଣ ଏହି ରୋଗର ନିର୍ଦ୍ଧିଷ୍ଟ ଚିକିସ୍ୟା ନାହିଁ ।
ଏହି ଜଳାତଙ୍କ ଟୀକା କେବଳ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିସ୍ୟାଳୟଓ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ମାଗଣାରେ ଉପଲବ୍ଧ ହୋଇଥାଏ ବୋଲି କହିଥିଲେ ।
ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ସଚେତନତା ମୂଳକ ସଭା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନଙ୍ଗ ସୁଦାନ ଭୂୟାଁ , ବିପିଏମ ତଥା ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଏମ: ଖଗେଶ୍ବର , ବିଏଏମ: ତଥା ବ୍ଲକ ଏକାଉଣ୍ଟସ ପରିଚାଳକ ଶ୍ରୀ ଏନ: ଶ୍ରୀନିବାସାଲୁ ପ୍ରମୁଖ ମଞ୍ଚଆସିନ ରହି ଜଳାତଙ୍କ ରୋଗ କିଭଳି ହୋଇଥାଏ , ସେଥିପ୍ରତି ସାବଧାନତା , ସଚେତନତା ଓ ପ୍ରଭାବିତ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ପ୍ରକାରେ ପ୍ରତିଷେଧକ ଟୀକା ନେବା ସମ୍ପର୍କରେ ବୁଝାଇ ସଚେତନ କରାଇ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930