Indus Valley Times

ଗଜପତି: ଗୁରାଣ୍ଡି ଠାରେ ବିଶ୍ୱ ବୟସ୍କ ବ୍ୟକ୍ତି ତଥା ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟାକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଗୁରାଣ୍ଡି ଠାରେ ବିଶ୍ୱ ବୟସ୍କ ବ୍ୟକ୍ତି ତଥା ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟାକ୍ରମ ଅନୁଷ୍ଠିତ

ଗଜପତି: ଗୁରାଣ୍ଡି ଠାରେ ବିଶ୍ୱ ବୟସ୍କ ବ୍ୟକ୍ତି ତଥା ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟାକ୍ରମ ଅନୁଷ୍ଠିତ
October 01
23:07 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧/୧୦:ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଠାରେ ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମଞ୍ଚର ସଭା ଗୃହ ଠାରେ ବିଶ୍ୱ ବୟସ୍କ ବ୍ୟକ୍ତି ଦିବସ ତଥା ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବୟସ୍କ ବ୍ୟକ୍ତି ମାନଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ପତିତପାବନ ବାରିକଙ୍କ ପ୍ରତ୍ୟକ୍ଷ ତାତ୍ତ୍ୱାବଧାନରେ ଡାକ୍ତର ଲିପସା ମିଶ୍ର ଓ ପିଏଚଇଓ: ମମତା ପାଢ଼ୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବୟସ୍କ ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯଥା:- ମଧୁମେହ , ରକ୍ତଚାପ ପ୍ରଭୃତି ପରୀକ୍ଷା କରାଯାଇ ସ୍ୱାସ୍ଥ୍ୟ ରିପୋର୍ଟ ଖାତା ସହ ଆବଶ୍ୟକ ଔଷଧ ପ୍ରଦାନ କରା ଯାଇଥିଲା ।
ବିପିଏମ ଏମ: ଖଗେଶ୍ବର , ଫାର୍ମାଶିଷ୍ଠ ଶିବାନୀ ପଣ୍ଡା ଓ ଏ: ସ୍ୱପ୍ନା ରେଡିଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ଏମ: ଗଣେଶ , ଉମା ଶଙ୍କର ମହାନ୍ତି , ଏଏନଏମ: କାମାକ୍ଷୀ କୁମାରୀ ଜେନା
ମହିଳା ସୁପରଭାଇଜର ଅନୁପମା ମହାନ୍ତି ଏବଂ ଆଶାକର୍ମୀ ସଂଗୀତା ଜେନା ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ସେହିଭଳି ଏହି କାର୍ଯ୍ୟକ୍ରମ ଅବସରରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ।
ପରେ ବରିଷ୍ଠ ନାଗରିକ ମଞ୍ଚର ସଭାଗୃହ ଠାରେ ଏକ ସଚେତନତା କାଯ୍ୟକ୍ରମ ମଞ୍ଚର ସଭାପତି ଶ୍ରୀ ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। । ଏଥିରେ ମଞ୍ଚର ଉପଦେଷ୍ଟା ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ଗୋସାଣି ବିଡ଼ିଓ: ଶ୍ରୀ କିଶୋର ଚନ୍ଦ୍ର ଦାସ ଏବଂ ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ ।

ଅନ୍ୟପକ୍ଷରେ ବୟସ୍କ ନାଗରିକ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କାର‌୍ୟ୍ୟକାରୀ ହେଉଥିବା ବିଭିନ୍ନ କାଯ୍ୟକ୍ରମ ସମ୍ପର୍କରେ କହିବା ସହ ବୟସ୍କ ବ୍ୟକ୍ତି ମାନେ ମାନସିକ ଦୁଶ୍ଚିନ୍ତା ଛାଡି ସବୁବେଳେ ଖୁସିରେ ରହିବା , ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଠିକ ସମୟରେ ଔଷଧ ଖାଇବା ଏବଂ କରୋନା ନିୟମ ମାନି ସୁସ୍ଥ ଜୀବନଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟତଃ ବୟସ୍କ ବ୍ୟକ୍ତି ମାନେ ଯେଭଳି ସୁସ୍ଥ ଜୀବନଯାପନ କରିବେ ସେଥିପାଇଁ ସେମାନେଙ୍କୁ ସମ୍ମାନ ଓ ସହଯୋଗ କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ କରିଥିଲେ ।
ଏହି ଅବସରରେ ଗୁରାଣ୍ଡି ଗ୍ରାମର ୪ ଜଣ ବୟସ୍କ ବ୍ୟକ୍ତି ଶ୍ରୀ ପୁଜାରୀ କାନ୍ତାରୁ , ଶ୍ରୀ କଉରୁ ଜଗାନାଇକଲୁ , ଶ୍ରୀ ଏ: ମାଣିକ୍ୟମ ଏବଂ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କୁ ମଞ୍ଚ ପକ୍ଷରୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚଇଓ: ମମତା ପାଢ଼ୀ , ମଞ୍ଚର ସମ୍ପାଦକ ଶ୍ରୀ ଖଗେଶ୍ବର ପାତ୍ର ପ୍ରମୁଖ ମଞ୍ଚଆସିନ ଅତିଥି ଭାବେ ଯୋଗ ଦେଇ ବୟସ୍କ ବ୍ୟକ୍ତି ମାନଙ୍କ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ମଞ୍ଚର ଉପସଭାପତି ଶ୍ରୀ ପୀତବାସ ସାମଲ ମଞ୍ଚର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସ୍ବରିସ୍ଥ ସଦସ୍ୟ ଶ୍ରୀ ହରିକୃଷ୍ଣ ଜେନା ପ୍ରାରମ୍ଭିକ ଭଜନ ଜଣାଣ ପରିବେଷଣ କରିଥିଲେ ।
ଏହି ଅବସରରେ କାର୍ଯ୍ୟକ୍ରମ ଶେଷରେ ମଞ୍ଚ ପକ୍ଷରୁ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯିବା ସହ ପରିଚୟ ପତ୍ର ପ୍ରଦାନ କରା ଯାଇଥିଲା । ।
ଶେଷରେ ଶ୍ରୀ ପୀତବାସ ସାମଲ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031