Indus Valley Times

ଗଜପତି: ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ
September 13
19:52 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୩/୯: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ଶକ୍ତି ଦକ୍ଷତା ବ୍ୟୁରୋ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ଡିଜାଇନ୍ ସମିତି ଆନୁକୁଲ୍ୟରେ ଇଆଇସି: ଇଲେକ୍ଟ୍ରିକାଲ ଏବଂ ପିସିଇଆଇ: ଓଡ଼ିଶା ଆୟୋଜକରେ ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଅନୁଷ୍ଠିତ ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ବିଭାଗୀୟ ଉପଦେଷ୍ଟା ଇଁ: ଅଶୋକ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ସ୍ଥିତିରେ ବିଭିନ୍ନ କଳ କାରଖାନା ଓ ବଡ଼ ବଡ଼ କୋଠା ଗଢି ଉଠିବା ସହ ଜଙ୍ଗଲ କ୍ଷୟ ସାଙ୍ଗକୁ ଗ୍ଲୋବାଲ ୱାର୍ମୀଙ୍ଗ ଅସହ୍ୟ ହୋଇ ପଡ଼ିଲାଣି । ତେଣୁ ଏଭଳି ସ୍ଥିତିରେ ବିଦ୍ୟୁତ୍ ଶକ୍ତି ଅପଚୟକୁ ରୋକିବା ସହ ତାର ସଂରକ୍ଷଣ କରାଯିବା ଅତ୍ୟନ୍ତ ଜରୁରୀ ।
ତେଣୁ ଗୃହ ନିର୍ମାଣ ଓ ଏହାର ଡିଜାଇନ୍ କରିବା ସମୟରେ କିଭଳି ଅନେକ ବୈଷୟିକ ବ୍ୟବସ୍ଥା କରାଯାଇ ଶକ୍ତି ସଂରକ୍ଷଣ କରିହେବ ଏବଂ ତାର ଅପଚୟକୁ ରୋକି ହେବ , ସେ ଦିଗରେ ସମସ୍ତେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ ।
ବିଭାଗୀୟ ଉପଦେଷ୍ଟା ଇଂ ଅଶୋକ କୁମାର ନନ୍ଦ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ନୂଆ ମେଥଡ୍ ପ୍ରକାରେ ଗୃହ ନିର୍ମାଣ କଲେ ଏ ଦିଗରେ ୩୦ ରୁ ୪୦ ପ୍ରତିଶତ ବିଦ୍ୟୁତ୍ ଶକ୍ତି ସଞ୍ଚୟ ହେବା ସହ ଅଧିକା ବିଦ୍ୟୁତ୍ ଅପଚୟକୁ ରୋକି ହେବ ।
ନୂଆ ମେଥଡ ଯାହାକି , ଇନସ୍ୟୁଲିନ୍ କଞ୍ଚାମାଲ ଓ ଏସି: ବ୍ଲକ୍ ବ୍ୟବହାର କରିବା ସହ ଗୃହର ଛାତ ଓ କାନ୍ଥ ରେ ଯେଉଁ ସବୁ ବିଦ୍ୟୁତ୍ ସାମଗ୍ରୀ ଲଗାଯିବ , ତାହା ଦ୍ଵାରା ଶକ୍ତି ସଞ୍ଚୟ ହେବାଭଳି ଲଗାଯିବା ଆବଶ୍ୟକ ବୋଲି କହିଥିଲେ ।
ଅନ୍ୟପକ୍ଷରେ ବୈଷୟିକ ଉପାୟରେ ଗୃହ ନିର୍ମାଣ କରିବା ବେଳେ ମୁଖ୍ୟତଃ ୨ ଟା କୋଡ଼ ରହିଛି , ତାହା ହେଉଛି , ବ୍ୟାବସାୟିକ ଗୃହ ଏବଂ ଆବାସିକ ଗୃହ ।
ଏ ସମସ୍ତ ଉପରେ ଜିଲ୍ଲାବ୍ୟାପୀ ବିଭିନ୍ନ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଅଧିକାରୀଙ୍କ ସମେତ ଜନସାଧାରଣ ଅବଗତ ହେଲେହିଁ ସେମାନେ ମୂଳରୁ ଶେଷ ପର୍ଯ୍ୟନ୍ତ ଏ ଦିଗରେ ଯାଞ୍ଚ କରି ପାରିବେ ଏବଂ ଗୃହ କୋଠା ଟା ଉପଯୁକ୍ତ ଭାବେ ସୁନ୍ଦର ଡିଜାଇନ୍ ପ୍ରକାରେ ହୋଇପାରିବ ବୋଲି କହିଥିଲେ ବିଭାଗୀୟ ଉପଦେଷ୍ଟା ଇ: ଅଶୋକ କୁମାର ନନ୍ଦ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଆର୍ଚିଟେକ୍ଟ ଶ୍ରୀ ତାର୍କେଶ ମିଶ୍ର ଉପସ୍ଥିତ ଥିଲେ ।
ଏହି ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ଶ୍ରୀ ଜିତେନ୍ଦ୍ର କୁମାର ବ୍ୟାସ ଏବଂ କୁମାର ବିପ୍ଳବ ଯୋଗ ଦେଇ ଶକ୍ତି ସଂରକ୍ଷଣର ବିଭିନ୍ନ ଦିଗ ଉପରେ ଉପାଦେୟ ସୂଚନା ଦେଇ ଅବଗତ କରାଇଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ଟାଉନ ପ୍ଲାନିଂ , ଆରଡି ଏବଂ ପିଡବ୍ଲୁଡି: , ଶକ୍ତି ବିଭାଗ , ଟିପିଏସଓଡିଏଲ: , ପୌର ପରିଷଦ , ଡିଆଇସି: ଏବଂ କଲୋକ୍ଟରେଟ ପ୍ରମୁଖ ବିଭାଗ ଅଧିକାରୀ , ଇଞ୍ଜିନିୟର , କର୍ମଚାରୀ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031