Indus Valley Times

ଗଜପତି: ଘର ଘର ବୁଲି କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି

 Breaking News

ଗଜପତି: ଘର ଘର ବୁଲି କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି

November 09
21:04 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୧୧: ଦେଶବ୍ୟାପୀ କୋଭିଡ ମହାମାରୀ ଏ ପର୍ଯ୍ୟନ୍ତ ଥମିବାର କୋଣସି ନାମ ନେଉନି । ଗଜପତି ଜିଲ୍ଲାରେ ମଧ୍ୟ ଏହି କୋଭିଡ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବେ କୋଭିଡ ମୁକ୍ତ ହୋଇନାହିଁ ।
ତେଣୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଗଜପତି ଜିଲ୍ଲାରେ ଗ୍ରାମରେ ଘର ଘର ବୁଲି କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି ।
ଗଜପତି ଜିଲ୍ଲା ଗୋସାଣି ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଦେବିତି ଗ୍ରାମରେ ମଙ୍ଗଳବାର ଘର ଘର ବୁଲି କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ଦୁଇଦିନ ପୂର୍ବରୁ ଦେବିତି ଗ୍ରାମରେ ଏଏନଏମ: ଶ୍ରୀମତୀ ବି: ଜଗଦମ୍ବା , ସ୍ବାସ୍ଥ୍ୟକର୍ମୀ ଶ୍ରୀ ରଞ୍ଜିତ ଜେନା ଅଙ୍ଗନବାଡି କର୍ମୀ ଶ୍ରୀମତୀ କେ: ଦମୟନ୍ତି , ଆଶାକର୍ମୀ ଶ୍ରୀମତୀ ଏସ: ତାରାବତୀ , ମିନି ଅଙ୍ଗନବାଡି କର୍ମୀ ଶ୍ରୀମତୀ ଏ: ଶୁଶିଳା ପ୍ରମୁଖ ଘର ଘର ବୁଲି ଟୀକା ନେଇ ନଥିବା ଲୋକଙ୍କୁ ଚିହ୍ନଟ କରି ଚିରିକୁଟି ବଣ୍ଟନ କରିବା ସହ ଗ୍ରାମରେ ୯ ତାରିଖ ଦିନ କୋଭି ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମାଇକ ଯୋଗେ ସୂଚନା ଦେଇଥିଲେ ।
ସେହି ପ୍ରକାରେ ମଙ୍ଗଳବାର ଦେବିତି ଗ୍ରାମରେ ଚିହ୍ନଟ ହୋଇଥିବା ୧୧୬ ଜଣଙ୍କ ପାଇଁ କୋଭିଡ଼ ଟୀକା ଦେବା ବ୍ୟବସ୍ଥା ହୋଇଥିଲା ।
ଗୋସାଣି ବ୍ଲକ ଗୁରାଣ୍ଡି ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୋଭିଡ଼ ଏଏନଏମ: ଶ୍ରୀମତୀ ରୀନା ଅନ୍ତୁ ଉପସ୍ଥିତ ରହି ଆସିଥିବା ସମସ୍ତଙ୍କୁ ଟୀକା ଦେଇଥିଲେ । ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ଡିଓ: ଶ୍ରୀ ମାଝୀ ପ୍ରଧାନ ସମସ୍ତ ସହଯୋଗ କରିଥିଲେ ।
ଏ ସମ୍ପର୍କରେ ଟୀକା ଦେଇଥିବା ଏଏନଏମ ଶ୍ରୀମତୀ ଅନ୍ତୁ କହିଛନ୍ତି ଯେ , ଏହି କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ନେଇ ହିତାଧିକାରୀ ମାନଙ୍କୁ ଗତ ୨ ଦିନ ପୂର୍ବରୁ ସୂଚନା ଦିଆ ଯାଇଥିଲା ।
ମଙ୍ଗଳବାର ଏହି ଟୀକାକରଣ କେନ୍ଦ୍ରକୁ ଆସି ଚିହ୍ନଟ ସମସ୍ତ ହିତାଧିକାରୀ ଆସି ଟୀକା ନେଇଛନ୍ତି । କାହାର କୋଣସି ଅସୁବିଧା ହୋଇନାହିଁ । ଘର ପାଖରେ ଏଭଳି ଟୀକାକରଣ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କରା ଯାଇଥିବା ଯୋଗୁଁ ତାଙ୍କୁ ଅଶେଷ ଧନ୍ୟବାଦ ବୋଲି କହିଥିଲେ ।
ସେହିଭଳି ଘର ପାଖରେ ମଙ୍ଗଳବାର ପ୍ରଥମ ଡୋଜ କୋଭିଡ ଟୀକା ନେବାର ସୁଯୋଗ ପାଇଥିବା ୩ ଜଣ ହିତାଧିକାରୀ ଶ୍ରୀ ଦୀନବନ୍ଧୁ ଜେନା , ନମିତା ବରାଡ଼ ଓ ଅନୁସ୍ଵୟା ଜେନା ପ୍ରମୁଖ କହିଛନ୍ତି ଯେ , କୋଭିଡ ଟୀକା ପୂର୍ବରୁ ନେଇ ନଥିଲି । ଘର ପାଖରେ ଆସି ଟିକାଦେବା ବ୍ୟବସ୍ଥା ହୋଇଥିବା ଯୋଗୁଁ ମୁଁ ଆଜି ଟୀକା ନେବାପାଇଁ ଆଗ୍ରହ ହେଲି ଏବଂ ଟୀକା ନେଲି ।
କୋଣସି ଅସୁବିଧା ହୋଇନି । ସମସ୍ତେ ଏହି ଟୀକା ନିଅନ୍ତୁ ଆଉ କରୋନା ମୁକ୍ତ ହୁଅନ୍ତୁ । ଘର ପାଖରେ ଏଭଳି ଟୀକାନେବା ବ୍ୟବସ୍ଥା ହୋଇଥିବା ଯୋଗୁଁ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି\’ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031