Indus Valley Times

ଗଜପତି: ଜବାହର ନବୋଦୟ ବିଦ୍ୟାଳୟ ପରିସରରେ “ଗୋଲ ମରିଚ” ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜବାହର ନବୋଦୟ ବିଦ୍ୟାଳୟ ପରିସରରେ “ଗୋଲ ମରିଚ” ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

August 26
10:47 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୮: ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଆଜି “ଗୋଲ ମରିଚ” ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏନଏସଏସ: କୋର୍ଡିନେଟର ଶ୍ରୀ କୈଳାଶ ଚନ୍ଦ୍ର ପୃଷ୍ଟି , ବରିଷ୍ଠ ଶିକ୍ଷକ ଶ୍ରୀ ହର ପ୍ରସାଦ ମିଶ୍ର ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତିରେ ମୋହନା ରୁ ବିଦ୍ୟାଳୟର ଅଭିଭାବକ ମାନଙ୍କ ଦ୍ଵାରା ଅଣା ଯାଇଥିବା ଶତାଧିକ ଗୋଲ ମରିଚ ଚାରା ଲତା ବଡ଼ ବଡ଼ ଗଛ ତଳେ ଉପରକୁ ମାଳିବା ଭଳି ରୋପଣ କରା ଯାଇଥିଲା ।
ବିଦ୍ୟାଳୟର ସବୁଜିମା ଓ ଇକୋନୋମିକ ପ୍ଲାଣ୍ଟ ର ରୋପଣତା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରେରଣା ଯୋଗାଇଛି । ଯାହାକି , ଏଭଳି ବୃକ୍ଷ ରୋପଣ ବିଦ୍ୟାଳୟର ପରିବେଶକୁ ଅତ୍ୟନ୍ତ ଶୋଭନୀୟ କରିପାରିଛି ।
ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ମୋହନା ବ୍ଲକର ଅଭିଭାବକ ମାନଙ୍କ ସହଯୋଗ କ୍ରମେ ସମ୍ଭବ ହୋଇ ପାରିଥିବା କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031