Indus Valley Times

ଗଜପତି: ” ଜଳ ଜୀବନ ମିଶନ” ଦ୍ୱାରା ଗ୍ରାମ୍ୟ ପାଇପ ଜଳ ଯୋଗାଣ ଉପରେ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

 Breaking News

ଗଜପତି: ” ଜଳ ଜୀବନ ମିଶନ” ଦ୍ୱାରା ଗ୍ରାମ୍ୟ ପାଇପ ଜଳ ଯୋଗାଣ ଉପରେ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଗଜପତି: ” ଜଳ ଜୀବନ ମିଶନ” ଦ୍ୱାରା ଗ୍ରାମ୍ୟ ପାଇପ ଜଳ ଯୋଗାଣ ଉପରେ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ
May 22
09:28 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୫ : କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟର ଲୋକାଭିମୁଖୀ ଯୋଜନା ହର ଘର ଜଳ ତଥା “ଜଳ ଜୀବନ ମିଶନ” ଅନ୍ତର୍ଗତରେ ଗଜପତି ଜିଲ୍ଲାର ଗ୍ରାମାଞ୍ଚଳ ସ୍ତରରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ଜଳ ଯୋଗାଇବା ଏବଂ ଏହି କାର୍ଯ୍ୟକୁ ଶୀଘ୍ର ତ୍ବରାନ୍ୱିତ କରାଯିବା ନେଇ ଆଜି ସ୍ୱତନ୍ତ୍ର ଭାବେ ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗା୍ଵରା ତିରୁପତି ରାଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗଦେଇ ବୈଠକ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ କହି ଆସନ୍ତା ୨୦୨୪ ମସିହା ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତଙ୍କ ଘରକୁ ପାଇପ ଯୋଗେ ଜଳ ଯୋଗାଣ ହୋଇପାରିବ , ସେହି ଉଦ୍ଦେଶ୍ୟ ନେଇ ସରକାରଙ୍କ ପକ୍ଷରୁ ଏହି ମିଶନ ଆରମ୍ଭ କରାହୋଇଛି ବୋଲି କହିଥିଲେ ।
ଅନ୍ୟପକ୍ଷରେ , ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ପାହାଡ଼ିଆ ଅଞ୍ଚଳ ହୋଇଥିବା ଯୋଗୁଁ ଅଧିକାଂଶ ଅଞ୍ଚଳରେ ଭୁତଳ ଜଳ କମ ପରିମାଣରେ ରହିଛି , ତେଣୁ ନଦୀ ଓ ଚିରସ୍ରୋତା ନାଳ ପ୍ରଭୃତି ସୋର୍ସକୁ ନେଇ ଏହି ପ୍ରକଳ୍ପ ମିଶନର ନିର୍ମାଣ କାର୍ଯ୍ୟ କରାଯାଉଛି ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ମେଗା ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା ସମୟ ମଧ୍ୟରେ ଯେଉଁଠି ପାନୀୟ ଜଳ ସମସ୍ୟା ଦେଖାଦେବ , ସେ ଅଞ୍ଚଳରେ ତୁରନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ସହ ସେ ଅଞ୍ଚଳର ଜନ ପ୍ରତିନିଧି ମାନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ବୈଠକରେ ଗଜପତି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ଯୋଗଦେଇ ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ “ଜଳ ଜୀବନ ମିଶନ” ଅନ୍ତର୍ଗତରେ ଚାଲିଥିବା ୨ ଗୋଟି ମେଗା ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।
ଏଥିରେ ବିଭାଗିୟ ସହକାରୀ ନିର୍ବାହୀ ଯନ୍ତ୍ରୀ(ଏଷ୍ଟିମେଟ) ଦିପ୍ତୀଶ୍ରୀ ନାୟକ ଏବଂ ସହକାରୀ ଯନ୍ତ୍ରୀ ସ୍ୱୟଂପ୍ରଭା ସେଠୀ ଓ ଅନ୍ୟ ଯନ୍ତ୍ରୀମାନେ ସହଯୋଗ କରିଥିଲେ ।
ବୈଠକ କାର୍ଯ୍ୟକ୍ରମରେ ମେଗା ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କେଉଁ କେଉଁଠି ଚାଲିଛି , କିଭଳି ଓ କେଉଁ ପ୍ରକାର ଚାଲିଛି ଓ ନିର୍ମାଣ କାର୍ଯର ଅଗ୍ରଗତି କେତେ ଦୂର ପର୍ଯ୍ୟନ୍ତ ଆଗେଇଛି , ସେ ସବୁର ଟିକିନିଖି ଭାବେ ପାୱାର ପଏଣ୍ଟ ମାଧ୍ୟମରେ ସୂଚନା ଦେଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଗୁଡିକର ସ୍ଥିତି ଚିତ୍ର ପ୍ରଦର୍ଶନ କରା ଯାଇଥିଲା ।
ବୈଠକ\’ରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ , ବିଭାଗୀୟ ଯନ୍ତ୍ରୀ ମାନେ ଜଳ ସମସ୍ୟା ଉପରେ ଅଭିଯୋଗ ପାଇ କୋଣସି ଏକ ସ୍ଥାନରେ କାମ କରିଲେ ମଧ୍ୟ ତାହା ଠିକ ଭାବେ କାମ କରୁନାହିଁ ଏଭଳି ଲକ୍ଷ୍ମୀପୁର , ବୁଦୁରା , ବିଏଲ ପୁର , ନୀଳକଣ୍ଠ ପୁର , ସୀତାପୁର ପ୍ରଭୃତି ଅଞ୍ଚଳରେ ବିଭାଗିୟ କାମ ସନ୍ତୋଷ ଜନକ ନ ଥିବା କହି ଅସନ୍ତୋଷ ପ୍ରକାଶ କରିଥିଲେ ।
ଜିଲ୍ଲାରେ ଚାଲିଥିବା ମେଗା ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅଧିକ ସୂଚନା ଦେଇ କୁହା ଯାଇଥିଲା ଯେ , ଜିଲ୍ଲାର କାଶୀନଗର ଓ ଗୁମ୍ମା ବ୍ଲକ ପାଇଁ ମୋଟ ୧୩୪ କୋଟି ୮୨ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ବଂଶଧାରା ନଦୀ ରେ ପ୍ରକଳ୍ପ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୭ ଟି ପଞ୍ଚାୟତର ୧୦୩ଟି ଗ୍ରାମର ୬୭ ହଜାର ୨୭୫ ଜନ ସାଧାରଣ ଉପକୃତ ହେବେ ।
ଏହି ନିର୍ମାଣ କାର୍ଯ୍ୟ ଗତ ୨୮/୯/୨୦୨୦ ରେ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୨୮/୯/୨୦୨୨ ସୁଦ୍ଧା ଶେଷ ହେବାର ଲକ୍ଷଧାର୍ଯ୍ୟ ହୋଇଛି ।
ସେହିଭଳି ଜିଲ୍ଲାର ମୋହନା , ନୂଆଗଡ଼ ଓ ରା: ଉଦୟଗିରି ବ୍ଲକରେ ମୋଟ ୬୨୨ କୋଟି ୧୩ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଗତ ୨୧/୧୨/୨୦୨୨ ଆରମ୍ଭ ହୋଇଛି ଅନ୍ୟ ଏକ ମେଗା ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ।
ଏହା ମୋହନା ବ୍ଲକ ଅନ୍ତର୍ଗତ ହରଭଙ୍ଗୀ ଜଳଭଣ୍ଡାର ଠାରେ ନିର୍ମାଣ କରାଯାଉଛି । ଏହା ଗତ ୨୧/୧୨/୨୦୨୧ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଗାମୀ ୨୦/୧୨/୨୦୨୩\’ରେ ଶେଷ ହେବାକୁ ଲକ୍ଷଧାର୍ଯ୍ୟ ରହିଛି ।
ଏହା କାର୍ଯ୍ୟକ୍ଷମ ହେଲେ ମୋଟ ୮୦ ଟି ପଞ୍ଚାୟତର ୯୨୦ଟି ଗ୍ରାମର ୩ଲକ୍ଷ୍ୟ ୭୯ ହଜାର ୩୨୬ ଜଣ ଲୋକ ଉପକୃତ ହେବେ ବୋଲି କୁହାଯାଇଛି ।
ଏହି ବୈଠକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୋହନା ବିଧାୟକ ଶ୍ରୀ ଦାସରଥୀ ଗମାଙ୍ଗ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲ୍ଲିକ ପ୍ରମୁଖ ମଞ୍ଚାସିନ ଥିବା ବେଳେ ସମସ୍ତ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଡ଼ିଓ ମାନଙ୍କ ସମେତ ମେଗା ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031