Indus Valley Times

ଗଜପତି: ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକା ନନ୍ଦଙ୍କ ୧୬୦ ତମ ଜୟନ୍ତୀ

 Breaking News

ଗଜପତି: ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକା ନନ୍ଦଙ୍କ ୧୬୦ ତମ ଜୟନ୍ତୀ

ଗଜପତି: ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକା ନନ୍ଦଙ୍କ ୧୬୦ ତମ ଜୟନ୍ତୀ
January 13
10:50 2023

ଗଣେଶ କୁମାର ରାଜୁଙ୍କ ରି;ପୋର୍ଟ
ଗଜପତି,୧୩/୧:ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତ୍ୟେଷିଣୀ ସମାଜର ସଭାଗୃହ ଠାରେ ଜାତୀୟ ଯୁବ ଦିବସ ତଥା ମହାନ୍ ଦାର୍ଶନିକ ସ୍ୱାମୀ ଵିବେକାନନ୍ଦଙ୍କ ୧୬୦ ତମ ଜୟନ୍ତୀ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ସ୍ୱାମୀ ଵିବେକାନନ୍ଦ ଲୋକ ସଂସଦର ଯୁବ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଗବେଷକ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଶ୍ରୀ କୃଷ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡଃ ଚନ୍ଦ୍ର ଶେଖର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଦିବସ ପାଳନ\’ର ତାତ୍ପର୍ଯ୍ୟ ଓ ମହତ୍ତ୍ଵ ସମ୍ପର୍କରେ କହି ତାଙ୍କର ଅଲୌକିକ ଘଟଣା ଓ ଅଭୂଳାସ୍ମୃତି ଆଲୋଚନା କରି ସେ କିଭଳି ଯୁବଗୋଷ୍ଠୀ\’ଙ୍କ ପାଇଁ ପ୍ରେରଣାର ବ୍ୟକ୍ତିତ୍ଵ ଥିଲେ ତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପର୍ଶୁରାମ ଗୁରୁକୁଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସଚ୍ଚିକାନ୍ତ ମହାପାତ୍ର , ବିନୋଦିନୀ ବିଜ୍ଞାନ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ , ଆଚାର‌୍ୟ୍ୟ ବିନୋଦ ଚନ୍ଦ୍ର ଜେନା ଓ ସାହିତ୍ୟ ଏକାଡେମୀ ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ସ୍ୱାମୀ ଵିବେକାନନ୍ଦଙ୍କ ବାଣୀ , ଦର୍ଶନ ଶାସ୍ତ୍ର ଓ ଆଦର୍ଶ , ବେଦ ଉପନିଷଦ , ଭାରତ ଭ୍ରମଣ , ଯୁବଗୋଷ୍ଠୀଙ୍କୁ ବାର୍ତ୍ତା , ଚିକାଗୋ ଧର୍ମସଭା , ଆଧୁନିକ ଭାରତ ସ୍ବପ୍ନ ଓ ସମଗ୍ର ବିଶ୍ବକୁ ଭାରତ ବାଟ ଦେଖାଇବା ପ୍ରଭୃତିର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଯୁବପିଢି ସ୍ବାମୀଜୀ\’ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାସହ କର୍ତ୍ତବ୍ୟ ନିଷ୍ଠା ର ଭାବନା ନେଇ ବିକାଶ ପଥରେ ଆଗେଇ ଯିବାକୁ ସଂକଳ୍ପ ବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ କର୍ତ୍ତବ୍ୟ ନିଷ୍ଠା କ୍ଷେତ୍ରରେ ୩ ଜଣ ଯୁବ ପ୍ରତିଭା\’ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ଭର୍ଦ୍ଧିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରା ଯାଇଥିଲା ।
ଶ୍ରୀମତୀ ଆରୁପାଞ୍ଜଳି ମହାନ୍ତି ଶାନ୍ତିପାଠ କରିଥିବା ବେଳେ ଅଧ୍ୟାପକ ଶ୍ରୀ ଅର୍ଜ୍ଜୁନ ଜେନା ସ୍ଵାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଏବଂ ଶିକ୍ଷାବିତ୍ ଶ୍ରୀ ଵିଚିତ୍ରା ନନ୍ଦ ବେବର୍ତ୍ତା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031