Indus Valley Times

ଗଜପତି: ଜାତୀୟ ସମ୍ବିଧାନ ଦିବସ ଅବସରରେ ଜିଲ୍ଲା ଦୌରାଜଜ କୋର୍ଟ ପରିସରରେ ଭାରତ ସମ୍ବିଧାନର ଓଡ଼ିଆ ଓ ଇଂରାଜୀ ଲିଖିତ ମୁଖବନ୍ଧ ଫଳକ ଉନ୍ମୋଚିତ

 Breaking News

ଗଜପତି: ଜାତୀୟ ସମ୍ବିଧାନ ଦିବସ ଅବସରରେ ଜିଲ୍ଲା ଦୌରାଜଜ କୋର୍ଟ ପରିସରରେ ଭାରତ ସମ୍ବିଧାନର ଓଡ଼ିଆ ଓ ଇଂରାଜୀ ଲିଖିତ ମୁଖବନ୍ଧ ଫଳକ ଉନ୍ମୋଚିତ

November 26
18:57 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୧୧ : ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରରେ ଆର୍ଟିକଲ-୩୯(ଏ) ସମ୍ପର୍କିତ ଓଡ଼ିଆ-ଲିଖିତ ଭାରତ ସଂଭିଧାନ ପ୍ରସ୍ତାବନା(ମୁଖବନ୍ଧ) ଏବଂ ଇଂରାଜୀ ଲିଖିତ ଦି କନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରିମ୍ବଲ ଫଳକ ଦୁଇଟି ଆଜି ଉନ୍ମୋଚିତ ହୋଇଯାଇଛି। ।
ଏହାକୁ ରାଜ୍ୟସ୍ତରରେ ମାନ୍ୟବର ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ଃ ଜଷ୍ଟିସ ଏସ: ମୁରଲୀଧର ଆନୁଷ୍ଠାନିକ ଭାବେ ଭର୍ଚୁଆଲ ମୋଡ଼ରେ ଡ଼ଃ ଜଷ୍ଟିସ ବି:ଆର୍: ଷଡଙ୍ଗୀ ଓ ଅନ୍ୟାନ୍ୟ ବିଚାରପତିଙ୍କ ଗହଣରେ ଉନ୍ମୋଚନ କରିଥିଲେ । ସେହିଭଳି ପାରଳାଖେମୁଣ୍ଡି ଜିଲ୍ଲାକୋର୍ଟ ପରିସରରେ ଜିଲ୍ଲା ଦୌରାଜଜ୍ ଶ୍ରୀ ସତ୍ୟପୀର ମିଶ୍ର ସମସ୍ତ ବିଚାରପତିଙ୍କ ଗହଣରେ ଏହି ମୁଖବନ୍ଧ ଫଳକ ୨ଟି ଉନ୍ମୋଚନ କରିଥିଲେ ।
ଏହି ଭାରତ ସଂଭିଧାନ ମୁଖବନ୍ଧ ଫଳକ ୨ ଟି\’ର ଉନ୍ମୋଚନ କାର୍ଯ୍ୟକ୍ରମ ଜିଲ୍ଲାକୋର୍ଟ ବିଲଡିଂର ଗ୍ରାଉଣ୍ଡ-ଫ୍ଲୋର ଠାରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଫେମିଲି କୋର୍ଟର ବିଚାରପତି ଶ୍ରୀ ସୁବ୍ରତ ମହାନ୍ତି , ଏଡିଜେ: ଶ୍ରୀ ହେମନ୍ତ କୁମାର ସେଠୀ , ବରିଷ୍ଠ ସିଭିଲ ଜଜ ଶ୍ରୀ ଚନ୍ଦ୍ରହାସ ବେହେରା , ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଏସଡିଜେଏମ: ଶ୍ରୀମତୀ ବର୍ଷା ଶର୍ମା , ଜେଏମଏଫସି:(ଓଏଡବ୍ଲ୍ୟୁ) ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ,ସିଭିଲ ଜଜ(ପ୍ରବେଶନ) ଶ୍ରୀ ଶୁଭଜିତ ବେହେରା ପ୍ରମୁଖଙ୍କ ସମେତ ଓକିଲ ସଂଘର ସଦସ୍ୟ ମାନେ , ପୋଲିସ , ଜିଲ୍ଲା କୋର୍ଟ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କୋର୍ଟ ମ୍ୟାନେଜର ଶ୍ରୀ ସାଇ ପ୍ରସାଦ , ମୁଖ୍ୟ-କିରାଣୀ ଶ୍ରୀ ଜଗନ୍ନାଥ ପଣ୍ଡା ଓ ଏସ:ଏ: ଶ୍ରୀ ଦ୍ବିତୀକୃଷ୍ଣ ପ୍ରଧାନ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031