Indus Valley Times

ଗଜପତି :ଜାତୀୟ ସ୍ତର ପ୍ରତିଯୋଗିତାରେ ପାରଳାଖେମୁଣ୍ଡିର ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ କୃତିତ୍ୱ , ମିସେସ ଇଣ୍ଡିଆ କନଫିଡେଣ୍ଟ କୁଇନ ବିବେଚିତ

 Breaking News

ଗଜପତି :ଜାତୀୟ ସ୍ତର ପ୍ରତିଯୋଗିତାରେ ପାରଳାଖେମୁଣ୍ଡିର ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ କୃତିତ୍ୱ , ମିସେସ ଇଣ୍ଡିଆ କନଫିଡେଣ୍ଟ କୁଇନ ବିବେଚିତ

ଗଜପତି :ଜାତୀୟ ସ୍ତର ପ୍ରତିଯୋଗିତାରେ ପାରଳାଖେମୁଣ୍ଡିର ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ କୃତିତ୍ୱ , ମିସେସ ଇଣ୍ଡିଆ କନଫିଡେଣ୍ଟ କୁଇନ ବିବେଚିତ
June 12
10:06 2023

ଗଜପତି,୧୨/୬: ମହାରାଷ୍ଟ୍ରର ନାଗପୁର ଠାରେ “ଡ୍ରିମ୍ ଷ୍ଟୁଡିଓ ଭେଞ୍ଚର” ଡିଏସଭି: କମ୍ପାନୀ ପକ୍ଷରୁ ଆୟୋଜିତ ହୋଇଥିବା ମେଡିକୋ ଡିଭା ତଥା ପ୍ରସିଦ୍ଧ ଚିକିତ୍ସକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ସହରର ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ ଅଂଶଗ୍ରହଣ କରି ପ୍ରଥମ ହୋଇ “ମିସ ଇଣ୍ଡିଆ କନଫିଡେଣ୍ଟ କୁଇନ” ସମ୍ମାନ ଜନକ ମୁକୁଟ ଅଳଙ୍କୃତ କରିଛନ୍ତି । ତାଙ୍କର ଏହି ଜାତୀୟ ସ୍ତର କୃତିତ୍ୱ ହାସଲ ଯୋଗୁଁ ପାରଳାଖେମୁଣ୍ଡି ସହରର ବିଭିନ୍ନ ମହଲରେ ତାଙ୍କୁ କୃତଜ୍ଞତା ଜଣାଇବା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
ଡାକ୍ତର ସନ୍ଧ୍ୟାରାଣୀ ବର୍ତ୍ତମାନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି ।
ନାଗପୁର ଠାରେ ଅନୁଷ୍ଠିତ ଏହି “ମେଡ଼ିକୋ ଡ଼ିଭା” ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟର ଏଲୋପ୍ୟାଥିକ , ଆୟୁର୍ବେଦ , ହୋମିଓପାଥି , ଡେଣ୍ଟାଲ ପ୍ରଭୃତି ବିଭାଗର ପ୍ରସିଦ୍ଧ ମହିଳା ଡାକ୍ତର ମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶାରୁ କେବଳ ଜଣେ ମାତ୍ର ଡାକ୍ତର ଭାବେ ପାରଳାଖେମୁଣ୍ଡି ସହରର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସନ୍ଦ୍ୟାରାଣୀ ପାଣିଗ୍ରାହୀ ଅଂଶଗ୍ରହଣ କରି ଏହି ସମ୍ମାନ ଜନକ ମୁକୁଟ କୃତିତ୍ୱ ହାସଲ କରି ଗଜପତି ଜିଲ୍ଲା ପାଇଁ ଏକ ଗୌରବ ଆଣିଛନ୍ତି ।
ଡ଼ାଃ ପାଣିଗ୍ରାହୀ ୠଙଏଝଓ ମହାସଂଘ ଓ ଇଣ୍ଡିଆନ ମେଡିକାଲ ଏସୋସିଏସନ ପକ୍ଷରୁ ଏହି ସମ୍ମାନ ଜନକ ପଦବୀ ଅଳଙ୍କୃତ କରିଥିବା ବେଳେ ବ୍ରାଣ୍ଡ-ଏମ୍ବାସେଡର ଡ଼ାଃ ଅର୍ଚ୍ଚନା ଧୁଲେ ଏବଂ ଆୟୋଜକ କମ୍ପାନୀ ଓନର ମିଃ ସୋହେଲ ଶେଖଙ୍କ ଦ୍ଵାରା ଏହି ସମ୍ମାନଜନକ ବିୟୁଟି କୁଇନ ଟ୍ରଫି ମୁକୁଟ ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ ।
ଡ଼ାଃ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ନିଷ୍ଠା , କାର୍ଯ୍ୟଦକ୍ଷତା ଓ ଉତ୍କୃଷ୍ଟ ଚିକିତ୍ସା ପ୍ରଣାଳୀ ଏବଂ ସର୍ବୋପରି ତାଙ୍କ ପ୍ରତିଭାରଉପସ୍ଥାପନା ଶୈଳୀ ଯୋଗୁଁ ସେ ଉପସ୍ଥିତ ଜର୍ଜ ଓ ଜୁରୀ ମାନଙ୍କ ଦ୍ଵାରା ଭୂୟସୀ ଉଚ୍ଚ ପ୍ରଶଂସିତ ହୋଇ ଏହି ସମ୍ମାନଜନକ କୃତିତ୍ୱ ହାସଲ କରିବା ସହ ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031