Indus Valley Times

ଗଜପତି : ଜିରାଙ୍ଗ ପଞ୍ଚାୟତରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

 Breaking News

ଗଜପତି : ଜିରାଙ୍ଗ ପଞ୍ଚାୟତରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଗଜପତି : ଜିରାଙ୍ଗ ପଞ୍ଚାୟତରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
May 01
21:28 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧/୫ : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର୍ ଫର୍ କମୁନିଟି ଡେଭଲପ୍‌ମେଣ୍ଟ (ସି ସି ଡି) ଏବଂ ଫ୍ୟାମିଲି ଫୋକସ୍‌ଡ୍ ଭିଲେଜ୍ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ (ଏଫ୍ ଏଫ୍ ଭି ଡି ପି) ପକ୍ଷରୁ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜୀରାଙ୍ଗ ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି ।
ଏହି ଅବସରରେ ଦେଶ ନିର୍ମାଣରେ ଅବଦାନ ରଖୁଥିବା ୧୩୮ ଜଣ ଅସଂଗଠିତ ଶ୍ରମିକଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରା ଯାଇଥିଲା। ସିସିଡି ପକ୍ଷରୁ ପୂର୍ବରୁ ଗ୍ରାମ ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ କରାଯାଇ, ଶ୍ରମିକମାନଙ୍କୁ ଲେବର କାର୍ଡର ଉପକାରିତା ବିଷୟରେ କହି ସଚେତନ କରା ଯାଇଥିଲା । ଏହା ସହିତ ଜିରାଙ୍ଗ ପଞ୍ଚାୟତର ଗୁରସାହି , ତଳ ଗାଲଗଣ୍ଡା ଏବଂ ଉପର ଗାଲଗଣ୍ଡା ଗ୍ରାମରେ ବିଶେଷ ଶିବିର ଆୟୋଜନ କରାଯାଇ ମାଗଣାରେ ଆବେଦନ ପ୍ରକ୍ରିୟା ସମ୍ପନ୍ନ କରା ଯାଇଥିଲା।
ଜିଲ୍ଲା ଶ୍ରମ ବିଭାଗର ସହଯୋଗରେ ସ୍ୱଳ୍ପ ସମୟ ମଧ୍ୟରେ ଏହି କାର୍ଡଗୁଡ଼ିକ ଅନୁମୋଦନ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟତଃ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମେତ ଶ୍ରମିକ ଦିବସର ଗୁରୁତ୍ୱ ଉପରେ ଆଲୋଚନା କରା ଯାଇଥିଲା।
ଶ୍ରମିକ ମାନଙ୍କ ଦେଶ ଗଠନରେ ସେମାନଙ୍କ ଅବଦାନ , ସେମାନଙ୍କର ଅଧିକାର , ଏବଂ ସରକାରୀ ଯୋଜନା ସହ ସେମାନଙ୍କୁ କିପରି ଯୋଡ଼ିବା ସେ ବିଷୟରେ ସଚେତନତା ସୃଷ୍ଟି କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିରାଙ୍ଗ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରିସପା ଭୂୟାଁ ଯୋଗ ଦେଇ ୧୩୮ ଜଣ ଶ୍ରମିକଙ୍କୁ ତାଙ୍କର ଅସଂଗଠିତ ଶ୍ରମିକ କାର୍ଡ ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମସ୍ତ କାର୍ଯ୍ୟକ୍ରମକୁ ପୋଜେକ୍ଟ ଅଫିସର , ଜୟଲକ୍ଷ୍ମୀ ବେହେରା ଓ ମମତା ପାତ୍ର ପରିଚାଳନା କରିଥିବା ବେଳେ ଗ୍ରାମବାସୀ ମାନେ ଏହି ମହତ କାମ ପାଇଁ ସାଧୁବାଦ ଜଣାଇବା ସହ ଭୂୟସୀ ପ୍ରଶଂସା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031