Indus Valley Times

ଗଜପତି: ଜିଲ୍ଲାର ଆଦିବାସୀ ଝିଅ ପ୍ରଥମ ଥର ପାଇଁ ଏସିଆନ ଗେମ୍ସ ଚାମ୍ପିଅନସିପ ପାଇଁ ମନୋନୀତ,ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ମହଲରୁ ଉତ୍ସର୍ସିତ ସମ୍ଭର୍ଦ୍ଧନା ଜ୍ଞାପନ

 Breaking News

ଗଜପତି: ଜିଲ୍ଲାର ଆଦିବାସୀ ଝିଅ ପ୍ରଥମ ଥର ପାଇଁ ଏସିଆନ ଗେମ୍ସ ଚାମ୍ପିଅନସିପ ପାଇଁ ମନୋନୀତ,ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ମହଲରୁ ଉତ୍ସର୍ସିତ ସମ୍ଭର୍ଦ୍ଧନା ଜ୍ଞାପନ

ଗଜପତି: ଜିଲ୍ଲାର ଆଦିବାସୀ ଝିଅ ପ୍ରଥମ ଥର ପାଇଁ ଏସିଆନ ଗେମ୍ସ ଚାମ୍ପିଅନସିପ ପାଇଁ ମନୋନୀତ,ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ମହଲରୁ ଉତ୍ସର୍ସିତ ସମ୍ଭର୍ଦ୍ଧନା ଜ୍ଞାପନ
July 26
22:03 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୭: ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ବଡ କଳାକୋଟ ଗ୍ରାମର ଝିଅ ସ୍ୱେତାସିନି ଶବର ଆନ୍ତର୍ଜାତୀୟ ସ୍ତର ଏସିଆନ ଗେମ୍ସ ଚାମ୍ପିଅନସିପ ଖେଳରେ ଓଡ଼ିଶାରୁ ଏକ ମାତ୍ର ମହିଳା ଖେଳାଳି ଭାବେ ଭାରତ ତରଫରୁ ପ୍ରତିନିଧିତ୍ଵ କରିବାକୁ ଯାଉଛନ୍ତି ।
ଏହି ଅବସରରେ ସ୍ୱେତସିନି ଶବର ନିଜ ଗ୍ରାମ ଗସ୍ତରେ ଆସିଥିବା ବେଳେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ମହଲରେ ତାଙ୍କ ପ୍ରତି ଶୁଭେଚ୍ଛା ଓ ସମ୍ଭର୍ଦ୍ଧନା ଜ୍ଞାପନ କରା ଯାଇଛି। ।
ଗୁମ୍ମା ବ୍ଲକ ବଡ କଲାକୋଟ ଗ୍ରାମର ଧର୍ମେନ୍ଦ୍ର ଶବର ଓ ଶାନ୍ତି ଶବରଙ୍କ ଝିଅ ସ୍ୱେତାସିନି ଶବର । ସେ ଭାରତୀୟ ସଫ୍ଟବଲ ଦଳ ରେ ସ୍ଥାନ ପାଇ ଏସିଆନ ଗେମ୍ସରେ ଖେଳିବାର ଗୌରବ ଆଣିଛନ୍ତି।
ଭାରତ ପ୍ରଥମ ଥର ଏହି ପ୍ରତିଯୋଗିତା ପାଇଁ ନିଜ ଦଳ ପଠାଉଛି। ଏଥିରେ ଗୁମା ବ୍ଲକ ଭଳି ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳର ଜଣେ ଝିଅ ଭାରତୀୟ ଦଳରେ ପ୍ରତିନିଧିତ୍ଵ କରିବା ଗଜପତି ଜିଲ୍ଲା ଏବଂ ଓଡ଼ିଶା ରାଜ୍ୟ କୁ ଗୌରବ ଆଣିଛି ।
ସ୍ଵେତାସିନି ଶବର ପୂର୍ବରୁ ଭାରତୀୟ କନିଷ୍ଠ ଦଳ ପାଇଁ ୨୦୧୭ ମସିହାରେ ୟୁଏସଏରେ ଅନୁଷ୍ଠିତ ହୋଇଥିବା ସଫ୍ଟବଲ ବିଶ୍ୱକପ୍ ଚାମ୍ପିଅନସିପ ଖେଳିଛନ୍ତି।
ସେହିଭଳି ୨୦୨୦ ମସିହାରେ ଭାରତୀୟ ବେସ ବଲ ଦଳରେ ସାମିଲ ହୋଇ ଏସିଆ କପ୍ ଚାମ୍ପିଅନସିପ ଚିନର ଜଙ୍ଗସନ ଠାରେ ଖେଳିଥିଲେ । ବର୍ତ୍ତମାନ ୨୦୨୩ ସେପ୍ଟେମ୍ବର – ଅକ୍ଟୋବର ମାସରେ ଚିନର ୱାଙ୍ଗଝୁ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡା ସଫ୍ଟବଲରେ ପ୍ରଥମ ଥର ପାଇଁ ମହିଳା ଦଳରେ ଅଂଶଗ୍ରହଣ କରୁଛନ୍ତି ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ।
ସେ ଭୁବନେଶ୍ୱର କିସ ଠାରେ ମନୋ-ବିଜ୍ଞାନରେ ପିଜି: ଅଧ୍ୟୟନ କରୁଛନ୍ତି। ସେଠାରୁ ସେ ପ୍ରଥମେ କ୍ରିଡାପ୍ରତି ଆକର୍ଷିତ ହୋଇଥିଲେ ଏବଂ ଧୀରେ ଧୀରେ ସଫଳତା ହାସଲ କରି ଆଜି ଜଣେ ଆନ୍ତର୍ଜାତିକ ସ୍ତରରେ ଖେଳାଳି ଭାବେ ମର୍ଯ୍ୟାଦା ହାସଲ କରି ଗୌରବ ଆଣିଛନ୍ତି।ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦ୍ବାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇଛି।
ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନ ତାଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ଭବିଷ୍ୟତ ସଫଳତା କାମନା କରି ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ୱେତାସିନି ଶବର ଆଗାମୀ ଏସିଆନ ଗେମ୍ସରେ ଭାରତ କୁ ସଫଳ କରିବା ପାଇଁ ସେ ତାଙ୍କର ଶତପ୍ରତିଶତ ଅବଦାନ ଦେବେ , ଏବଂ ଭାରତ ସଫଳ ହେବ ବୋଲି ସେ ଦୃଢ ବିଶ୍ୱାସ ରଖିଛନ୍ତି. ଭାରତ ଏହି ପ୍ରତିଯୋଗିତା ରେ ସ୍ଵର୍ଣ୍ଣ ପଦକ ବିଜୟୀ ହାସଲ କରିବ ବୋଲି ଦୃଢ ବିଶ୍ବାସ ର ସହ ସେ କହିଛନ୍ତି. ।
ଏହି ଅବସରରେ ବିଜେଡ଼ି ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟ ସାଧାରଣ ସମ୍ପାଦକ ପଲ୍ଲବ ଲିମ୍ମା ଏବଂ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ୱେତାସିନି ଶବରଙ୍କୁ କୃତଜ୍ଞତା ଜଣାଇ ସ୍ୱେତାସିନି କେବଳ ଗଜପତି ର ଗୌରବ ନୁହେଁ ସେ ବର୍ତମାନ ପୁରା ଦେଶ ପାଇଁ ଗର୍ବ ଓ ଗୌରବ ବୋଲି ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031