Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟ-ଲିଙ୍ଗି ଦୃଶ୍ୟମାନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟ-ଲିଙ୍ଗି ଦୃଶ୍ୟମାନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

April 01
09:49 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୪: ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସାମାଜିକ ସୁରକ୍ଷା ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତିୟ-ଲିଙ୍ଗି ଦୃଶ୍ୟମାନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର\’ରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଅଧ୍ୟକ୍ଷତା କରି ସମାଜରେ ସଂସ୍କାର ଅଣାଯାଇ କିନ୍ନର ସମ୍ପ୍ରଦାୟକୁ କିଭଳି ସଶକ୍ତ କରାଯାଇ ସ୍ୱାବଲମ୍ବୀ କରା ଯାଇପାରିବ , ସେମାନଙ୍କ ନ୍ୟାଯ୍ୟ ଅଧିକାର ଓ ଯୋଗାଇ ଦିଆ ଯାଉଥିବା ବିଭିନ୍ନ ସରକାରୀ ସହାୟତା ସମ୍ପର୍କରେ କହି ସେମାନେ ସ୍ୱାଭିମାନର ସହିତ ସମାଜରେ କିଭଳି ବଞ୍ଚି ପାରିବା ସହ ସେମାନଙ୍କ ମନରେ ଆଶାର କିରଣ କିଭଳି ଆସିପାରିବ ସେ ସବୁର ବିଭିନ୍ନ ଦିଗ ଉପରେ କହିଥିଲେ ।
କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବିରେନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କିନ୍ନର ମାନଙ୍କୁ ସମାଜରେ ସମାନ ସୁବିଧା ସୁଯୋଗ ଦେବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର‌୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ କହି କିନ୍ନର ମାନଙ୍କୁ ସମ୍ମାନ ଦେବା ପ୍ରତ୍ୟେକ ନାଗରିକ ମାନଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି କହିଥିଲେ । ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଜିଲ୍ଲା ଖାଉଟି ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା , ସ୍ବେଚ୍ଛାସେବୀ ସଂସ୍ଥା “ସଖୀ” ର ସମ୍ପାଦିକା ତଥା କିନ୍ନର ସଂଘର ସମ୍ପାଦିକା ଶେଖ୍ ଯଶ୍ମିନ , “ଶ୍ୱାସ” ଟି ଆଇ: ସ୍ବେଚ୍ଛାସେବୀ ସଂସ୍ଥାର ସମ୍ପାଦିକା କେ: ସୁନିତା ପ୍ରମୁଖ ମଞ୍ଚାସିନ ରହି କିନ୍ନର ମାନଙ୍କ ସଂଘର୍ଷ ମୟ ଜୀବନ , ସେମାନଙ୍କ ନିମନ୍ତେ କଣ ସବୁ କାର୍ଯ୍ୟକ୍ରମ ଉପଲବ୍ଧ , ସେମାନଙ୍କ ଆଧିକାର , ସୁରକ୍ଷା ଓ ସମାନ ନ୍ୟାୟ ସୁନିଶ୍ଚିତ ସମେତ ସମାଜରେ ସେମାନେ ସ୍ୱାଭିମାନ ସହ କିଭଳି ବଞ୍ଚିପାରିବେ ସେ ସମ୍ପର୍କରେ ଆଲୋଚନାରେ କହିଥିଲେ ।
ସଭା କାର୍ଯ୍ୟକ୍ରମ କୁ ଜିଲ୍ଲା ସାମାଜିକ ସୁରକ୍ଷା ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ସଂଯୋଜନା କରି ପ୍ରାରମ୍ଭିକ ସୂଚନା ଦେବା ସହ ପରିଚାଳନା କରିଥିଲେ ।
ଏହି ଅବସରରେ ତୃତୀୟ ଲିଙ୍ଗୀ ବ୍ୟକ୍ତି ମାନଙ୍କୁ ପ୍ରମାଣ ପତ୍ର ଓ ପରିଚୟ ପତ୍ର ମଞ୍ଚାସିନ ଅଧିକାରୀ ମାନଙ୍କ ଦ୍ଵାରା ପ୍ରଦାନ କରା ଯାଇଥିଲା ।
ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ କିନ୍ନର ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସାମାଜିକ ସୁରକ୍ଷା ସଶକ୍ତିକରଣ କାର୍ଯ୍ୟାଳୟର ଏସଏସଏସ: ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ବଡରଇତ , ଶ୍ରୀ ରୀଙ୍କୁ ମହାରଣା , ୱାଈ: ଅନୁସ୍ଵୟା ଏବଂ ଶ୍ରୀ ସୁମନ ମିଶ୍ର ଏବଂ କିନ୍ନର ପ୍ରମୁଖ ପରିଚାଳନା\’ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031