Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ଜନଜାତି ଯୁବ ଉଦ୍ୟୋଗୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅନ୍ତର୍ଗତରେ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ଜନଜାତି ଯୁବ ଉଦ୍ୟୋଗୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅନ୍ତର୍ଗତରେ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ

February 20
22:00 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଜି ଜିଲ୍ଲାସ୍ତରୀୟ ଜନଜାତି ଯୁବ ଉଦ୍ୟୋଗୀ ମାନଙ୍କୁ ସହାୟତା ରାଶି ଓ ଜନଜାତି ଜୀବିକା ପରିଷଦ ମାନଙ୍କୁ ମାନ୍ୟତା ପତ୍ର ପ୍ରଦାନ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅନ୍ତର୍ଗତରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆଇଟିଡିଏ: କାର୍ଯ୍ୟାଳୟ ଠାରୁ ଜନଜାତି ଶ୍ରେଣୀର ୪୦୦ ରୁ ଉର୍ଦ୍ଧ୍ବ ଲୋକ ନିଜର ପାରମ୍ପାରିକ ନାଚଗୀତ ରେ ଏକ ବିରାଟ ଶୋଭାଯାତ୍ରା ଆସି ସଭାସ୍ଥଳ ଠାରେ ପହଞ୍ଚିଥିଲେ ।
ପରେ ଅନୁଷ୍ଠିତ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଜିଲ୍ଲାର ୭ ଟି ବ୍ଲକର ୮୭ ଗୋଟି ପଞ୍ଚାୟତର ୨୨୫ ଜଣ ଜନଜାତି ଯୁବ ଉଦ୍ୟୋଗୀ ମାନ ୫୦ ହଜାର ଟଙ୍କା ଲେଖାଏଁ ର ମୋଟ ୧ କୋଟି ୧୨ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ରାଶି ଚେକ ଆକାରରେ ବଣ୍ଟନ କରିଥିଲେ।
ଏହି ସହାୟତା ରାଶି ସେମାନେ ଯେଉଁ ପାରମ୍ପାରିକ ବିଭିନ୍ନ ଜୀବିକା କରି ଆସୁଛନ୍ତି ଏବଂ ଯାହାକି ଏହି ପାରମ୍ପାରିକ ଜୀବିକା ସେମାନଙ୍କ ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ ରହିଛି , ତାହାକୁ ଏହା ସଶକ୍ତ କରାଇ ଆଗକୁ ବଢାଇବା ସହ ଅଧିକ ଲାଭବାନ ହେବାରେ ବେଶ ସହାୟକ ହେବ ବୋଲି କହି ଏହି ପାଇଥିବା ସହାୟତା ରାଶି\’ର ସଠିକ୍ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ୧୪୩ ଗୋଟି ଜନଜାତି ବିକାଶ ପରିଷଦକୁ ମାନ୍ୟତା ପତ୍ର ପ୍ରଦାନ କରା ଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମୋରିଅମ ରଇତ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ , ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲାଗୁନୀ ମାଝୀ , ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ \”ସିସିଡ଼ି:\”\’ର ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ଜନଜାତି ଯୁବ ଉଦ୍ୟୋଗୀ ମାନଙ୍କୁ ସହାୟତା ରାଶି ଚେକ ବଣ୍ଟନ ସଭା କାର୍ଯ୍ୟକ୍ରମରେ ଆଇଟିଡିଏ: କାର୍ଯ୍ୟାଳୟର ପ୍ରକଳ୍ପ ପରିଚାଳକ ଶ୍ରୀ ଶିବାଜୀ ପ୍ରଧାନ ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଆଇଟିଡିଏ: କାର୍ଯ୍ୟାଳୟର କୃଷି ବିଶେଷଜ୍ଞ ଶ୍ରୀ ସିମାଦ୍ରି ଭଗବାନ ଏବଂ ଏମ:ଜି:ଏନ:ଆର:ଜି:ଏସ: ଯୋଜନାର ଜିଲ୍ଲା ସଂଯୋଜକ ଶ୍ରୀ ଆଲୋକ କୁମାର ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031