Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
February 04
18:53 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୪/୨: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲାମୁଖ୍ୟ ଚିକିତ୍ସ୍ୟଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ କର୍କଟ ରୋଗ ସମ୍ପର୍କରେ ଜଣ ସଚେତନତା ପାଇଁ ଏକ ପ୍ରଚାର ରଥ ଓ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡାଃ ଆନନ୍ଦ ଚନ୍ଦ୍ର ସାମନ୍ତରାୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ପରେ ରୋଗ ସମ୍ପର୍କରେ ଜନସଚେତନ କରାଇବା ପାଇଁ ସଂକଳ୍ପ ନେବା ଦିଗରେ ସିଡିଏମଓଙ୍କ କାର୍ଯ୍ୟାଳୟ ପରିସରରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହାପରେ ସିଡିଏମଓଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅତିରିକ୍ତ ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡାଃ ଆନନ୍ଦ ଚନ୍ଦ୍ର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାଃ ମହେନ୍ଦ୍ର କୁମାର ଭୂୟାଁ , ଜିଲ୍ଲା ରୋଗ ନିରୂପଣ ଅଧିକାରୀ ଡାଃ ଶରତ ଚନ୍ଦ୍ର ମହାପାତ୍ର , ଜିଲ୍ଲା କୃଷ୍ଠ ନିବାରଣ ଅଧିକାରୀ ଡାଃ ଇନ୍ଦିରା ମହାପାତ୍ର , ଜିଲ୍ଲା ସ୍ବାସ୍ଥ୍ୟଶିକ୍ଷା ସମ୍ପ୍ରସାରଣ ଅଧିକାରୀ ଶ୍ରୀ ନେତ୍ରାନନ୍ଦ ଶତପଥୀ ଏବଂ ଏଏନଏମ: ତାଲିମ କେନ୍ଦ୍ରର ପ୍ରଶିକ୍ଷିକା ଶ୍ରୀମତୀ ସୁଫଳା ବେହେରା ପ୍ରମୁଖ ମଞ୍ଚଆସିନ ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିଲେ ।
ମଞ୍ଚଆସିନ ଅତିଥିମାନେ ମୁଖ୍ୟତଃ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରି କ୍ୟାନସର ବା କର୍କଟ ରୋଗ କଣ , ଏହା କାହିଁକି ହୁଏ , ଏହାର ଲକ୍ଷଣ , ସାବଧାନତା ଓ ନିରାକରଣ , ବିଭିନ୍ନ ପ୍ରକାରର କ୍ୟାନସର , ଦୈନନ୍ଦିନ ଜୀବନ-ଶୈଳୀରେ ଖାଦ୍ୟପେୟ , ଶରୀର ସୁସ୍ଥତା ପାଇଁ ବ୍ୟାୟାମ ଓ ଯୋଗ ପ୍ରଭୃତି ସମ୍ପର୍କରେ କହିଥିଲେ।
ଅନ୍ୟପକ୍ଷରେ ଏହି ଅଣ ସଂକ୍ରମଣ ରୋଗର ଚିହ୍ନଟ ଓ ସମୟୋଚିତ ଚିକିତ୍ସ୍ୟ। କରାଯିବା ସହ ରୋଗ ଲକ୍ଷଣରୁ ଆରମ୍ଭ କରି କିଭଳି ଏହି ରୋଗରୁ ମୁକ୍ତି ମିଳିବ , ଏ ଦିଗରେ ଜନ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ ବୋଲି ମଞ୍ଚଆସିନ ଅତିଥି ମାନେ କହିଥିଲେ ।
ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ତାଲିମ ନେଉଥିବା ଏଏନଏମ ଛାତ୍ରୀ ମାନଙ୍କ ମଧ୍ୟରେ କର୍କଟ ରୋଗ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଏକ ପ୍ରଶ୍ନୋତ୍ତର କ୍ୟୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚଆସିନ ଅତିଥିମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସିଡିଏମଓ କାର୍ଯ୍ୟାଳୟର ଆଇଡିଏସପି ଏକାଉଣ୍ଟ ଅଫିସର ଶ୍ରୀ ପ୍ରମୋଦ କୁମାର ନନ୍ଦ , ଏନସିଡି: ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ସୂର୍ଯ୍ୟକାନ୍ତ ମିଶ୍ର ଏବଂ ଜିଲ୍ଲା ଆଶା ମ୍ୟାନେଜର ଶ୍ରୀ ନାରାୟଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930