Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଧଳାବାଡ଼ି ସୁରକ୍ଷା ଦିବସ କାର୍ଯ୍ୟକ୍ରମ “ସମର୍ଥ” ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମିଳିତରେ ପାଳିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଧଳାବାଡ଼ି ସୁରକ୍ଷା ଦିବସ କାର୍ଯ୍ୟକ୍ରମ “ସମର୍ଥ” ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମିଳିତରେ ପାଳିତ

October 15
19:24 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୧୦: ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ସମ୍ମିଳନୀ କକ୍ଷ ଠାରେ ଆଜି ସମର୍ଥ ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମିଳିତରେ “ସାଇଟ୍ ସେଭର୍ସ୍ ଇଣ୍ଡିଆ” ସହାୟତାରେ ଜିଲ୍ଲାସ୍ତରୀୟ “ବିଶ୍ଵ ଧଳାବାଡ଼ି ସୁରକ୍ଷା ଦିବସ-୨୦୨୩” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
“ସମର୍ଥ ଅନୁଷ୍ଠାନର ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଏବଂ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ସଭାରେ ଜିଲ୍ଲା ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଧଳାବାଡ଼ି , ଦୃଷ୍ଟି-ବାଧିତ ଭାଇ ଭଉଣୀ ମାନଙ୍କ ହେଉଛି ଏକ ମହାନ୍ ରକ୍ଷା କବଚ , ଏହି ଧଳାବାଡ଼ିର ବ୍ୟବହାର ଦ୍ଵାରା ଦୃଷ୍ଟି ବାଧିତ ଭାଇ ଭଉଣୀ ଓ ବ୍ୟକ୍ତି ମାନେ ସମାଜରେ ଯିବା ଆସିବା କରିବା ସହଜ ଓ ସୁରକ୍ଷିତ । ତେଣୁ ସବୁବେଳେ ଏହି ଧଳା ବାଡ଼ିର ବ୍ୟବହାର ଓ ଉପଯୋଗିତାର ସୁବିଧା ନେବା ଦିଗରେ ସେମାନଙ୍କୁ ସଚେତନ ହେବାକୁ କହିଥିଲେ।
ଅନ୍ୟ ପକ୍ଷରେ ଭିନ୍ନକ୍ଷମ ଓ ଦୃଷ୍ଟିବାଧିତ ଭାଇ ଭଉଣୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ସହାୟତା ଯେଭଳି ସହଜେ ପହଞ୍ଚି ପାରିବ ଏବଂ ସମାଜରେ ସେମାନେ ଯେଭଳି ସମ୍ମାନର ସହ ବଞ୍ଚିପାରିବେ ତାହାହିଁ ଆଜି ଦିବସରେ ମୋର କାମନା ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ବଡ଼ରଇତ , ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା ଏବଂ ଅଧ୍ୟାପକ ଶ୍ରୀ ସୋମନାଥ ବିଶ୍ଵାଳ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଦୃଷ୍ଟି ବାଧିତ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ରହିଥିବା ବିଭିନ୍ନ ଯୋଜନା ଓ ସହାୟତା ସମ୍ପର୍କରେ ଅବଗତ କରାଇ ତାହାର ସୁବିଧା ସୁଯୋଗ ନେବାକୁ କହି ସେମାନେ ସମାଜରେ ଯେଭଳି ସମ୍ମାନ ଓ ଗର୍ବର ସହିତ ସୁସ୍ଥ ଜୀବନଯାପନ କରିପାରିବେ ସେ ଦିଗରେ ସମସ୍ତେ ବ୍ରତୀ ହେବାକୁ କହିଥିଲେ ।
“ସମର୍ଥ” ଅନୁଷ୍ଠାନର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା କାର୍ଯ୍ୟକ୍ରମରେ ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଧଳା ବାଡି ଦୃଷ୍ଟି ବାଧିତ ଭାଇ ଭଉଣୀ ଙ୍କ ପାଇଁ ଏକ ଅମୋଘ ଅସ୍ତ୍ର – ଏହି ଧଳା ବାଡି ଧରିବା ଦ୍ଵାରା ସେମାନେ ସବୁ ବେଳେ ଏବଂ ସବୁ ଆଡ଼େ ନିରାପଦରେ ଚଳ ପ୍ରଚଳ କରିପାରିବେ ବୋଲି କହି ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରା ଯାଇଥିବା ସ୍ମାର୍ଟ-କେନ ଓ ଧଳା ବାଡ଼ିର ସଦ ଉପଯୋଗ କରିବାକୁ କହିଥିଲେ ।
ଏହି ଅବସରରେ ୨ ଜଣ ଦୃଷ୍ଟି ବାଧିତ ଭାଇ ଭଉଣୀଙ୍କୁ ସ୍ମାର୍ଟ-କେନ ଏବଂ ୧୦ ଜଣ ଦୃଷ୍ଟି ବାଧିତ ଭାଇ ଭଉଣୀଙ୍କୁ ଧଲାବାଡ଼ି ମୁଖ୍ୟଅତିଥି ତଥା ଜିଲ୍ଲା ଦୌରକ୍ଷ ଜଜ୍ ଶ୍ରୀ ରାଉତରାୟ ଓ ଅନ୍ୟ ମଞ୍ଚାସିନ ଅତିଥି ମାନେ ବଣ୍ଟନ କରିଥିଲେ।
କାର୍ଯ୍ୟକ୍ରମରେ ଗଜପତି କଳା ପରିଷଦର କଳାକାର ମାନେ ଗୁରୁ ନୃସିଂହ ପ୍ରସାଦ ପାଢୀଙ୍କ ନେତୃତ୍ୱରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭିନ୍ନକ୍ଷମ ଏବଂ ଦୃଷ୍ଟି ବାଧିତ ଭାଇ ଭଉଣୀ ମାନେ ଆସି ଯୋଗ ଦେଇଥିଲେ ।
ସମର୍ଥ ଅନୁଷ୍ଠାନର ଶ୍ରୀ କେଦାର ପାଣିଗ୍ରାହୀ ଓ ସରୋଜିନୀଙ୍କ ସମେତ ଅନ୍ତେବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031