Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଜନସଂଖ୍ୟା ଦିବସ-୨୦୨୪ ପାଳନ ଅବସରରେ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ୧୧-୨୪-ଜୁଲାଇ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଜନସଂଖ୍ୟା ଦିବସ-୨୦୨୪ ପାଳନ ଅବସରରେ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ୧୧-୨୪-ଜୁଲାଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଜନସଂଖ୍ୟା ଦିବସ-୨୦୨୪ ପାଳନ ଅବସରରେ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ୧୧-୨୪-ଜୁଲାଇ କାର୍ଯ୍ୟକ୍ରମ ଅନୁଷ୍ଠିତ
July 12
17:53 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କାଳୀନ ଏବଂ ଶିଶୁସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ଜନସଂଖ୍ୟା ଦିବସ ପାଳନ ଅବସରରେ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ୧୧-୨୪-ଜୁଲାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅନ୍ୟପକ୍ଷରେ ଏହି ବିଶ୍ଵ ଜନସଂଖ୍ୟା ଦିବ ପାଳନ ଅବସରରେ ପରିବାର ନିୟୋଜନ ସେବା ପ୍ରଦାନ କରାଯିବା ନିମନ୍ତେ ୨ ଗୋଟି ପକ୍ଷ ଭାବେ ଏହା ପାଳନ କରାଯାଇଛି ।
ଜନସଂଖ୍ୟା ସ୍ଥିରତା ତଥା ସ୍ଥିରିକରଣ ପକ୍ଷ କାର୍ଯ୍ୟକ୍ରମରେ ମୁଖ୍ୟତଃ ପଞ୍ଜୀକୃତ ଦମ୍ପତି ମାନଙ୍କ ମଧ୍ୟରେ ସଚେତନତା କରାଯିବା ନିମନ୍ତେ ସୂଚନା , ଶିକ୍ଷା , ଯୋଗାଯୋଗ ପ୍ରଭୃତି ପ୍ରକ୍ରିୟାରେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରା ଯାଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରା ଯାଇଥିଲା ।
ଜନସଂଖ୍ୟା ନିୟନ୍ତ୍ରଣ ତଥା ପରିବାର ନିୟୋଜନ ପାରମ୍ପରିକ ବ୍ୟବସ୍ଥାକୁ ବାଦ ଦେଇ ଅତ୍ୟାଧୁନିକ ବ୍ୟବସ୍ଥାକୁ ଗ୍ରହଣ କରାଯାଉଛି । ଏଥିପାଇଁ ଅନ୍ତରା ଏମପିଏ: ଇଞ୍ଜେକସନ ଓ ଚର୍ମ ଭିତରେ ପ୍ରତିରୋପଣ କରା ଯାଉଥିବା କ୍ୟାପସୁଲ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯାହାକି , ଅନ୍ତରା ଇଞ୍ଜେକସନ ୩ ମାସ ପାଇଁ ଗର୍ଭଧାରଣକୁ ରୋକାଯାଇ ପାରୁଥିବା ବେଳେ ଗର୍ଭ ନିରୋଧକ କ୍ୟାପସୁଲ ପ୍ରତିରୋପଣ ଦ୍ଵାରା ୩ ବର୍ଷ ପାଇଁ ପିଲା ଜନ୍ମକୁ ରୋକାଯାଇ ପାରୁଥିବା କୁହା ଯାଇଥିଲା ।
ଏହି ଅନ୍ତରା ଏମପିଏ: ଦେବାରେ ଗଜପତି ଜିଲ୍ଲା ସାରା ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଥିବା ଏବଂ ଏଥିପାଇଁ ଭୁବନେଶ୍ୱର ସ୍ଥିତ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ଵ ଜନସଂଖ୍ୟା ଦିବସ-୨୦୨୪ ପାଳନ ଅବସରରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ସମ୍ମାନିତ କରାଯିବା ସହ ପୁରସ୍କୃତ କରିଥିବା ଏବଂ ଏହି ସମ୍ମାନ ଓ ପୁରସ୍କାର ଗଜପତି ଜିଲ୍ଲା ଭାରପ୍ରାପ୍ତ ସିଡ଼ିଏମଓ: ଡ଼ାଃ ମହମ୍ମଦ ମୁବାରକ ଅଲ୍ଲୀ ସେଠାରେ ମଞ୍ଚାସିନ ଥିବା ଅତିଥି ସର୍ବଶ୍ରୀ ବିଭାଗୀୟ ସ୍ଵତନ୍ତ୍ର ସଚିବ ଡଃ ଜିତେନ୍ଦ୍ର ମୋହନ ବେବର୍ତ୍ତା , ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡ଼ାଃ ସଂଯୁକ୍ତା ସାହୁ , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ାଃ ନୀଳକଣ୍ଠ ମିଶ୍ର ଏବଂ ଅତିରିକ୍ତ ନିର୍ଦ୍ଦେଶକ ଡ଼ାଃ ମୁରଲୀ ଧର ପାଢ଼ୀ ପ୍ରମୁଖଙ୍କ ଠାରୁ ଗ୍ରହଣ କରିଥିଲେ ବୋଲି କାର୍ଯ୍ୟକ୍ରମରେ ସୂଚନା ଦିଆ ଯାଇଥିଲା ।
ବିଶ୍ଵ ଜନସଂଖ୍ୟା ଦିବସ ପାଳନ ଅବସରରେ କାର୍ଯ୍ୟକ୍ରମ ସ୍ଥଳରେ ପରିବାର କଲ୍ୟାଣ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ କାର୍ଯ୍ୟକ୍ରମର ଉଦଘାଟନ ହୋଇଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ତଥା ଡିଏମଓ: ଡ଼ାଃ ପ୍ରମୋଦ କୁମାର ପଣ୍ଡା ।
ଏହି ପ୍ରଦର୍ଶନୀ ଷ୍ଟଲ ରେ ପରିବାର କଲ୍ୟାଣ ସମ୍ପର୍କିତ ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ବିଭିନ୍ନ ସଚେତନତା ମୂଳକ ବ୍ୟାନର ଓ ପୋଷ୍ଟର ସବୁ ପ୍ରଦର୍ଶିତ କରା ଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିବାର କଲ୍ୟାଣ (ଏଡିପିଏଚଓ:) ଡ଼ାଃ ମହେନ୍ଦ୍ର କୁମାର ଭୂୟାଁ , ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୁଶ୍ରୀ ସୌମ୍ୟା ରାଣୀ ଗୌଡ , ଡିଏମଆରସିଏଚ: ଶ୍ରୀମତୀ ପ୍ରଣତି ସାହୁ , ଆରଏମଏନସିଏଚ ସୁଶ୍ରୀ ସିପ୍ରା ବାଲ , ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ପ୍ରମୁଖ ଯୋଗଦେଇ ଜନସଂଖ୍ୟା ଦିବସ ପାଳନର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଉପରେ କହିବା ସହ ଏହାର ସଫଳ କାର‌୍ୟ୍ୟକାରିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଏହି ଅବସରରେ ପଞ୍ଜୀକୃତ ଦମ୍ପତି ମାନଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ନବ ଦମ୍ପତି କୀଟ ଉପସ୍ଥିତ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ଦ୍ଵାରା ବଣ୍ଟନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30