Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ଭୋଟର ସଚତନତା ଅଭିଯାନ ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ଭୋଟର ସଚତନତା ଅଭିଯାନ ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

December 16
20:51 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୧୨: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଗଜପତି ଜିଲ୍ଲା ସ୍ତରୀୟ ଭୋଟର ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଏହି ଭୋଟର ସଚେତନତା ରଥର ଶୁଭାରମ୍ଭ କରିଥିଲେ ।
ଏହି ସଚେତନତା ରଥ ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ ଓ ଗ୍ରାମ ପଞ୍ଚାୟତରେ ବୁଲି ପ୍ରଚାର ପ୍ରସାର କରିବା ସହ ଲୋକମାନଙ୍କୁ ସଚେତନ କରାଇବ ।
ଜିଲ୍ଲା ସ୍ତରୀୟ ଭୋଟର ତାଲିକା ସଚେତନତା ରଥ କାର୍ଯ୍ୟକ୍ରମ -୨୦୨୩ ଚଳିତ ବର୍ଷ ଚିଠା ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ ଓ ସଂଶୋଧିତ ପଞ୍ଜିକରଣ କରାଯିବ । ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ ହେଉଥିବ , ସେମାନେ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାମକୁ ନୂତନ ଭାବେ ନିର୍ଦ୍ଧାରିତ ଫର୍ମ -୬ ରେ ଯୋଗକରିବା , ଫର୍ମ -୭ ରେ ନାମକୁ ବାଦକରିବା , ଫର୍ମ -୮ ରେ ଭୋଟର ତାଲିକାରେ ନିଜର ତଥ୍ୟରୁ ସଂଶୋଧନ ଏବଂ ନିଜର ସ୍ଥାନକୁ ପରିବର୍ତ୍ତନ କରିବା ଓ ଫର୍ମ-୬ (ଖ) ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିପାରିବେ ।
ଭୋଟର ମାନଙ୍କର ନିଜର ନାମ ଭୋଟର ତାଲିକାରେ ଯାଞ୍ଚ୍ କରିବା ସହ ନୂତନ ଭୋଟର ମାନଙ୍କୁ ନିଜ ମୋବାଇଲ ମାଧ୍ୟମରେ ଭୋଟର ହେଲ୍ପ ଲାଇନ ଆପ ଦ୍ଵାରା ଦିଆ ଯାଇଥିବା www.nvsp./voterportal.eci.gov.in କିମ୍ବା ଭୋଟର ହେଲ୍ପ ଲାଇନ ଆପ୍ ବ୍ୟବହାର କରନ୍ତୁ ଏବଂ ବୁଥ ସ୍ତରୀୟ ଅଧିକାରୀଙ୍କ ଠାରେ ଗରୁଡ଼ ଆପ୍ ମାଧ୍ୟମରେ ପର୍ମ -୬ , ୭, ୮ ଓ ୬ (ଖ) ରେ ଆବେଦନ କରିପାରିବେ।
ଅନ୍ୟପକ୍ଷରେ ଯୁବ ବର୍ଗର ଥିବା ୧୮-୧୯ ବର୍ଷର ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ଯୋଗ କରିବା ପାଇଁ ପ୍ରାଧାନ୍ୟ ଦେବା ପାଇଁ ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ଆଲୋକ କୁମାର ପ୍ରଧାନ, ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଶ୍ରୀ ନଟବର ଗରଡ଼ା , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକଙ୍କ ସମେତ ବହୁ ଅଧିକାରୀ ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031