Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ,୮ଲକ୍ଷ ୪୨ ହଜାର ୪୨୫ ଟଙ୍କା ଆଦାୟ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ,୮ଲକ୍ଷ ୪୨ ହଜାର ୪୨୫ ଟଙ୍କା ଆଦାୟ

ଗଜପତି : ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ,୮ଲକ୍ଷ ୪୨ ହଜାର ୪୨୫ ଟଙ୍କା ଆଦାୟ
March 15
10:41 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୫/୩ : ଜାତୀୟ ଆଇନ ସେବା ପ୍ରାଧିକରଣ ନୂଆଦିଲ୍ଲୀ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକାରଣ , କଟକଙ୍କ ନିର୍ଦ୍ଦେଶ ଅନୁସାରେ ୨୦୨୬ ମସିହାର ପ୍ରଥମ ଜାତୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି , ଆର୍: ଉଦୟଗିରି , ମୋହନା ଓ କାଶୀନଗର ଗ୍ରାମ ନ୍ୟାୟାଳୟରେ ଅନୁଷ୍ଠିତ ହୋଇଯାଇଛି ।
ଗଜପତି ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ପତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଜିଲ୍ଲା କୋର୍ଟର ପରିବାର ଅଦାଲତର ବିଚାରପତି ଡ଼ଃ ଜୀବନ ଜ୍ୟୋତି ରଥ , ଅତିରିକ୍ତ ଜିଲ୍ଲା ଓ ସେସନସ ଜଜ୍ ଶ୍ରୀ ବିଭୁ ପ୍ରସାଦ ପଣ୍ଡା , ଶ୍ରୀ ସତ୍ୟନାରାୟଣ ପାତ୍ର, ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ (ବିଶେଷ ଅଦାଲତ), ପାରଳାଖେମୁଣ୍ଡି; ଶ୍ରୀ ପ୍ରସନ୍ନ କୁମାର ବେହେରା , ରେଜିଷ୍ଟ୍ରାର, ସିଭିଲ୍ କୋର୍ଟ , ଗଜପତି; ଶ୍ରୀମତୀ ରସ୍ମିତା ସାହୁ , ସିଭିଲ୍ ଜଜ୍ (ସିନିୟର ଡିଭିଜନ), ମହିଳା ଅଦାଲତ , ପାରଳାଖେମୁଣ୍ଡି; ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ, -ଏସ୍‌ଡିଜେଏମ୍ , ପାରଳାଖେମୁଣ୍ଡି; ଏବଂ ଶ୍ରୀ ସତ୍ୟଜିତ ପାଣି -ଜେଏମଏଫସି, ପାରଳାଖେମୁଣ୍ଡି ଉପସ୍ଥିତ ରହି ନିଜ ନିଜ ଅଦାଲତରେ ଲୋକ ଅଦାଲତର କାର୍ଯ୍ୟସୂଚୀ ପରିଚାଳନା କରିଥିଲେ।
ଏହାସହିତ ଶ୍ରୀମତୀ ସୌଦାମିନୀ ବିଶ୍ୱାଳ , ସିଭିଲ୍ ଜଜ୍ (ସିନିୟର ଡିଭିଜନ) , ଆର୍. ଉଦୟଗିରି; ଶ୍ରୀ ତରୁଣ କୁମାର ସେଠୀ, ଜେଏମଏଫସି, ଆର୍. ଉଦୟଗିରି; ଶ୍ରୀ ସୁଭଜିତ ବେହେରା, ଜେଏମଏଫସି, ମୋହନା; ଏବଂ ଶ୍ରୀମତୀ ମୋନାଲି ବେହେରା, ଜେଏମଏଫସି-କମ୍-ଗ୍ରାମ ନ୍ୟାୟାଧିକାରୀ, କାଶୀନଗର ମଧ୍ୟ ନିଜ ନିଜ ଅଦାଲତରେ ଲୋକ ଅଦାଲତ ଆୟୋଜନ କରିଥିଲେ।
ଏହି ଲୋକ ଅଦାଲତ କାର‌୍ୟ୍ୟକ୍ରମ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ସମେତ ବିଦ୍ୟୁତ ବିଭାଗ ଓ ଅନ୍ୟାନ୍ୟ ସରକାରୀ ବିଭାଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ଏବଂ ଉଭୟ ପକ୍ଷର ସମ୍ମତିରେ ଅନେକ ମାମଲାର ସମାଧାନ କରା ଯାଇଥିଲା।
ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ସର୍ବମୋଟ ୩,୮୩୫ଟି ମାମଲା ଗ୍ରହଣ କରା ଯାଇଥିବା ବେଳେ ୨୪୯୮ଟି ମାମଲାର ସଫଳ ସମାଧାନ କରା ଯାଇଥିଲା ଏବଂ ସର୍ବମୋଟ ୮,୪୨,୪୨୫ ଟଙ୍କା ଆଦାୟ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031