Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଏବଂ ମଧ୍ୟାହ୍ନ ଭୋଜନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଏବଂ ମଧ୍ୟାହ୍ନ ଭୋଜନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

November 05
21:14 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୫/୧୧: ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ-“ସୁରଭି” ୨୦୨୨ ଏବଂ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରୋମାଞ୍ଚଳ ଖମାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ମହୋତ୍ସବ-“ସୁରଭି” କାର୍ଯ୍ୟକ୍ରମକୁ ଉଦଘାଟନ କରି ଶିକ୍ଷା ସହିତ ଶିକ୍ଷଣ ସମ୍ପର୍କିତ ଅନ୍ୟାନ୍ୟ ଶିକ୍ଷଣୀୟ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଶିକ୍ଷାନୀତି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ଧିଷ୍ଟ ।
ଅନ୍ୟ ପକ୍ଷରେ ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ପୁଟିଟ କରିବା ସହ ବାହାରକୁ ପ୍ରକାଶ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ସେମାନଙ୍କ ପାଇଁ ଏକ ଭଲ ପ୍ଲାଟଫର୍ମ । ତେଣୁ ଛାତ୍ରଛାତ୍ରୀ ମାନେ ନାଚ , ଗୀତ ଓ ଖେଳ ସହ ସମସ୍ତେ ନିଷ୍ଠା ଓ ଶୃଙ୍ଖଳିତ ହୋଇ ଭଲ ପାଠ ପଢି ଭବିଷ୍ୟତରେ ଭଲ ମଣିଷଟିଏ ହେବାକୁ ଆହ୍ବାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ , ସଭାପତି କରିଥିବା ବେଳେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ୱାଇ: ଧର୍ମକ୍ଷ ରାଓ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ ।
ପରେ ମୁଖ୍ୟଅତିଥି ଶ୍ରୀ ଖମାରୀ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆରମ୍ଭ ହେବାର ଘୋଷଣା କରି ପ୍ରତିଯୋଗିତାର ବିଚାରକ ମାନଙ୍କୁ ପରିଚାଳନା ଫାଇଲ ପ୍ରଦାନ କରିଥିଲେ ।
ପରେ ପରେ ବିଭିନ୍ନ ପ୍ରତିଯୋଗିତା ଯଥା: ସଙ୍ଗୀତ , ସୃଜନଶୀଳ ଲିଖନ , ଓଡ଼ିଆ ହସ୍ତାକ୍ଷର , ଶୃତଳିଖନ୍ , କୁଇଜ୍ , ବକ୍ତୃତା , ଚିତ୍ରାଙ୍କନ , ମଧ୍ୟାହ୍ନ ଭୋଜନ , ଚିତ୍ରକଳା ଓ ଶିଳ୍ପକଳା , ବିତର୍କ ଓ ନୃତ୍ୟ-ସଙ୍ଗିତ ପ୍ରଭୃତି ପ୍ରତିଯୋଗିତା କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲା ।
ପରେ ଉଦଯାପନୀ ଉତ୍ସବରେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସଙ୍ଗୀତ ଗୁରୁ ଶ୍ରୀ ରଘୁନାଥ ପାତ୍ର , ପାରଳା\’ର ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀ ନୃସିଂହ ପଟନାୟକ ଏବଂ ବରିଷ୍ଠ ମଞ୍ଚ କଳାକାର ଶ୍ରୀ ଆଦର୍ଶ ଦାସ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।
ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ\’ର ମୋଟ ୧୬୧ ଜଣ ଛାତ୍ରଛାତ୍ରୀ ଆସି ଅନୁଷ୍ଠିତ ୧୨ ଗୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ କୃତୀ ପ୍ରତିଯୋଗୀ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ବିଚାରକ ମଣ୍ଡଳୀ ମାନଙ୍କ ଦ୍ଵାରା ମନୋନୀତ ହୋଇଛନ୍ତି ।
ସମସ୍ତ କାର୍ଯ୍ୟକ୍ରମକୁ ଅମୂଲ୍ୟ ପାଣିଗ୍ରାହୀ , ଶ୍ରୀ ରମାକାନ୍ତ ପଟନାୟକ , ଶୈଲେନ୍ଦ୍ର ପାତ୍ର , ଜିତୁ ପାତ୍ର , ତିରୁପତି ରାଓ , ଶତପଥି , ପାଟ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031