Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ–୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ–୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଜିଲ୍ଲାସ୍ତରୀୟ ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ–୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ
December 06
20:01 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୬/୧୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡ଼ା ସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଜିଲ୍ଲାସ୍ତରୀୟ ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ-୨୦୨୨ ତଥା “ନିଷ୍କମକ୍ଷ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ତଥା ହୋମ-ଗାର୍ଡ କମାଣ୍ଡେଣ୍ଟ ଏଏସପି: ଶ୍ରୀ ବାମଦେବ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ଼ ଦଳର ପରିଦର୍ଶନ କରିବା ସହ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।
ପରେ ଉଦବୋଧନ ଦେଇ କହିଥିଲେ ଯେ , ବିଭିନ୍ନ ପରିସ୍ଥିତି ବେଳେ ଗୃହରକ୍ଷୀ ମାନେ ପୋଲିସ ବାହିନୀକୁ ସଦା-ସର୍ବଦା ସାହାଯ୍ୟ ଓ ସହଯୋଗ କରି ଆସୁଛନ୍ତି ।
ବନ୍ୟା , ବାତ୍ୟା ବେଳେ ଉଦ୍ଧାର ଓ ରିଲିଫ ଯୋଗାଣ , କୋଭିଡ୍ ମହାମାରୀ , ଘରପୋଡି ଓ ଦୁର୍ଘଟଣା ଭଳି ଜରୁରୀ କାଳୀନ ପରିସ୍ଥିତି ଏବଂ ଟ୍ରାଫିକ ନିୟନ୍ତ୍ରଣ , ପହରା , ଗାର୍ଡ ଡ୍ୟୁଟି ପ୍ରଭୃତି କ୍ଷେତ୍ରରେ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରି ନୀରବଛିନ୍ନ ଭାବେ ସେବା ଯୋଗାଇଥାନ୍ତି ।
ଏଥିସହ ସମାଜର ଦୁର୍ବଳ ଶ୍ରେଣୀର ଲୋକ ମାନଙ୍କୁ ସୁରକ୍ଷା ଦେବା-ସହ ସାମ୍ପ୍ରଦାୟିକ ସଦଭାବ ରକ୍ଷା କରିବା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଗୃହରକ୍ଷୀ ମାନଙ୍କ ଭୂମିକା ତଥା “ନିଷ୍କମକ୍ଷ ସେବା”ର ଉଚ୍ଚ ପରମ୍ପରା ବଜାୟ ରଖି ଦେଶ ଓ ଲୋକଙ୍କ ସେବା କରି ଉଚ୍ଚ ପ୍ରଶଂସିତ ହୋଇଥାନ୍ତି ବୋଲି କହିଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ସିଂହ ଦେଶ\’\’ର ମହାମାନ୍ୟ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ , ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ , କେନ୍ଦ୍ର ଗୃହମନ୍ତ୍ରୀ ଓ ଗୃହ ସଚିବ , ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ପୋଲିସ ମହା ନିର୍ଦ୍ଦେଶକଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ ।
ଅନ୍ୟପକ୍ଷରେ ନିଜ କର୍ତ୍ତବ୍ୟ ସମ୍ପାଦନା କ୍ଷେତ୍ରରେ କୃତିତ ଅର୍ଜନ କରି ଜିଲ୍ଲାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ୪ ଜଣ ଗୃହରକ୍ଷୀ ଶ୍ରୀ ରାଜୁ ପାଢାଲ , ଶ୍ରୀ ବିଜୟ ଚନ୍ଦ୍ର ମହାପାତ୍ର , ଜଗନ୍ନାଥ ଶତପଥି ଏବଂ ଶ୍ରୀ ଗୋପାଳ କୃଷ୍ଣ ପଟ୍ଟନାୟକଙ୍କୁ “ଡିଜିପି-ଡିସ୍କ” ଏୱାର୍ଡ ଅନ୍ତର୍ଗତ ବ୍ରୋଞ୍ଜ ମେଡାଲ ପାଇବା ପାଇଁ ବିବେଚିତ ହୋଇଥିବା ଘୋଷଣା କରା ହୋଇଥିଲା ।
ସମ୍ମିଳିତ ପ୍ୟାରେଡ଼ କାର୍ଯ୍ୟକ୍ରମକୁ ଗୃହରକ୍ଷୀ ବାହିନୀର କମ୍ପାନୀ କମାଣ୍ଡର ଶ୍ରୀ ରାଜୁ ପାଢାଲ ଏବଂ ୨ୟ କମାଣ୍ଡର ଶ୍ରୀ ବଂଶୀଧର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅବସରରେ ଓଏସଏପି: କମାଣ୍ଡେଣ୍ଟ ଶ୍ରୀ
ଜୁରିଆ ବେହେରା , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ହେଡ଼କ୍ୱାଟର ଡିଏସପି: ଶ୍ରୀ ଆର: କେ: ଦାସ , ଡିଏସପି ଏଚଆର:- ପିସିଆର: ଶ୍ରୀ କୈଳାଶ ଚନ୍ଦ୍ର ବୁରୁଦା , ଡିଏସପି:- ଡିଆଇବି: ଶ୍ରୀ ପିଏଲଏସ: ଆଚାରୀ , ପାରଳା ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକ ନନ୍ଦ ସ୍ୱାଇଁ , ଆରଆଇ: ଶ୍ରୀ ସତ୍ୟକାନ୍ତ ମନୋରଞ୍ଜନ ଜେନା , ଆରଆଇ: ଶ୍ରୀ ଡମ୍ବରୁ ଧର ହନାଗା ଏବଂ ସର୍ଜେଣ୍ଟ ଶ୍ରୀ ଲକ୍ଷ୍ମୀ ରଞ୍ଜନ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ସମସ୍ତ କାର୍ଯ୍ୟର‌୍ୟ୍ୟକ୍ରମକୁ ସ୍ୱାମୀ-ଶ୍ରୀ କନ୍ଦର୍ପ ପାତ୍ର ଓ ଶ୍ରୀ ଜ୍ଞାନ ରଞ୍ଜନ ଜେନା ଶ୍ରୀ ମୁକୁନ୍ଦ ବେହେରା ଏବଂ ଜ୍ଞାନ ରଞ୍ଜନ ପାଢ଼ୀ
ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031