Indus Valley Times

ଗଜପତି: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ମେଗା ଆଇନସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ମେଗା ଆଇନସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ମେଗା ଆଇନସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
November 13
19:34 2021

ଗଣେଷ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୩/୧୧: ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସଭା ଗୃହଠାରେ ଶନିବାର ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଏକ ମେଗା ଆଇନ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଶ୍ରୀ ସତ୍ୟପୀର ମିଶ୍ର ଅଧ୍ୟକ୍ଷତା କରି ନ୍ୟାୟ ପାଇବା ପାଇଁ ଏଣିକି ଲୋକଙ୍କୁ ସବୁବେଳେ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ପଡିବ ନାହିଁ ।
ଲୋକଙ୍କ ପାଖକୁ ଆଇନ ଯିବ , ଜିଲ୍ଲା ଆଇନସେବା ପ୍ରାଧିକରଣର ଦାୟିତ୍ୱ ହେଉଛି ଯେ ଲୋକଙ୍କ ପାଖରେ ନ୍ୟାୟ ପହଞ୍ଚାଇବା ସହ କେଉଁ କେଉଁ ବାଟକୁ ଆପଣେଇଲେ ନ୍ୟାୟ ପାଇପାରିବେ କହିଥିଲେ ।
ଅନ୍ୟପକ୍ଷରେ ଆଇନର ସଚେତନତା ଦ୍ୱାରା ସମାଜକୁ କିଭଳି ତୃଣମୂଳ ସ୍ତରରୁ ଉନ୍ନତି ଆଣିବାରେ ସହାୟକ ହୋଇଥାଏ ଏବଂ ଦାରିଦ୍ର‌୍ୟ ଦୂରୀକରଣ ପାଇଁ କାର୍ଯ୍ୟକାରିତା ହେଉଥିବା ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ବିଭିନ୍ନ କ୍ଷେତ୍ରରେ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୋର୍ଟର ଜେଏମଏଫସି: ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ସଂଯୋଜନା କରିଥିବା ବେଳେ ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ ଓ ତାତ୍ପର୍ଯ୍ୟ ସମେତ ଜାତୀୟ , ରାଜ୍ୟ ଓ ଜିଲ୍ଲା ଆଇନସେବା ପ୍ରାଧିକରଣ ମାନଙ୍କ କାର୍ଯ୍ୟକ୍ରମ ଏବଂ ମାଗଣା ଆଇନ ସେବା ସହାୟତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସପି: ଶ୍ରୀ ଜୟରାମ ଶତପଥୀ , ଏଡିଜେ: ଶ୍ରୀ ହେମନ୍ତ କୁମାର ସେଠୀ , ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ରଓ ଡେପୁଟି କଲେକ୍ଟର ତପସ୍ୱିନୀ ହାଁସଦା ପ୍ରମୁଖ ମଞ୍ଚଆସିନ ରହି ବିଭିନ୍ନ ଆଇନ ଓ ତାର କାର୍ଯ୍ୟକାରୀ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ମଞ୍ଚଆସିନ ଅତିଥି ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା:- ଫରେଷ୍ଟ ପଟ୍ଟା , ବୈବାହିକ ଓ ବିବାହ ପ୍ରୋତ୍ସାହନ ଆଶୀର୍ବାଦ , ବିଧବା , ଭିନ୍ନକ୍ଷମ , ଶିକ୍ଷା ଓ ଡେଥ ଇନସେଣ୍ଟିଭ ପ୍ରଭୃତି ଯୋଜନାର ଲାଭ ପାଇଁ ଚିହ୍ନଟ ହୋଇଥିବା ୩୦୦ରୁ ଅଧିକ ହିତାଧିକାରୀ ମାନଙ୍କୁ ଲାଭ ଯୋଗାଇ ଦିଆ ଯାଇଥିଲା ।
ଏହି ମେଗା କାର୍ଯ୍ୟକ୍ରମ ଅବସରରେ ୮ଟି ବିଭାଗ ପକ୍ଷରୁ ସେମାନଙ୍କ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ଉପରେ ଅବଗତ କରାଇବା ପାଇଁ ସଚେତନତା ଷ୍ଟଲ ମାନ ଖୋଲା ଯାଇଥିଲା । ମଞ୍ଚଆସିନ ଅତିଥି ମାନେ ସେହି ଷ୍ଟଲ ସବୁ ପରିଦର୍ଶନ କରିଥିଲେ ।
ଏ ସମ୍ପର୍କରେ ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ କହିଛନ୍ତି ଯେ , ଜିଲ୍ଲା ପ୍ରଶାସନର ସହଯୋଗରେ ହିତାଧିକାରୀ ମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନଙ୍କୁ ବେନିଫିଟ ଯୋଗାଇ ପ୍ରୋତ୍ସାହନ ଦେବା ।
ଏଥି ସହିତ ଲୋକଙ୍କୁ ଵିଭିନ୍ନ ମାଗଣା ଆଇନ ସେବା ଓ ଯୋଜନା ଗୁଡିକ ଉପରେ ସଚେତନ କରାଯାଉଛି ଯେ , ଯେଉଁମାନେ ଆଗାମୀ ଦିନରେ ଏହିଭଳି ବେନିଫିଟ ପାଇବା ପାଇଁ ଯୋଗ୍ୟ , ସେମାନେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ସହଯୋଗ ନେଇ କିଭଳି ବେନିଫିଟ ପାଇ ପାରିବେ , ସେହିଭଳି ପଦକ୍ଷେପ ନେବା ଉଚିତ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଏସଡିଜେଏମ ବର୍ଷା ଶର୍ମା , ଜେଏମଏଫସି ଶ୍ରୀ ଅର୍ଜିତ ଦାସ , ଓକିଲ ସଂଘ ସମ୍ପାଦଶକ ଶ୍ରୀ ଏମ: ପୃଥ୍ବୀରାଜ , ,ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥର ସମ୍ପାଦକ ଶ୍ରୀ ସନ୍ତୋଷ ମହାରଣା , ବହୁ ପ୍ରଶାସନିକ ଓ ପୋଲିସ ଅଧିକାରୀ , କୋର୍ଟ ଓ ପ୍ରାଧିକରଣ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031