Indus Valley Times

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନଲାଇନ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ

 Breaking News

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନଲାଇନ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନଲାଇନ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ
February 18
19:46 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୨ :ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଗଜପତି ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରିର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ହେମନ୍ତ କୁମାର ସେଠୀ , ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମାନସ କୁମାର ପଣ୍ଡା , ବରିଷ୍ଠ ଦେୱାନୀ ଅଦାଲତ ମାଜିଷ୍ଟ୍ରେଟ ଶ୍ରୀ ଦିପଙ୍କର ପଟ୍ଟନାୟକ , ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା , ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ହେମନ୍ତ କୁମାର ସେଠୀ ଯୋଗଦେଇ ମୋଟର ଦୁର୍ଘଟଣା ଜନିତ ଆବେଦନ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।
ଅନ୍ୟପକ୍ଷରେ. ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମାନସ କୁମାର ପଣ୍ଡା , ସଡକ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ ବିଷୟରେ ସଚେତନତା କରାଇ ଥିଲେ ଏବଂ ପାରଳାଖେମୁଣ୍ଡି କୋର୍ଟର ବରିଷ୍ଠ ଦେୱାନୀ ଅଦାଲତ ମାଜିଷ୍ଟ୍ରେଟ ଶ୍ରୀ ଦୀପଙ୍କର ପଟନାୟକ ଯୋଗଦେଇ ମଦ୍ୟପାନ ଓ ମୋବାଇଲ ଧରି ଯାନବାହାନ ନ ଚଲାଇବା , ହେଲମେଟ୍ ପିନ୍ଧି ଗାଡି ଚଲାଇବା ଏବଂ ଟ୍ରାଫିକ ନିୟମ ମାନି ଗାଡି ଚଲାଇବା ଉପରେ ସଚେତନ କରାଇ ଥିଲେ।
ପରିଶେଷରେ ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା ମାଗଣା ଆଇନ ସେବା ବିଷୟରେ ବିସ୍ତୃତ ଭାବରେ ବୁଝାଇବା ସମେତ ଦୁର୍ଘଟଣା ସମୟରେ ପୁଲିସର ଦାୟିତ୍ଵ ଏବଂ କର୍ତ୍ତବ୍ୟ ତଥା ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ନିଜ ମତରେ ବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପୋଲିସ ଅଧିକାରୀ ଓ ଆଇନଜୀବି ମାନେ ଯୋଗ ଦେଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ। ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031