Indus Valley Times

ଗଜପତି: ଜିଲ୍ଲା “ଆପ” ପକ୍ଷରୁ ଗୁମ୍ମା ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲା “ଆପ” ପକ୍ଷରୁ ଗୁମ୍ମା ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

April 16
14:21 2023

ପାରଳାଖେମୁଣ୍ଡି,୧୬/୪: “ଆପ୍” ଗଜପତି ତରଫରୁ ଗୁମ୍ମା ବ୍ଲକର ଗୁମ୍ମା ସ୍ଥିତ ହାଟପଦା ଠାରେ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

” ଆପ”ର ବ୍ଲକ ସଭାପତି ବୋୟାଜ ବେବର୍ତ୍ତାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। 

ଅନୁଷ୍ଠିତ ବୈଠକରେ ଦଳୀୟ ସଙ୍ଗଠନ କୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ପଞ୍ଚାୟତରେ ଦିଲ୍ଲୀ ଓ ପଞ୍ଜାବ ରେ ଆପ୍ ସରକାର ଦ୍ବାରା ଶିକ୍ଷା, ସ୍ୱାସ୍ଥ୍ୟ , ବିଜୁଳି , ପାଣି , ମହିଳା ମାନଙ୍କୁ ସୁବିଧା ଯୋଗାଇ ଦେବା ଓ ରୋଜଗାର କ୍ଷେତ୍ରରେ କରା ଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟର ପ୍ରଚାର ସହିତ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା  ଏବଂ ବିଭିନ୍ନ ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା , ପାନୀୟ ଜଳ ସମସ୍ୟା , ରାସ୍ତା ଘାଟ ଓ ଅନ୍ୟାନ୍ୟ ଅସୁବିଧା ବିଷୟରେ ଆଲୋଚନା କରା ଯାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ନୂଆଗଡ ବ୍ଲକ ସଂପାଦକ ଯୋଥାମ ଲିମ୍ମା , ଜିଲ୍ଲା କମିଟି ସଦସ୍ୟ ଲୋଗସ୍ ଦାସବର୍ଦ୍ଧନ , ଲୁସେନ୍ୟ ଗମାଙ୍ଗ, କୁମାର ସିଂ, ନାଗେନ୍ଦ୍ର ବଡ ରୟିତ , ପ୍ରିଣ୍ଟିନ ସିଂ, ନେରିୟ ଗମାଙ୍ଗ , ଯୋରାମ୍ ଲିମ୍ମା , ସୋଲମାନ ସିଂ , ବିମଳ ଶବର , ଚିରଞ୍ଜିବୀ ପାଲ୍ , ଲୋହିତ ଜେନା , ଏମାନୁଏଲ ଲିମ୍ମା ପ୍ରମୁଖ ଉପସ୍ଥିତ ଥିଲେ । ଗୁମ୍ମା ବ୍ଲକ ଯୁବ ସଭାପତି ଦୀପ ସାମୁଏଲ  ସମସ୍ତ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031