Indus Valley Times

ଗଜପତି: ଜିଲ୍ଲା ଉପଭୋକ୍ତା ଅଧିକାର ସୁରକ୍ଷା କମିଟି ପକ୍ଷରୁ ଜନ ସଚେତନତା ସୃଷ୍ଟି ପାଇଁ ପଥପ୍ରାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲା ଉପଭୋକ୍ତା ଅଧିକାର ସୁରକ୍ଷା କମିଟି ପକ୍ଷରୁ ଜନ ସଚେତନତା ସୃଷ୍ଟି ପାଇଁ ପଥପ୍ରାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଜିଲ୍ଲା ଉପଭୋକ୍ତା ଅଧିକାର ସୁରକ୍ଷା କମିଟି ପକ୍ଷରୁ ଜନ ସଚେତନତା ସୃଷ୍ଟି ପାଇଁ ପଥପ୍ରାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ
April 30
20:49 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୪: ଗଜପତି ଜିଲ୍ଲା ଉପଭୋକ୍ତା ଅଧିକାର ସୁରକ୍ଷା କମିଟି ପକ୍ଷରୁ ଗଜପତି ଜିଲ୍ଲା କାଶୀନଗର ଠାରେ ଜନ ସଚେତନତା ସୃଷ୍ଟି ପାଇଁ ପଥପ୍ରାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
କମିଟିର ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ \”ରେ କମିଟିର ସମ୍ପାଦକ ଶ୍ରୀ ରକମ ଲୋକନାଥମ୍ , ଉପ ସଭାପତି ଶ୍ରୀମତୀ ତନୁଜା ଶତପଥୀ , ସହଯୋଗୀ ସମ୍ପାଦକ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ , ଗୋଶାଣୀ ବ୍ଲକ କର୍ମକର୍ତ୍ତା ଶ୍ରୀ ବାଳକ୍ରିଷ୍ନା ଶୁଦ୍ର , ଶ୍ରୀ ମୁଚ୍ଚି ବାଙ୍ଗାରୁ , କାଶୀନଗର ବ୍ଲକ ସମ୍ପାଦକ ଶ୍ରୀ ରେବଲା ଧର୍ମା ରାଓ , ସଦସ୍ୟ ଶ୍ରୀ ପି: ତିରୁପତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ଘରେ ଟାଟା କମ୍ପାନୀର ପ୍ରି-ପେଡ ସ୍ମାର୍ଟ ବିଦ୍ୟୁତ ମିଟର ଲଗାଇବା ବାଧ୍ୟତାମୂଳକ ନୁହେ ବୋଲି ଜନସାଧାରଣଙ୍କୁ ଅବଗତ କରା ଯାଇଥିଲା । ସୂଚନା ଅଧିକାର ଓ ଖାଦ୍ୟ ନିରାପତ୍ତା ଇତ୍ୟାଦି ପ୍ରସଙ୍ଗରେ ବକ୍ତାମାନେ ସମବେତ ଉପଭୋକ୍ତା ମାନଙ୍କୁ ବୁଝାଇ ସଚେତନ କରାଇଥିଲେ । ପ୍ରତି ତେଜରାତି ଦୋକାନରେ ମୂଲ୍ୟ ତାଲିକା ଲଗାଇବା ଓ ବାର୍ଦ୍ଧକ୍ୟ , ଦିବ୍ୟାଙ୍ଗ ଭତ୍ତା ପାଉଥିବା ଯେଉଁ ବ୍ୟକ୍ତିମାନେ ବ୍ୟାଙ୍କକୁ ଆସି ପାରୁନାହାନ୍ତି , ସେମାନଙ୍କ ଘରେ ଭତ୍ତା ଟଙ୍କା ପହଂଚାଇବା ପାଇଁ ପଦକ୍ଷେପ ନେବା ସକାଶେ ପ୍ରଶାସନକୁ ନିବେଦନ କରାଯିବ ବୋଲି କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା ।
କମିଟିର କର୍ମକର୍ତ୍ତା ମାନେ ବ୍ୟାନର ଧରି ବୁଲି ବୁଲି ବିଭିନ୍ନ ଛକ ମାନଙ୍କରେ ମାଇକ ଯୋଗେ ଖାଉଟି ସୁରକ୍ଷାର ବିଭିନ୍ନ ଦିଗ ଉପରେ ଲୋକ ମାନଙ୍କୁ ସଚେତନ କରାଇ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031