Legatus

ଗଜପତି: ଜିଲ୍ଲା ଓ ଗ୍ରାମାଞ୍ଚଳ ସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲା ଓ ଗ୍ରାମାଞ୍ଚଳ ସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

August 03
21:15 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୮:ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଏବଂ ଖରସଣ୍ଡା ଠାରେ ଗୁରାନ୍ଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗ୍ରାମାଞ୍ଚଳ ସ୍ତରୀୟ ମା ଓ ପ୍ରସୂତୀ ମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଦିଏମ୍ଓ: ଡ଼ାଃ ପ୍ରଦୀପ କୁମାର ପାତ୍ର , ଡିଏମଓ: ଡ଼ାଃ ପ୍ରମୋଦ କୁମାର ପଣ୍ଡା , ଏଡିପିଏଚଓ: ଡ଼ାଃ ମହେନ୍ଦ୍ର ଭୂୟାଁ , ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡ଼ାଃ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଏବଂ ଶିଶୁ ବିଶେଷଜ୍ଞ ଡ଼ାଃ ଗିରିଜା ପତି ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ। ।
ସେହିଭଳି ଖରସଣ୍ଡା ସ୍ଥିତ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରାମାଞ୍ଚଳ ସ୍ତରୀୟ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ର ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ ଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ , ସ୍ଵାସ୍ଥ୍ୟ ସୁପରଭାଇଜର ଶ୍ରୀମତୀ ଏନ: ଲକ୍ଷ୍ମୀଆମ୍ମା , ଏ ଏନଏମ: ସାଗରିକା ସାମଲ , ସିଏଚଓ: ମଧୁସ୍ମିତା ସୁନା ଏବଂ ସ୍ୱାସ୍ଥ୍ୟକର୍ମୀ ଶ୍ରୀ ଇ: ଲୋକେଶ୍ୱର୍ ରାଓ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ସ୍ତନ୍ୟପାନ ଉପରେ କହିଥିଲେ ।
ମୁଖ୍ୟତଃ ସ୍ତନ୍ୟପାନର ଉପକାରିତା , ଶିଶୁ ଜନ୍ମ ହେବାର ୬ ମାସ ପର୍ଯ୍ୟନ୍ତ ମାଆ କ୍ଷୀର କେତେ ମହତ୍ , ସ୍ତନ୍ୟପାନ ଦ୍ଵାରା ଶିଶୁର ମାନସିକ , ଶାରୀରିକ ଓ ବୌଦ୍ଧିକ ଅଭିବୃଦ୍ଧି ହେବା ସହ ମାଆ ଟି ମଧ୍ୟ କିଭଳି ବିଭିନ୍ନ କର୍କଟ ରୋଗରୁ ରକ୍ଷା ପାଇଥାଏ ସେ ସମ୍ପର୍କରେ କହିବା ସହ ସଠିକ୍ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ ।
ଅନ୍ୟ ପକ୍ଷରେ କର୍ମଜୀବୀ ମହିଳା ମାନଙ୍କ ପାଇଁ ସ୍ତନ୍ୟପାନ କରାଇବାର ଅନୁକୂଳ ପରିବେଶ ସୃଷ୍ଟି କରାଇ ଏକ ପରିବର୍ତ୍ତନ ଆଣିବା ଉପରେ ସଚେତନ କରାଇଥିଲେ।
ଏହି ଅବସରରେ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ହିଁପସ୍ଥିଟ ଥିବା ସ୍ତ୍ରୀ ଓ ପ୍ରସୂତି ଗର୍ଭବତୀ ମହିଳା ମାନଙ୍କୁ ନେଇ ଜିଲ୍ଲା ଷ୍ଟାଟାଷ୍ଟିକାଲ ଇନଭେଷ୍ଟିଗେଟର ଶ୍ରୀ ନେତ୍ରାନନ୍ଦ ଶତପଥୀଙ୍କ ଦ୍ଵାରା ସ୍ତନ୍ୟପାନ ସମ୍ପର୍କିତ ଉପରେ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31