Indus Valley Times

ଗଜପତି: ଜିଲ୍ଲା ବିଜେପି ପକ୍ଷରୁ ୧୦୦କୋଟି ସଫଳ ଟୀକାକରଣରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ

 Breaking News

ଗଜପତି: ଜିଲ୍ଲା ବିଜେପି ପକ୍ଷରୁ ୧୦୦କୋଟି ସଫଳ ଟୀକାକରଣରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ

ଗଜପତି: ଜିଲ୍ଲା ବିଜେପି ପକ୍ଷରୁ ୧୦୦କୋଟି ସଫଳ ଟୀକାକରଣରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ
October 22
19:18 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୨/୧୦ : ଭାରତ ବର୍ଷରେ ୧୦୦ କୋଟି ସଫଳ କୋଭିଡ ଟୀକାକରଣ ହୋଇଥିବା ଉପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଟାଉନ-ହଲ ଠାରେ ଚାଲିଥିବା କୋଭିଡ ଟୀକାକରଣ ସ୍ଥଳରେ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ:ନାରାୟଣ ରାଓଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଯୋଗଦେଇ ଦେଶରେ ୧୦୦ କୋଟି କୋଭିଡ ଟୀକାକରଣ ସଫଳତାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ ଦେଇ ବିଭିନ୍ନ ନାରା ମାଧ୍ୟମରେ ଧନ୍ୟବାଦ ଜଣାଇଥିଲେ ।
ବିଜେପି ଜିଲ୍ଲା ସଭାପତି ତଥା ବିଧାୟକ ଶ୍ରୀ ନାରାୟଣ ରାଓ କହିଛନ୍ତି ଯେ , ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ୧୦୦ କୋଟି ଲୋକଙ୍କୁ କୋଭିଡ ଟୀକା ଦିଆସରିଛି ।
୧୦୦ କୋଟି କୋଭିଡ ଟିକାକରଣର ଏଭଳି ବୃହତ ଐତିହାସିକ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ବିଧାୟକ ଶ୍ରୀ ରାଓ କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ , ଚଳିତ ବର୍ଷର ଗତ ଜାନୁଆରୀ ମାସର ୧୬ ତାରିଖ ଠାରୁ ଭାରତରେ କୋଭିଡ ଟୀକାକରଣ ପ୍ରକ୍ରିୟାର ଆରମ୍ଭ ହୋଇଥିଲା ।
ତେବେ , ଗତକାଲି ଗୁରୁବାର ସକାଳ ସୁଦ୍ଧା ଏହି ୯ ମାସ ମଧ୍ୟରେ ଭାରତରେ ୧୦୦ କୋଟି କୋଭିଡ ଟୀକା ଦେବା ସମ୍ପୂର୍ଣ୍ଣ ହୋଇଛି । ଦେଶରେ ଏଭଳି ଦ୍ରୁତ ଟୀକାକରଣ ସଫଳତା କ୍ଷେତ୍ରରେ ଏକ ନୂତନ ମାଇଲ-ଖୁଣ୍ଟ ଅତିକ୍ରମ କରିଛି , ଯାହାକି ,ଏହା ଭାରତ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ।
ଅନ୍ୟପକ୍ଷରେ ୧୦୦ କୋଟି କୋଭିଡ ଡୋଜ ଟୀକା ପ୍ରଦାନ କରି ଭାରତ , ସମଗ୍ର ବିଶ୍ୱରେ ଏକ ବଡ଼ ଦୃଷ୍ଟାନ୍ତ ପାଲଟି ଯାଇଥିବା ପରିଲକ୍ଷିତ ହୋଇଛି ।
ଏହି ଅବସରରେ ବିଜେପି ସଭାପତି ତଥା ବିଧାୟକ ଶ୍ରୀ ରାଓ , ଚାଲିଥିବା କୋଭିଡ ଟୀକାକରଣ କେନ୍ଦ୍ର ପରିଦର୍ଶନ କରିବା ସହ ନିୟୋଜିତ ଥିବା କର୍ମଚାରୀ ମାନଙ୍କ ସହ ଟୀକାକରଣର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ ।
ଏହି କାର୍ଯ କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟନାୟକ , ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର , କାଶୀନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ସିଏଚ: ସୀମାଡ୍ରାଇ , କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳ , ମହିଳା ମୋର୍ଚ୍ଚାର ଅରୁଣୀମା ସାହୁ , ଯୁବନେତା ଶ୍ରୀ ସନ୍ତୋଷ ଜେନା ଓ ପି: କ୍ରାନ୍ତି ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031