Indus Valley Times

ଗଜପତି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

 Breaking News

ଗଜପତି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

ଗଜପତି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ
March 09
10:58 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୩ : ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଠାରେ ଅତି ସୁନ୍ଦର ଓ ଯଥାର୍ଥ ଭାବରେ ଡିଏମଓ: ଡାକ୍ତର ପ୍ରମୋଦ ପଣ୍ଡା , ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ଇତିଶ୍ରୀ ମିଶ୍ର , ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ ଏବଂ ଡାକ୍ତର ରେଗା ଲଷ୍ମୀ ନାରାୟଣ ପଟ୍ଟନାୟକଙ୍କ ସମେତ ସମସ୍ତ ବିଭାଗର ସ୍ବାସ୍ଥ୍ୟସେବିକା ଓ ବିଭିନ୍ନ କ୍ଷେତ୍ରର କର୍ମଚାରୀ ମାନଙ୍କ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଆଜିର ସମାଜରେ ନାରୀର ଭୂମିକା , ସମାନତା , ସଶସ୍ତ୍ରୀକରଣ , ସଂଘର୍ଷ , ବଳିଦାନ ଓ ତ୍ୟାଗ ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ ନାରୀର ଅବଦାନକୁ ସ୍ମରଣ କରା ଯାଇଥିଲା ।
ଏହି ବର୍ଷର “ନାରୀର ସଶକ୍ତିକରଣ ସ୍ୱାସ୍ଥ୍ୟ ସେବାରେ ଗୁରୁତ୍ୱପୂର୍ଣ୍ଣ ” ଶୀର୍ଷକ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ଡାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀ ।
ସେହିଭଳି ନାରୀର ସମ୍ମାନ , ସ୍ଵତନ୍ତ୍ରତା ଓ କାର୍ଯ୍ୟ ଦକ୍ଷତା ଉପରେ ଡାକ୍ତର ପ୍ରମୋଦ ପଣ୍ଡା ସମ୍ୟକ ସୂଚନା ଦେଇଥିଲେ ।
ଏହି ଉତ୍ସବ ଉପଲକ୍ଷେ ବିଭିନ୍ନ ସେବିକା ମାନେ କାର୍ଯ୍ୟ କ୍ଷେତ୍ରରେ ନାରୀକୁ ପ୍ରୋସାହନ ଓ ସୁରକ୍ଷା ସମ୍ବନ୍ଧୀୟ ଉପରେ ଆଲୋଚନା କରିଥିଲେ ।
ଏ ଅବସରରେ ସମସ୍ତ ଉପସ୍ଥିତ ଚିକିତ୍ସାଳୟର ଡାକ୍ତର ଓ କର୍ମୀ ଆନ୍ତର୍ଜାତୀୟ ମହିଳା ଦିବସ ବ୍ୟାନର ଓ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବିଷୟରେ ପ୍ଲାକାର୍ଡ ଧରି ହସପିଟାଲ ବିଭିନ୍ନ ପାର୍ଶ୍ଵ ପରିଭ୍ରମଣ କରି ସଚେତନତା ଓ ଜାଗୃକତା ସୃଷ୍ଟି କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031