Indus Valley Times

ଗଜପତି : ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ “ମିଶନ ଶକ୍ତି” ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଶପଥ ପାଠ ଓ ଶୋଭାଯାତ୍ରା

 Breaking News

ଗଜପତି : ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ “ମିଶନ ଶକ୍ତି” ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଶପଥ ପାଠ ଓ ଶୋଭାଯାତ୍ରା

October 31
11:24 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୧/୧୦: ଗଜପତି ଜିଲ୍ଲା “ମିଶନ ଶକ୍ତି” – ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଆଜି ପୂର୍ବାହ୍ ସମୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଶପଥ ପାଠ କାର୍ଯ୍ୟକ୍ରମରେ ମିଶନ-ଶକ୍ତିର ଡିପିଏ: ଶ୍ରୀମତୀ ମନସ୍ମିତା ପାତ୍ର ଉପସ୍ଥିତ ସମସ୍ତଙ୍କୁ ସ୍ୱଚ୍ଛତା ଓ ସାଧୁତାର ଶପଥ ପାଠ କରାଇ ଥିଲେ ।
ଏହି ଅବସରରେ ପରେ ଏକ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାୟ ପରିସରରୁ ବାହାରି ହାତରେ ପ୍ଲା- କାର୍ଡ ଧରି ଏବଂ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଶେଷରେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇ ଦୁର୍ନିତି ନିବାରଣ ଦିଗରେ ସରକାରଙ୍କ ଦ୍ୱରା କରା ଯାଇଥିବା ସମସ୍ତ ବ୍ୟବସ୍ଥାକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ଵ ଦେବା ସହ
ଏହି ଦିଗରେ ସମସ୍ତ ନାଗରିକ ଓ ଜନସାଧରଣ ମାନଙ୍କୁ ସଚେତନତା ହେବା ଜରୁରୀ । ଏଣୁ ଆମ ସମସ୍ତଙ୍କ ମିଳିତ ଉଦ୍ୟମରେ କିପରି ଦେଶ ରୁ ଦୁର୍ନୀତିର ମୁଳୋତ୍ପାଟନ ହୋଇପାରିବ ଓ ପ୍ରତ୍ୟେକ ନାଗରିକ ସର୍ବଦା ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠ ରେ ପ୍ରତିବନ୍ଧିତ ରହି କାର୍ଯ୍ୟ କରିବା ପାଇଁ ଆହ୍ବାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନୀଳ ମାଧବ ମାଝୀ , ମିଶନ ଶକ୍ତି ବିଭାଗର ଡିପିସି: ଶ୍ରୀ ଟିମନ ବରା , ଜିଲ୍ଲା ଭିଜିଲାନସ୍ ବିଭାଗ ଇନିସପେକ୍ଟର ଶ୍ରୀ ଡି ଭି: ରାଓ , ପାରଳା ଆଦର୍ଶ ଥାନା ଇନ୍ସପେକ୍ଟର ଇନଚାର୍ଜ୍ ଶ୍ରୀ ଭୂପତି ସାର୍ ଏବଂ ପାରଳା ପୌର ପରିଷଦ ମ୍ୟାନେଜର ଶ୍ରୀ ନକୁଳ ବିଶୋଇ ପ୍ରମୁଖ ଯୋଗ ଦେଇ ସାମିଲ ଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ମିଶନ-ଶକ୍ତି’ ର କାଶୀନଗର ବିପିସି: ଶ୍ରୀ ଶ୍ରୀକାନ୍ତ ପଟନାୟକ ଏବଂ ରାୟଗଡ଼ ବିପିସି:- ଶ୍ରୀ ଲାବନ ରଇତ ପ୍ରମୁଖ ଓ ଅନ୍ୟମାନେ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930