Indus Valley Times

ଗଜପତି: ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟ-ଘାଟ୍ ଧୂମଧାମରେ ପାଳିତ

 Breaking News

ଗଜପତି: ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟ-ଘାଟ୍ ଧୂମଧାମରେ ପାଳିତ

September 11
20:12 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମଣ୍ଡି, ୧୧/୯ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଟାଉନ ହଲ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ଓ ସମଲେଇ ନୃତ୍ୟକଳା ପରିଷଦର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନୂଆଖାଇ ଭେଟ୍ ଘାଟ୍ -୨୦୨୨ ଧୁମଧାମରେ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ସମଲେଇ ନୃତ୍ୟକଳା ପରିଷଦର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପାରଳାଖେମଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା , ସହକାରୀ ଜିଲ୍ଲାପାଳ ଶ୍ରୀ କିରଣ କୁମାର ମହାନ୍ତି , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।
ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ନୂଆଖାଇ ଭେଟଘାଟ ମାଧ୍ୟମରେ ଜିଲ୍ଲାର କଳା , ସଂସ୍କୃତି ଦିଗରେ ଆମ ଜିଲ୍ଲା ଆଗକୁ ବଢ଼ିବାରେ ବେଶ୍ ସହାୟକ ହେବ କହି ଉପସ୍ଥିତ ଥିବା ନୃତ୍ୟ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ ଓ ଭାଇଚାରା ପର୍ବ ଏହି ପର୍ବ ପଶ୍ଚିମ ଓଡିଶା ସମେତ ସାରା ରାଜ୍ୟରେ ପାଳନ କରାଯାଉଛି।
ଅତିଥି ମାନଙ୍କୁ , ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ ଶ୍ରୀ ଆଦର୍ଶ ଦାସ କରିଥିବା ବେଳେ ଶ୍ରୀ ମନୋଜ କୁମାର ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ସ୍ୱର ସଂଯୋଜନାରେ ଭକ୍ତି ସଂଗୀତ ସଂସଦର କଳାକାର ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।
ଅନୁଷ୍ଠାନର ସମ୍ପାଦକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ , ମଞ୍ଚାସୀନ ଅତିଥି ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ।
ସଭା କାର୍ଯ୍ୟକ୍ରମ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହରର ବିଭିନ୍ନ ନୃତ୍ୟ ଅନୁଷ୍ଠାନ ଯଥା:- ମିରାକେଲ ଡେ଼ନ୍ସ ସ୍କୁଲ , ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର , ପଦାମୃତ ନୃତ୍ୟାୟନ , ପ୍ରାଉଡ଼ ଓ ସମଲେଇ ନୃତ୍ୟକଳା ପରିଷଦର ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ଡାଲଖାଇ ଓ ରସରକେଲି ପ୍ରଭୃତି ସମ୍ବଲପୁରୀ ନୃତ୍ୟ ପରିବେଷଣ କରା ଯାଇଥିଲା ।
କାର୍ଯ୍ୟକ୍ରମରେ ପରିବେଷଣ କରିଥିବା ସମସ୍ତ ନୃତ୍ୟ ଦଳର କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ପୁରଷ୍କାର ପ୍ରଦାନ କରା ଯାଇଥିଲା ।
ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରୀ ମନୋଜ କୁମାର ପାଢ଼ୀ ଓ ଶ୍ରୀମତୀ ସୁଲତା ଶୁଭଦର୍ଶିନୀ ସଂଯୋଜନା କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ମାତାଙ୍ଗୀନୀ ଗୁରୁ , ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ଶ୍ରୀ ସୁଜିତ ପାଣିଗ୍ରାହୀ , ଶ୍ରୀ ଜ୍ଞାନ ରଞ୍ଜନ ଦାଶ , ଶ୍ରୀ ଏମ୍. ପୃଥ୍ୱୀରାଜ , ଶ୍ରୀ କାମଦେବ ପାଢ଼ୀ , ଶ୍ରୀ ମନୋଜ ପାଢ଼ୀ , ସୁଶ୍ରୀ ଡି. ପ୍ରିୟଙ୍କା , ଶ୍ରୀ ହର ତ୍ରିପାଠୀ , ଶ୍ରୀ ରଘୁନାଥ ପଟ୍ଟନାୟକ , ଶ୍ରୀ ଡି.ମୋହନ ରାଓ ,ଶ୍ରୀ ରାଜେନ୍ଦ୍ର ରଥ , ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031