Indus Valley Times

ଗଜପତି: ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ପାଳିତ

 Breaking News

ଗଜପତି: ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ପାଳିତ

March 05
22:08 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୫/୩: ଗଜପତି ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି: ତିରୁପତି ରାଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲ୍ଲିକ, ସଭ୍ୟ ଶ୍ରୀ ଏସ୍: ବାଲା ରାଜୁ , ସଭ୍ୟା ଶ୍ରୀମତୀ ସନ୍ଧ୍ୟାରାଣୀ ଶବର , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼: ଗୁଣନିଧି ନାୟକ ପ୍ରମୁଖ ମଞ୍ଚାସିନ ରହି ଓଡ଼ିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଓ ତାର ସଫଳ ରୂପାୟନ ସଂପର୍କରେ ବିସ୍ତୃତ ଭାବରେ କହିଥିଲେ।
ସମସ୍ତେ ମିଳିତ ଭାବେ କାର୍ଯ୍ୟ କରି ଏକ ଶିଶୁ ଅନୁକୂଳ , ସ୍ୱଚ୍ଛ , ସବୁଜ ଏବଂ ସୁସ୍ଥ ତଥା ଉନ୍ନତ ପଞ୍ଚାୟତ ଗଠନ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରି ସହାୟକ ହେବାପାଇଁ ଅତିଥିମାନେ କହିଥିଲେ।
ଅନ୍ୟପକ୍ଷରେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ , ଲୋକ ପ୍ରିୟ ଜନନାୟକ , ଗରିବ ଓ ଅବହେଳିତଙ୍କ ଆଶା ଓ ଭରଷା ବ୍ୟକ୍ତିତ୍ଵ ଥିବା ସମେତ ଲୋକମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ଓ ପ୍ରେରଣା ପ୍ରଦାନ କରିବାରେ ବିଜୁ ପଟ୍ଟନାୟକଙ୍କ ଅଦ୍ଭୁତ କ୍ଷମତା ରହିଥିଲା ।
ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବା ଗ୍ରାମ ପଞ୍ଚାୟତକୁ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ କରା ଯାଇଥିଲା ।
ସେଥି ମଧ୍ୟରେ ପ୍ରଥମ ପୁରସ୍କାର ଭାବେ ଆର: ଉଦୟଗିରି ବ୍ଲକର ଆର: ଉଦୟଗିରି ଗ୍ରାମ ପଞ୍ଚାୟତକୁ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରା ଯାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଆର: ଉଦୟଗିରି ବ୍ଲକର ରଣ୍ଡିବା ଗ୍ରାମ ପଞ୍ଚାୟତ\’କୁ ୧ ଲକ୍ଷ ୨୫ ହଜାର ଟଙ୍କା ଓ ତୃତୀୟ ସ୍ଥାନରେ ମୋହନା ବ୍ଲକର ମୋହନା ଗ୍ରାମ ପଞ୍ଚାୟତକୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରା ଯାଇଥିଲା ।
ସେହିପରି ପୁଷ୍ଟି ପଞ୍ଚାୟତ ପୁରସ୍କାରରେ ଗୋସାଣୀ ବ୍ଲକର ଲାବନ୍ୟଗଡ ଗ୍ରାମ ପଞ୍ଚାୟତକୁ ୫୦ ହଜାର ଟଙ୍କା ପୁରସ୍କାର ଦିଆ ଯାଇଥିବା ବେଳେ ଓ ଜିଲ୍ଳାର ପାଞ୍ଚ ଗୋଟି ଅଙ୍ଗୱାଡ଼ି କେନ୍ଦ୍ର କୁ ମଧ୍ୟ ପୁରସ୍କୃତ କରା ଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉନ୍ନୟନ ଅଧିକାରୀ -ଜିଲ୍ଳା ପରିଷଦ ଶ୍ରୀ ପୃଥିବୀ ରାଜ ମଣ୍ଡଳ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅଶୋକ କୁମାର ପଟ୍ଟନାୟକ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁମଣୀ ନାୟକଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ , ସମିତି ସଭ୍ୟ- ସଭ୍ୟା , ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ , ଅଙ୍ଗନୱାଡ଼ି କର୍ମୀ ଓ ଜନ-ପ୍ରତିନିଧି ସମେତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031