Indus Valley Times

ଗଜପତି: ଜିଲ୍ଲା ସ୍ତରୀୟ ୨୮ ଓ ୨୯ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରତିଯୋଗିତା

 Breaking News

ଗଜପତି: ଜିଲ୍ଲା ସ୍ତରୀୟ ୨୮ ଓ ୨୯ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରତିଯୋଗିତା

November 10
18:24 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୦/୧୧ : ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ଗିରି ସରକାରୀ ମୁନିସିପାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ୨୮ ଓ ୨୯ ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏବଂ କେନ୍ଦ୍ର ସରକାରଙ୍କ ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରଫେସର ଡ଼ଃ ଜିତେନ୍ଦ୍ର ନାଥ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ସମାଧାନ କରି ପାରିବା ଭଳି ପ୍ରକଳ୍ପ ପ୍ରସ୍ତୁତି ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟନାୟକ ଯୋଗଦେଇ କାର୍ଯ୍ୟକ୍ରମ ର ମୁଖ୍ୟ ବିଷୟ ବସ୍ତୁ ଧାରଣୀୟ ପୋଷଣୀୟ ଜୀବନ ଧାରଣ ସକାଶେ ବିଜ୍ଞାନ ସମ୍ପର୍କରେ ବିସ୍ତୃତ ଆଲୋକ ପାତ କରିଥିଲେ କ୍ଷ ଜିଲ୍ଲା ବିଜ୍ଞାନ ଏକାଡେମୀର ସଂଯୋଜକ ଶ୍ରୀ ବିନୋଦ ଚନ୍ଦ୍ର ଜେନା , କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା କିରଣବାଲା ଭୂୟାଁ ଓ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ବିଦ୍ୟା ସାହୁ ପ୍ରମୁଖ ପ୍ରକଳ୍ପ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଥିଲେ ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରକଳ୍ପ ପ୍ରତିଯୋଗିତାରେ ମୋଟ ୩୭ ଟି ବିଜ୍ଞାନ ପ୍ରକସ୍ୱଳ୍ପ ସହ ପ୍ରକଳ୍ପ ପ୍ରସ୍ତୁତକାରୀ ତଥା କୁନି ବୈଜ୍ଞାନିକ ମାନେ ଅଂଶ ଗ୍ରହଣ କରିଥିଲେ କ୍ଷ ସେମାନଙ୍କ ମଧ୍ୟ ରୂ ଶୁଭେନ୍ଦୁ ଆପଟ , ସୁଧାକର ପଣ୍ଡା , ବାଦଲ ପ୍ରଧାନ ଓ ଆଦର୍ଶ ଘଣ୍ଟଙ୍କ ବିଜ୍ଞାନ ପ୍ରକଳ୍ପ ଗୁଡିକ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲା ।କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031