Legatus

ଗଜପତି: ନିର୍ବାଚନୀ ସଭାରେ ବିରୋଧୀ ଦଳକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ : ଶଙ୍ଖ ଚିହ୍ନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ

 Breaking News

ଗଜପତି: ନିର୍ବାଚନୀ ସଭାରେ ବିରୋଧୀ ଦଳକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ : ଶଙ୍ଖ ଚିହ୍ନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ

ଗଜପତି: ନିର୍ବାଚନୀ ସଭାରେ ବିରୋଧୀ ଦଳକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ : ଶଙ୍ଖ ଚିହ୍ନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ
May 05
21:29 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୫/୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନ ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଗସ୍ତରେ ଆସି ବିଜେଡି ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର୍ ଅଭିଯାନ ଆରମ୍ଭ କରିଛନ୍ତି ।
ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଏକ ବିରାଟ ନିର୍ବାଚନୀ ଜନସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ସରକାରଙ୍କ ୭ ଟି ଫ୍ଲାଗସିପ ଯୋଜନା କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କ ସହ ମତ ବିନିମୟ କରି ବିଭିନ୍ନ ଯୋଜନାର ସଫଳତାକୁ ଦୋହରାଇବା ସହ ବିରୋଧୀଙ୍କୁ କଡା ଟାର୍ଗେଟ କରିଥିଲେ। ।
ରାଜ୍ୟ ସରକାରଙ୍କ ୭ ଟି ଫ୍ଲାଗସିପ ଯୋଜନା କାର୍ଯ୍ୟକ୍ରମ ଯଥା:- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ମମତା ଯୋଜନା , ଚାଷୀଙ୍କ କାଳିଆ ଯୋଜନା , ଲକ୍ଷ୍ମିବସ ଯୋଜନା , ପିଲାଙ୍କ ଛାତ୍ରବୃତ୍ତି ଯୋଜନା , ମିଶନ ଶକ୍ତି ଯୋଜନା ଏବଂ ପୁରୀ ପ୍ରକଳ୍ପ ପରିକ୍ରମା ଯୋଜନା ଉପରେ କହି ଏସବୁ ଯୋଜନା କିଭଳି ଏବଂ ଭଲ କି ବୋଲି ପଚାରି ବୁଝିଥିଲେ ।
ବିରୋଧୀଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ସବୁବେଳେ ମିଥ୍ୟା କଥା କହିବା ସହ ଅପପ୍ରଚାରର ଆଶ୍ରୟ ନେଇ ଚାଲିଛି ଏବଂ ଏହାକୁ ନେଇ ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
କୌଣସି ନା ନ ନେଇ ବିରୋଧୀ ଦଳର ଚୋର ଓ ବିତାଡିତ ପ୍ରାର୍ଥୀ କୁ ଭୋଟ ଦିଅନ୍ତୁ ନାହିଁ ବୋଲି କହି ଆପଣ ମାନେ ମୋତେ ଓ ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ ।
ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର , ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ରୁପେଶ ପାଣିଗ୍ରାହି ଏବଂ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୂ ଆଶୀର୍ବାଦ କରିବା ସହ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ।
ସେହିଭଳି ଭି କେ ପାଣ୍ଡିଆନ ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କ ସହ ମତ ବିନିମୟ କରି ବିରୋଧୀ ବିଜେପିକୁ ବିଭିନ୍ନ କ୍ଷେତ୍ରରେ କଡା ଟାର୍ଗେଟ କରି ଓଡ଼ିଶାରେ ନବୀନ ଇଞ୍ଜିନ ସରକାର ତଥା ବିକାଶ ଯୋଗାଇ ଦେବାର ସରକାର ଚାଲିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ସହ ଓଡ଼ିଶାର ବିକାଶକୁ ଆଗକୁ ନେବା ପାଇଁ ବିଜେଡି ଦଳର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଙ୍କ ସମେତ ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ରୁପେଶ ପାଣିଗ୍ରାହୀ ଏବଂ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇବାକୁ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ , ପାରଳାଖେମୁଣ୍ଡି ଓ ମୋହନା ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହି ତାଙ୍କର ଅଭିଭାଷଣ ରଖିବା ସହ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ , ଜିଲ୍ଲା ସଭାପତି ଶ୍ରୀ ଜଗବନ୍ଧୁ ଦାସ ପ୍ରମୁଖ ମଞ୍ଚାସିନ ଥିଲେ। ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଦୀପ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
୨୦ ହଜାରରୁ ଅଧିକ ସଂଖ୍ୟକ ଦଳୀୟ କର୍ମୀ , ନେତା ଓ ସମର୍ଥକ ଏବଂ ସାଧାରଣ ଜନତା ଯୋଗ ଦେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଭାବେ ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ ଥିଲେ ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930