Indus Valley Times

ଗଜପତି: ନିର୍ବାଚନ ଫଳାଫଳର ଭୋଟ ଗଣତି ପାଇଁ ପ୍ରଶିକ୍ଷଣ ଏବଂ ଭୋଟ ଗଣତି ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ନିର୍ବାଚନ ଫଳାଫଳର ଭୋଟ ଗଣତି ପାଇଁ ପ୍ରଶିକ୍ଷଣ ଏବଂ ଭୋଟ ଗଣତି ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ନିର୍ବାଚନ ଫଳାଫଳର ଭୋଟ ଗଣତି ପାଇଁ ପ୍ରଶିକ୍ଷଣ ଏବଂ ଭୋଟ ଗଣତି ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ
May 30
10:24 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୫:ଗଜପତି ଜିଲ୍ଲାରେ ନିକଟରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନର ଭୋଟ ଗଣତି ପାଇଁ ନିୟୋଜିତ କର୍ମଚାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଭୋଟ ଗଣତି ପ୍ରକ୍ରିୟାର ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପାରଳାଖେମୁଣ୍ଡି ସ୍ଥିତ ଆରସେଟି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରିଟର୍ଣିଂ ଅଫିସର ଶ୍ରୀ ଅନୁପ ପଣ୍ଡା ଏବଂ ମୋହନା ନିର୍ବାଚନ ମଣ୍ଡଳୀ ରିଟର୍ଣିଂ ଅଫିସର ଶ୍ରୀ ବିରେନ୍ଦ୍ର କୁମାର ଦାସ ପ୍ରମୁଖ ନିର୍ବାଚନ ଭୋଟ ଗଣତି ପ୍ରକ୍ରିୟା ପାଇଁ ନିୟୋଜିତ ହୋଇଥିବା କାଉଣ୍ଟିଙ୍ଗ ସୁପରଭାଇଜର , କାଉଣ୍ଟିଙ୍ଗ ଆସିଷ୍ଟାଣ୍ଟ ଏବଂ ମାଇକ୍ରୋ ଓବଜର୍ଭର ମାନଙ୍କୁ ଗଣତି କିଭଳି କରାଯିବ ଓ ସେଥିପାଇଁ କିଭଳି ବିଭିନ୍ନ ଦିଗ ପ୍ରତି ସଜାଗ ହୋଇ ଯତ୍ନବାନ ସହ ଗଣତି କାର୍ଯ୍ୟ ସମ୍ପନ୍ନ କରିବାକୁ ହେବ , ସେ ସମ୍ପର୍କରେ ବୁଝାଇଥିଲେ ।
ପରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଅନୁଷ୍ଠିତ ହୋଇ ଯାଇଥିବା ସାଧାରଣ ନିର୍ବାଚନର ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଭଳି ପ୍ରସ୍ତୁତି କରାଯାଇଛି , ସେ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ପ୍ରଧାନ ଭୋଟ ଗଣତି ପ୍ରସ୍ତୁତି ଉପରେ ଅଧିକ ସୂଚନା ଦେଇ କହିଥିଲେ ଯେ , ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସଂଲଗ୍ନ ଗଜପତି ଜିଲ୍ଲାର ୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୧୩ ତାରିଖ ଦିନ ଶାନ୍ତିପୂର୍ଣ୍ଣ ଭାବେ ମଦାଦାନ କାର‌୍ୟ୍ୟ ଶେଷ ହୋଇଛି । ଏହାର ଭୋଟ ଗଣତି ଆସନ୍ତା ୪ ତାରିଖ ଦିନ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ , ଯେଉଁଠାରେ କି ଭୋଟିଂ ମେସିନ ଷ୍ଟ୍ରଙ୍ଗ ରୁମ ହୋଇଛି ଏବଂ ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଛି ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଦେଶ ଓ ନିର୍ଦ୍ଦେଶ ଅନୁଯାୟୀ ସକାଳ ୮ ଘଣ୍ଟା ଠାରୁ ଭୋଟ ଗଣତି ଆରମ୍ଭରେ ପ୍ରଥମେ ପାରଳାଖେମୁଣ୍ଡି ଆସେମ୍ବଲି ପାଇଁ ୧୯୦୦ ଏବଂ ମୋହନା ଆସେମ୍ୱଲୀ ପାଇଁ ୧୨୦୦ ପୋଷ୍ଟ ବେଲଟ ଗଣତି ହେବ ଏବଂ ପରେ ୮-୩୦ ଘଣ୍ଟା ସମୟରେ ନରମାଲ୍ କାଉଣ୍ଟିଙ୍ଗ ଆରମ୍ଭ କରାଯିବ ।ଏହି ଭୋଟ ଗଣତି କାର‌୍ୟ୍ୟରେ କାଉଣ୍ଟିଙ୍ଗ ସୁପରଭାଇଜର , କାଉଣ୍ଟିଙ୍ଗ ଆସିଷ୍ଟାଣ୍ଟ ଓ ମାଇକ୍ରୋ ଅବଜରଭର ଏଭଳି ୧୮୦ ଜଣ କର୍ମଚାରୀ ବିଭିନ୍ନ ବିଭାଗରୁ ନିୟୋଜିତ ହେବେ ।
ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭିନ୍ନ ଭିନ୍ନ ଭାବେ କାଉଣ୍ଟିଙ୍ଗ କେନ୍ଦ୍ର ଏବଂ ପ୍ରତି ଲୋକସଭା ଆସେମବ୍ଲି ସେଗମେଣ୍ଟ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଭାବେ କାଉଣ୍ଟିଙ୍ଗ ହଲ କରାହୋଇଛି ।
ପ୍ରତି ଆସେମ୍ୱଲି ସେଗମେଣ୍ଟ ପାଇଁ ୧୦ ଟି ଲେଖାଏଁ ଭୋଟ ଗଣତି ଟେବୁଲ୍ କରା ହୋଇଥିବା ବେଳେ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ୧୨ଟି ଭୋଟ ଗଣତି ଟେବୁଲ୍ କରା ହୋଇଛି , କାରଣ ଏଠାରେ ୨ ଟି ନିର୍ବାଚନ ମଣ୍ଡଳୀର ପୋଷ୍ଟାଲ ବେଲଟ ମଧ୍ୟ ଗଣତି ହେବ ।
ମୋହନାରେ ମୋଟ ୨୯୭ ଟି ମତଦାନ କେନ୍ଦ୍ର ଥିବା ଯୋଗୁଁ ସେଥିପାଇଁ ୩୦ ରାଉଣ୍ଡ ଭୋଟ ଗଣତି ହେବ ଏବଂ ପାରଳାଖେମୁଣ୍ଡିରେ ମୋଟ ୨୭୩ ଟି ମତଦାନ କେନ୍ଦ୍ର ଥିବା ଯୋଗୁଁ ସେଥିପାଇଁ ୨୮ ରାଉଣ୍ଡ ଭୋଟ ଗଣତି ହେବ ।
ଭୋଟ ଗଣତି ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ଲେୟାର ବିଶିଷ୍ଟ ସୁରକ୍ଷା ବ୍ୟବସ୍ଥା କରାଯିବ ଯାହାକି (୧)- କାଉଣ୍ଟିଙ୍ଗ ହଲ ଠାରୁ ୧୦୦ ମିଟର ଦୁରତାରେ କଡା ସୁରକ୍ଷା ବ୍ୟବସ୍ଥା (୨) କାଉଣ୍ଟିଙ୍ଗ ହଲ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ଏବଂ (୩) କାଉଣ୍ଟିଙ୍ଗ ହଲ ଭିତରକୁ ପ୍ରବେଶ କରିବା ଠାରେ ଏକ କଡା ସୁରକ୍ଷା ବ୍ୟବସ୍ଥା ପ୍ରୋଟୋକଲ ଅନୁସାରେ କରାଯିବ । ଏଥିପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ ବ୍ୟବସ୍ଥାରେ ସିପିଡିଏଫ: , ଷ୍ଟେଟ ଆର୍ମଡ ପୋଲିସ ଏବଂ ନରମାଲ ପୋଲିସ ଅଛନ୍ତି।
କଲେଜ୍ କେମ୍ପସ ମଧ୍ୟରେ ଏହି ଭୋଟ ଗଣତି କାର୍ଯ୍ୟ ହେଉଥିବା ଯୋଗୁଁ ଭୋଟ ଗଣତି ସମ୍ବନ୍ଧୀୟ ବିଭିନ୍ନ ବିଷୟ ଜାଣିବା ଓ ଦେଖିବା ପାଇଁ ଜନସାଧାରଣଙ୍କ ନିମନ୍ତେ ସଂପୃକ୍ତ କଲେଜ୍ ପଡ଼ିଆରେ ଏକ ମେଗା ସ୍କ୍ରିନ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରିଟର୍ଣୀଙ୍ଗ ଅଫିସର ଶ୍ରୀ ଅନୁପ ପଣ୍ଡା ଏବଂ ମୋହନା ନିର୍ବାଚନ ମଣ୍ଡଳୀ ରିଟର୍ଣୀଙ୍ଗ ଅଫିସର ଶ୍ରୀ ବିରେନ୍ଦ୍ର କୁମାର ଦାସ ପ୍ରମୁଖ ମଞ୍ଚାସିନ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930