Indus Valley Times

ଗଜପତି: “ନିୟତି” ଅନୁଷ୍ଠାନରେ ୭୭ତମ ସ୍ବାଧିନତା ଦିବସ ପାଳିତ

 Breaking News

ଗଜପତି: “ନିୟତି” ଅନୁଷ୍ଠାନରେ ୭୭ତମ ସ୍ବାଧିନତା ଦିବସ ପାଳିତ

ଗଜପତି: “ନିୟତି” ଅନୁଷ୍ଠାନରେ ୭୭ତମ ସ୍ବାଧିନତା ଦିବସ ପାଳିତ
August 17
17:08 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୮: ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଣୀପେଣ୍ଠା ଗ୍ରାମ ଠାରେ ଥିବା ମାନସିକ ଅନଗ୍ରସର ଅନୁଷ୍ଠାନ “ନିୟତି” ଠାରେ ୭୭-ତମ ସ୍ଵାଧୀନତା ଦିବସ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ।
ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡଃ ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ମନୋଜ କୁମାର ପଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଏ ଦେଶ , ଏ ମାଟି, ଆମ ପାଇଁ ଗର୍ବ ଗୌରବ ବୋଲି କହି ଦେଶପ୍ରେମୀ ସଂଗ୍ରାମୀ ମାନଙ୍କ ଆତ୍ମୋତ୍ସର୍ଗ ଏବଂ ଜାତୀୟ ପ୍ରୀତି ଓ ସ୍ବାଧିନତା ପ୍ରାପ୍ତି ଉପରେ ବିଶେଷ ଆଲୋକପାତ କରିଥିଲେ ।
ସେହିଭଳି ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ , କୋଷାଧ୍ୟକ୍ଷ ଶ୍ରୀ ଲୋକନାଥ ମିଶ୍ର , ଫିଯଥରକ୍ଷଫି ଡଃ ଅରୁଣ ନାୟକ , \”ନିୟତି\” ସ୍କୁଲ ଅଧ୍ୟକ୍ଷା ସ୍ୱେହଲତା ପାଣିଗ୍ରାହୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାଧୀନତାର ମୂଲ୍ୟବୋଧ ଉପରେ ନିଜ ନିଜ ମନ୍ତବ୍ୟ ଦେଇଥିଲେ ।
ଶେଷରେ ସୁନିତି ଗମାଙ୍ଗ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ନିକଟସ୍ଥ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ଛାତ୍ରୀ ମାନେ
ରଙ୍ଗା ରଙ୍ଗ ସଂକ୍ଷସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031