Indus Valley Times

ଗଜପତି: ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ

 Breaking News

ଗଜପତି: ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ

September 29
11:13 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୯: ପାରଳାଖେମୁଣ୍ଡି:-୨୮/୯(ଗଣେଶ କୁମାର ରାଜୁ):-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଗଜପତି ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଏବଂ ଯୁବସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ.ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ପାରଳାଖେମୁଣ୍ଡି ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲୀ ଚରଣ ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏହି ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଏବଂ ଯୁବ ସମ୍ବାଦ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକାଞ୍ଚଳ ସମେତ ସହରାଞ୍ଚଳରୁ ପ୍ରାୟ ୩୦୦ରୁ ଉର୍ଦ୍ଧ ଜଣ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଯୁବଗୋଷ୍ଠି ଯୋଗ ଦେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିଲେ ।
ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ , ଏଭଳି କାର୍ଯ୍ୟକ୍ରମ ଦ୍ୱାରା ସମଗ୍ର ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସୂଚିତ କରୁଛି ।
ଯୁବଗୋଷ୍ଠୀ ମାନେ ଭଲ ପାଠ ପଢିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଯଥା ସାଂସ୍କୃତିକ ଓ ବିଭିନ୍ନ କଳାତ୍ମକ ପ୍ରତିଯୋଗିତାରେ ଭାଗନେବା ଦ୍ୱାରା ନିଜ ନିଜ ବ୍ୟକ୍ତିତ୍ୱ ସହ ଦେଶର ବିକାଶ ଓ ପରିଚୟ ଅଭିବୃଦ୍ଧି ହେବାରେ ବିଶେଷ ସହାୟକ ହୋଇଥାଏ ।
ଏହି ଉତ୍ସବ ଅବସରରେ ଆଜି ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଗୁଡିକ ମଧ୍ୟରେ ମୋବାଇଲ ଫଟୋଗ୍ରାଫି , ପେଇନ୍ଟିଂ , ପୟେଟ୍ରି , ଡିକ୍ଲାମେସନ , ଯୁବ ସମ୍ବାଦ ଓ ଦଳଗତ ସାଂସ୍କୃତିକ ଉତ୍ସବ ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ଏଥିରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କାର୍ର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରାଓ ଏବଂ ଗଜପତି ଜିଲ୍ଲା ପରିଷଦ ସିଡିଓ: ତଥା ଇଓ: ଶ୍ରୀ ରୋମାଞ୍ଚଳ ଖମାରୀ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ମାନେ ହେଲେ :- ଏକ ଫୋଟଗ୍ରାଫିରେ ପ୍ରଥମ ସ୍ଥାନରେ ଶ୍ରୀ ସୁବାଶିସ ଜେନା , ଦ୍ୱିତୀୟ ସ୍ଥାନରେ ଶ୍ରୀ ରାଜପୁତ ପବନ କୁମାର ଏବଂ ତୃତୀୟ ସ୍ଥାନରେ ଶ୍ରୀ ଟି.ହେମା ସୁନ୍ଦର ।
ସେହିପରି ଯୁବସମ୍ମିଳନୀ ଆଲୋଚନାରେ ଇପ୍ସିତା ପାଢୀ , ସିଏଚ୍.ରାଧିକା ରାଣୀ , ଶ୍ରୀ ଆର୍. ଜେନା ଓ ପାୟଲ ପାତ୍ର ପୁରସ୍କୃତ ହୋଇଛନ୍ତି ।
ଡିକ୍ଲାମେସନରେ ରୂପାଲି ରଥ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀ ସ୍ମୃତି ରଂଜନ ଅଧିକାରୀ , ସିଏଚ୍.ରାଧୀକା ରାଣୀ ଯଥା କ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସେହିଭଳି ପେଇନ୍ଟିଂରେ ଚାନ୍ଦିନୀ କୁମାରୀ ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତନୁଜା ଭୁୟାଁ ଓ ପାଲକା ଗୀତାଞ୍ଜଳୀ ଯଥା କ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ପୟେଟ୍ରି ଲିଖନରେ କଳ୍ପନା ନାଗବଂଶ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରୋପିତା ପ୍ରଧାନ ଏବଂ ଅଙ୍କିତା ପଣ୍ଡା ଯଥା କ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ସେହିଭଳି ଦଳଗତ ସାଂସ୍କୃତିକ ଉତ୍ସବ ପ୍ରତିଯୋଗିତାରେ ଫୋରଷ୍ଟାର ଗ୍ରୁପ , ସୁମୀ ଆଣ୍ଡ ଗ୍ରୁପ ଓ ସୋନାଲି ଆଣ୍ଡ ଗ୍ରୁପକୁ ପୁରସ୍କୃତ କରାଯାଇଛି ।
ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ନେହେରୁ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ ଯୁବ ଉତ୍ସବ ପ୍ରତିଯୋଗିତାରେ ଭାଗ ନେବେ ବୋଲି ସୂଚନା ପ୍ରଦାନ କରାଯାଇଛି ।
ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବରିଷ୍ଠ କଳାକାର ଓ ବୁଦ୍ଧିଜୀବୀ ଯଥା:- ଶ୍ରୀ ମନୋଜ କୁମାର ପାଢୀ , ସୁଶ୍ରୀ ଡି.ପ୍ରିୟଙ୍କା ଓ ଶ୍ରୀ ଗଣେଶ ମହାରଣା ପ୍ରମୁଖଙ୍କ ସମେତ ୧୮ଜଣ , ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ କେନ୍ଦ୍ରର ସ୍ୱେଚ୍ଛାସେବୀ ବି.ଭବାନୀ , ଏ. ମହେସ୍ୱର ରାଓ , ଏସ.ଜଗା ପତି, ଏସ୍. ପ୍ରବୀଣ , ଆଜାଦଙ୍କ ସମେତ ସଖୀ ୱାନ୍ଷ୍ଟପର ମୋହିନୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031