Indus Valley Times

ଗଜପତି:- ପାରଳାଖେମୁଣ୍ଡିର ଦାମୋଦର ବିହାର : ଅସରାଏ ବର୍ଷାରେ ଶୋଚନୀୟ ଅବସ୍ଥା ହୋଇପଡୁଛି

 Breaking News

ଗଜପତି:- ପାରଳାଖେମୁଣ୍ଡିର ଦାମୋଦର ବିହାର : ଅସରାଏ ବର୍ଷାରେ ଶୋଚନୀୟ ଅବସ୍ଥା ହୋଇପଡୁଛି

ଗଜପତି:- ପାରଳାଖେମୁଣ୍ଡିର ଦାମୋଦର ବିହାର : ଅସରାଏ ବର୍ଷାରେ ଶୋଚନୀୟ ଅବସ୍ଥା ହୋଇପଡୁଛି
July 22
19:49 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୭ : ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଗଢି ଉଠିଥିବା ଦାମୋଦର ବିହାର ଅଞ୍ଚଳବାସୀ କେବଳ ଆଜି ନୁହଁ , ଯେତେବେଳେ ବି ବର୍ଷା ହୁଏ ସେହି ସମୟ ବେଳେ ଘୋର ହନ୍ତସନ୍ତ ହୋଇପଡନ୍ତି । ଏମିତିକି , ଅସରାଏ ବର୍ଷା ହେଲେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥାଏ ।
ବାଇକ୍ ଗାଡି କଥା ଛାଡ଼ନ୍ତୁ ଏଠାରେ ବର୍ଷା ହେଲେ ଚାଲିଚାଲି ଯିବା ମଧ୍ୟ ସମ୍ଭବ ହୋଇ ନ ଥାଏ । ଆଣ୍ଠୁଏ ନାଳ ନର୍ଦ୍ଦମା ଅପରିଷ୍କାର ପାଣି ସହ ବର୍ଷା ପାଣି ମିଶାଇ ଆଣ୍ଠୁ ଉପରକୁ ପାଣି ଜମି ରହେ । ଦୀର୍ଘ ଘଣ୍ଟା ଧରି ସେହି ଅପରିଷ୍କାର ପାଣି କୌଣସି ଆଡେ ପ୍ରାୟତଃ ନିଷ୍କାସନ ହୋଇ ନ ପାରି ଜମି ରହିଥାଏ ।
ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ହନ୍ତସନ୍ତ ହୋଇପଡନ୍ତି । ବିଭିନ୍ନ କାର୍ଯ୍ୟରେ ନିଜେ କି ନିଜର ପିଲାମାନଙ୍କୁ ବିଦ୍ୟାଳୟକୁ ନେବା ଆଣିବାରେ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଦାମୋଦର ବିହାର ଅଞ୍ଚଳବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ।
ପାରଳାଖେମୁଣ୍ଡି ସହରକୁ ଲାଗି ରହିଥିବା ଏହି ଦାମୋଦର ବିହାର ଅଞ୍ଚଳ ଆଜି ଜିଲ୍ଲା ପ୍ରଶାସନିକ ହେଉ କି ବ୍ଲକ୍ ପ୍ରଶାସନିକ ବ୍ୟବସ୍ଥାରେ ଉଦାସୀନତା ଓ ବୈମାତୃକ ମନୋଭାବ ଯୋଗୁଁ ଘୋର ଅବହେଳାର ଶିକାର ହୋଇ ବର୍ଷା ବେଳେ ବାଧ୍ୟ ବାଧକତା ଭାବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ପୌର ପରିଷଦ ନା ପଞ୍ଚାୟତ କେହି ଏହାର ଉନ୍ନତି ନିମନ୍ତେ ଚେଷ୍ଟା କରୁନାହାନ୍ତି।
କିଛିଦିନ ତଳେ କେରାଣ୍ଡି ପଞ୍ଚାୟତ ପକ୍ଷରୁ ରାସ୍ତାରେ କିଛି ମୋରମ ପକାଇ ନିଜର କର୍ତ୍ତବ୍ୟ ସାରି ଦେଇଛନ୍ତି। ତାହା ମଧ୍ୟ ଟିକିଏ ବର୍ଷା କାଦୁଆ ପଚ ପଚ୍ , ଯିବା ଆସିବାରେ ଘୋର ବାଧା ସୃଷ୍ଟି ହୋଇଥାଏ ।
ସେହିପରି ପଞ୍ଚାୟତ ପକ୍ଷରୁ ସିମେଣ୍ଟ ରାସ୍ତାଟିଏ ହୋଇଥିଲେ ମଧ୍ୟ ରାସ୍ତା ଖାଲଢିପ ହୋଇଥିବା ଯୋଗୁଁ ଅଳ୍ପ ବର୍ଷାରେ ପାଣି ଓ ଆବର୍ଜନା ଜମି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏଠାରେ ମଶା , ମାଛିଙ୍କ ଉପଦ୍ରବ ଦ୍ବାରା ବର୍ଷା ଦିନିଆ ରୋଗ ବ୍ୟାପିବାର ଆମନ୍ତ୍ରଣ ପ୍ରତି ଦାମୋଦର ବିହାର ବାସୀଙ୍କ ଘୋର ଭୟ ରହିଛି।
ଏଣୁ ଦାମୋଦର ବିହାର ବାସୀ ଏହି ଅଞ୍ଚଳର ରାସ୍ତାଘାଟର ଉନ୍ନତି କରଣ , ରାସ୍ତା ଆଲୋକୀକରଣ , ବର୍ଜ୍ୟ ବସ୍ତୁ ଓ ମଇଳା ପାଣି ନିଷ୍କାସନ ଦିଗରେ ଦୃଷ୍ଟି ଦେବାପାଇଁ ପ୍ରଶାସନକୁ ଅନୁରୋଧ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031