Indus Valley Times

ଗଜପତି: ପାରଳାଖେମୁଣ୍ଡି ଠାରେ ପ୍ରବାଦ-ପୁରୁଷ ବିଜୁ ପଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ପାରଳାଖେମୁଣ୍ଡି ଠାରେ ପ୍ରବାଦ-ପୁରୁଷ ବିଜୁ ପଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ପାରଳାଖେମୁଣ୍ଡି ଠାରେ ପ୍ରବାଦ-ପୁରୁଷ ବିଜୁ ପଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
April 17
19:52 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୪ : ମହାନ ଜନନାୟକ , ପ୍ରବାଦ ପୁରୁଷ , କଳିଙ୍ଗର ବରପୁତ୍ର ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟନାୟକଙ୍କ ୨୫ ତମ ତିରୋଧାନ ତଥା ଶ୍ରାଦ୍ଧ ଦିବସ ପାଳନ ଅବସରରେ ଆଜି ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାରଳାଖେମୁଣ୍ଡି ଉପକଣ୍ଠ ଓଡିଶା-ଆନ୍ଧ୍ର ସୀମାନ୍ତରେ ପ୍ରବାହିତ ହେଉଥିବା
ପୁଣ୍ୟତୋୟା ପବିତ୍ର ମହେନ୍ଦ୍ର-ତନୟା ନଦୀ-ଘାଟ ଠାରେ ସ୍ବର୍ଗତ ବିଜୁ ପଟନାୟକଙ୍କ ଉଦ୍ଦେଶ୍ୟରେ ସକାଳ ୭.୩୦ ସମୟରେ ଦଳୀୟ ନେତା ଓ କର୍ମୀ ମାନେ ତିଳଅର୍ପଣ ଓ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ କରି ପୁଷ୍ପ ଅର୍ପଣ ପୂର୍ବକଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ପରେ ପାରଳାଖେମୁଣ୍ଡି ମୁଖ୍ୟ ବଜାର ଛକ ଠାରେ ସଫେଇ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ମାନେ ଅଂଶଗ୍ରହଣ କରି ଝାଡୁ ଧରି ରାସ୍ତାର ଅଳିଆ ସଫା କରିଥିଲେ ।
ପରିଶେଷରେ କଲେଜ ଛକ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ବିଜେଡି ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ଙ୍କ ନେତୃତ୍ୱରେ ସମସ୍ତ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ରହି ପୁଷ୍ପ ଓ ମାଲ୍ୟ ଅର୍ପଣ ପୂର୍ବକ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକଙ୍କ ସମେତ ରାଜକୁମାରୀ କଲ୍ୟାଣୀ ଗଜପତି , ଯୁବନେତା ଈଂ. ରୂପେଶ କୁମାର ପାଣିଗ୍ରାହୀ , ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ , ଶ୍ରୀ ମାରୁତ ପାଲ , ଶ୍ରୀ ଲଷ୍ମୀକାନ୍ତ ପରିଛା , ଶ୍ରୀ ଜମିଦାର ପଟନାୟକ , ପାରଳା ପୌର ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠି , ପୌର ଉପାଧ୍ୟକ୍ଷ୍ୟ ଶ୍ରୀ ଲେଙ୍କା ମଧୁ , ବରିଷ୍ଠ ନେତା ଶ୍ରୀ ବସନ୍ତ ଦାସ , ଶ୍ରୀ ଏସ ଲିଙ୍ଗାରାଜୁ , ପ୍ରନୋଜ ପଟନାୟକ ପ୍ରମୂଖଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031