Indus Valley Times

ଗଜପତି: ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତଶାସନ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତଶାସନ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

September 01
20:03 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୯: ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ପକ୍ଷରୁ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପୌର ପରିଷଦ ଠାରେ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ଶ୍ରୀମତୀ ସେଠୀଙ୍କ ସମେତ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ ।
ପୌର ପରିଷଦ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଏବଂ ହେବାକୁ ଥିବା ବିଭିନ୍ନ ଉନ୍ନତି ମୂଳକ କାର‌୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ପାରଳା ପୌର ପରିଷଦକୁ ସରସ ସୁନ୍ଦର ଓ ସ୍ବଚ୍ଛତା ଭାବେ ଗଢି ତୋଳିବା ଦିଗରେ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ କରିଥିଲେ ।
ଏହି ଅବସରରେ ପୌର ପରିଷଦ କାର୍ଯ୍ୟାଳୟ ପରିସରରୁ ଏକ ସ୍ୱଚ୍ଛତା ଅଭିଯାନ ରଥର ଶୁଭାରମ୍ଭ ହେବା ସହ ଏକ ସ୍ୱଚ୍ଛ ଶୋଭାଯାତ୍ରା ବାହାରିଥିଲା । ଏହାକୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ସ୍ବଚ୍ଛତା ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ପୌର ଓ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ , କାଉନସିଲର ବୃନ୍ଦ , ସ୍କେଟିଂ ଛାତ୍ରଛାତ୍ରୀ ଏବଂ ସ୍ଵଚ୍ଛସାଥି ପ୍ରମୁଖ ଯୋଗ ଦେଇ ବିଭିନ୍ନ ସଚେଚେତନା ମୂଳକ ପ୍ଳା-କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ଭ୍ରମଣ କରିବା ସହ ସ୍ବଚ୍ଛତା ଉପରେ ସହର ବାସିଙ୍କୁ ସଚେତନ କରାଇଥିଲେ ।
ପରେ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟ ସମ୍ମୁଖ ରାସ୍ତାରେ ପାରଳା ପୌର ପରିଷଦ ଓ ଦେବଗିରି ବନ ରେଞ୍ଜର ମିଳିତରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ସମେତ ଏସପି ଶ୍ରୀ ଜୟରାମ ଶତପଥି , ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ସେଠୀ , ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ , ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ବେହେରା , ବନ ବିଭାଗ ଓ ପୌର କର୍ମଚାରୀ ଏବଂ କାଉନସିଲର ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।
ଏହି ଅବସରରେ ସନ୍ଧ୍ୟା ସମୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ସଭାଗୃହ ଠାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ , ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟଅତିଥି ଭାବେ ଏବଂ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର , ରାଜ୍ୟର ସହରାଞ୍ଚଳର ବିକାଶ ଦିଗରେ ଅଧିକ ଗୁରୁତ୍ଵ ଦେଇ କିଭଳି ବିଭିନ୍ନ ଯୋଜନା କାର୍ଯ୍ୟ ସବୁ ଚାଲିଛି ସେ ସମ୍ପର୍କରେ କହି ପାରଳାଖେମୁଣ୍ଡି ସହରର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ପାରଳା ରାଜଜେମା କଲ୍ୟାଣୀ ଗଜପତି , ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଏସପି: ଶ୍ରୀ ଜୟରାମ ଶତପଥି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ପୌର ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ ଓ ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା ପ୍ରମୁଖ ଯୋଗଦେଇ ପାରଳା ସହରକୁ ସର୍ବାଙ୍ଗୀନ ଉନ୍ନତି , ସ୍ବଚ୍ଛତା ଓ ସରସ ସୁନ୍ଦର ପ୍ରଭୃତି କ୍ଷେତ୍ରରେ ବିଶେଷ ସହଯୋଗ କରିବା ପାଇଁ କାମନା କରିଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ନାୟକ ଏବଂ ସମ୍ମାନିତ ଅତିଥି ସାଂସଦ ଶ୍ରୀ ସାହୁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରିବା ସହ ଭୂମିହୀନ ମାନଙ୍କୁ ଘରଢ଼ିଅ ପଟ୍ଟା ଏବଂ ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା ବଣ୍ଟନ କରା ଯାଇଥିଲା ।
ଏହି ଅବସରରେ ସହରର ବିଭିନ୍ନ ଛକ ଠାରେ ହାଇମାକ୍ସ୍ ଲାଇଟର ଉଦଘାଟନ କରା ଯାଇଥିଲା ।
ଶେଷରେ , ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ , ଯନ୍ତ୍ରୀ ସୁନିଲ ଚମ୍ପତ୍ତି , ଯନ୍ତ୍ରୀ ଏମ: ଯୁଧିଷ୍ଟିର , ଯନ୍ତ୍ରୀ କିଷାନ ବାବୁ , ଶ୍ରୀ ବିରଞ୍ଚି ମିଶ୍ର , ଶ୍ରୀ ଖଞ୍ଜ ବାବୁ , ଶ୍ରୀ ଘନଶ୍ୟାମ ବେହେରା , ଇନ୍ଦିରା ଗୌଡ଼ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031