Indus Valley Times

ଗଜପତି: ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

October 16
19:49 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୬/୧୦: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ନିମନ୍ତେ ସ୍ବାଗତ ମହୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହେଇଯାଇଛି।
ଉତ୍ସବ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ସ୍ବାଗତ ଉତ୍ସବ କାର‌୍ୟ୍ୟକ୍ରମର ମହତ୍ବ ଓ ତାର ଗୁରୁତ୍ୱ ଉପରେ ଉପାଦେୟ ସୂଚନା ଦେଇ ଛାତ୍ରୀମାନଙ୍କୁ ଅବଗତ କରାଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ସଂଗୀତ ନିର୍ଦ୍ଦେଶନାରେ ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ । ପରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ଦ୍ବାରା ନିଜ ନିଜର ପରିଚୟ ପ୍ରଦାନ ସହ ଦ୍ବିତୀୟ ବର୍ଷ ଛାତ୍ରୀ ମାନଙ୍କ ସହ ଏକ ବନ୍ଧୁମିଳନର ଆୟୋଜନ କରା ଯାଇଥିଲା ଏବଂ ଶେଷରେ ଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବରେ ସଫଳ କରିବାରେ ବରିଷ୍ଠ ପ୍ରାଧ୍ୟାପିକା ଡ: ମନସ୍ବିନୀ ଦାସ , ଅଧ୍ୟାପକ ଡ: ମହେନ୍ଦ୍ର ରଇତ , ଅଧ୍ୟାପକ ଡ:.ନୃସିଂହ ପାଣିଗ୍ରାହୀ , ଗୁରୁ ଶ୍ରୀ ରଘୁନାଥ ପାତ୍ର ପ୍ରମୁଖଙ୍କ ସମେତ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ବିଶେଷ ସହଯୋଗ ରହିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031