Indus Valley Times

ଗଜପତି: ପାରଳା ପୌରାଞ୍ଚଳରେ କେନ୍ଦ୍ର ସରକାରଙ୍କ ସମନ୍ୱିତ ସ୍ଵାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ

 Breaking News

ଗଜପତି: ପାରଳା ପୌରାଞ୍ଚଳରେ କେନ୍ଦ୍ର ସରକାରଙ୍କ ସମନ୍ୱିତ ସ୍ଵାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ

July 25
20:06 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୭: ପାରଳାଖେମୁଣ୍ଡି ପୌରାଞ୍ଚଳରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ସହରାଞ୍ଚଳ ମିଶନ ଆନୁକୁଲ୍ୟରେ ଭାରତ ସରକାରଙ୍କ ଏମଡିଡି: କାର୍ଯ୍ୟକ୍ରମ ଅନ୍ତର୍ଗତରେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଆଗେଇ ଚାଲିଛି ।
ଏହି ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ପାରଳା ସହରର ବିଭିନ୍ନ ୱାର୍ଡ ମାନଙ୍କରେ ୱାର୍ଡର ଏଏନଏମ:ଙ୍କ ସମେତ ପ୍ରତ୍ୟେକ ୱାର୍ଡର ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ପ୍ରତ୍ୟେକ ଘରକୁ ଘର ଯାଇ ମ୍ୟାଲେରିଆ , ଡେଙ୍ଗୁ , ଡାଇରିଆ , ଯକ୍ଷ୍ମା , ଫାଇଲେରିଆ ଓ କୁଷ୍ଠ ରୋଗ ଉପରେ ଚିହ୍ନଟର ସର୍ବେକ୍ଷଣ କରିବା ସହ ଉପରୋକ୍ତ ରୋଗ ଗୁଡିକ ଉପରେ ଘରେ କାହାର କିଛି ବା କୌଣସି ପ୍ରକାରର ଲକ୍ଷଣ ଦେଖା ଦେଉଛି କି ବୋଲି ପଚାରି ବୁଝି ରେକର୍ଡ ଖାତାରେ ଲେଖୁଛନ୍ତି ।
ଲକ୍ଷଣ ଥିଲେ ଡାକ୍ତରଖାନାକୁ ତୁରନ୍ତ ଯିବାପାଇଁ ସଚେତନ କରାଉଛନ୍ତି ।
ସେହିଭଳି ଜନସାଧାରଣଙ୍କୁ ଏ ସବୁ ରୋଗର ଲକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ଉପରେ ସଚେତନ କରାଯିବା ସହ ଅଣ ସଂକ୍ରାମକ ରୋଗୀ ମାନଙ୍କୁ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାପାଇଁ ମଧ୍ୟ କୁହାଯାଉଛି ।।
ସେହିଭଳି ଘରେ ମଶାରୀ ଟାଣି ଶୋଇବା , ଜମି ରହିଥିବା ପାଣିକୁ ତୁରନ୍ତ ସଫା ରଖିବା ସହ ମଶା ଦାଉରୁ ରକ୍ଷା ପାଇଁ ପରିବେଶ ସଫାସୁତୁରା ରଖିବା , ଗରମ ପାଣି ପିଇବା ସହ ତଟକା ଖାଦ୍ୟ ଖାଇବା ପ୍ରଭୃତି ଉପରେ ଏହି ଅଭିଯାନ ବେଳେ ଲୋକଙ୍କୁ ସଚେତନ କରାଯାଉଛି ।
ଏ ସବୁ ରୋଗ ଠାରୁ ସମ୍ପୂର୍ଣ ଭାବେ ଦୂରେଇ ରହିବା ପାଇଁ ଲୋକଙ୍କୁ ବିଭିନ୍ନ ରୋଗ ଉପରେ ସଚେତନତା କଳା ବେଳେ ଓଆରଏସ: ପେକେଟ ସହ ସଚେତନତା ପତ୍ର ବଣ୍ଟନ କରାଯାଉଛି । ଯାହାର କୂଅ ଅଛି ସେଥିରେ ବ୍ଲିଚିଙ୍ଗ ପାଉଡର ମିଶାଇ କୂଅରେ ପକାଯାଉଛି ।
ଅନ୍ୟପକ୍ଷରେ ହେଲୋଜିନ ଟାବଲେଟ ସହ ଘରେ ଡାଇରିଆ ରୋଗୀ ଥିଲେ ତା ପାଇଁ ଡାଇରିଆ ଔଷଧ ମଧ୍ୟ ଦିଆଯିବା ବ୍ୟବସ୍ଥା କରାଯାଇଛି ବୋଲି ସର୍ବେକ୍ଷଣ କରୁଥିବା ଏଏନଏମ: ଶ୍ରୀମତୀ ଆରତୀ ବେବର୍ତ୍ତା ଏବଂ ଆଶାକର୍ମୀ ଶ୍ରୀମତୀ ରଞ୍ଜିତା ପ୍ରଧାନ କହିଛନ୍ତି ।
୫ ନଂ ୱାର୍ଡର ଜଙ୍ଗମ୍ ସାହିରେ ଚାଲିଥିବା ଏହି ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମରେ ଏଏନଏମ: ଆରତୀ ବେବର୍ତ୍ତା ସମେତ ଆଶାକର୍ମୀ ରଞ୍ଜିତା ପ୍ରଧାନ , ଅଙ୍ଗନବାଡ଼ି କର୍ମୀ ପ୍ରମୋଦିନୀ ପଟନାୟକ ଏବଂ ବୋମାଲି ସାରଦା ପ୍ରମୁଖ ସାମିଲ ଥିଲେ ।
ସେହିଭଳି ବିଭିନ୍ନ ସଂକ୍ରାମକ ରୋଗର ସ୍ୱଳ୍ପ ଲକ୍ଷଣ ଥିବା ବ୍ୟକ୍ତି ସହଜରେ ଚିହ୍ନଟ ହୋଇ ନ ପାରି ବିନା ଚିକିତ୍ସାରେ ରହି ଯାଇଥାନ୍ତି , ସେମାନଙ୍କୁ ଖୋଜି ବାହାର କରି ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସିଡ଼ିଏମଓ: ତଥା ଜିଲ୍ଲାମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031