Indus Valley Times

ଗଜପତି: ପୌର ଓ ଏନଏସି ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ପୋଲିଙ୍ଗ ବୁଥକୁ ମୋବାଇଲ ପାର୍ଟିଙ୍କୁ ପଠାଗଲା

 Breaking News

ଗଜପତି: ପୌର ଓ ଏନଏସି ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ପୋଲିଙ୍ଗ ବୁଥକୁ ମୋବାଇଲ ପାର୍ଟିଙ୍କୁ ପଠାଗଲା

March 23
19:40 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ଗଜପତି, ୨୩/୩ : ଆସନ୍ତା କାଲି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌର ପରିଷଦ ଓ କାଶୀନଗର ଏନଏସି: ରେ ଅଧ୍ୟକ୍ଷ ଓ କାଉନଶୀଲର ପଦବୀ ନିମନ୍ତେ ନିର୍ବାଚନର ମତଦାନ ଅନୁଷ୍ଠିତ ହେବ ।
ଏଥିପାଇଁ ଜିଲ୍ଲା ନିର୍ବାଚନ ପ୍ରଶାସନ ପକ୍ଷରିଲୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଧବାର ପାରାଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟର ଲେ ପରିସରରେ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ଦିଲୀପ କୁମାର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଏଥିପାଇଁ ବିଭିନ୍ନ ସ୍ତରର ୯ ଟି କାଉଣ୍ଟର ଷ୍ଟଲ ଖୋଲା ଯାଇଥିଲା ।
ଆସିଥିବା ପୋଲିଙ୍ଗ ପାର୍ଟି ସେମାନଙ୍କ ନାମ ପଞ୍ଜିକରଣ କରାଇବା ସହ ସମ୍ପୃକ୍ତ କାଉଣ୍ଟର ଷ୍ଟଲରୁ ସେମାନଙ୍କ ପୋଲିଙ୍ଗ ସାମଗ୍ରୀ ଓ ଇଭିଏମ ମେସିନ ପ୍ରଭୃତି ନେଇଥିଲେ । ଏସବୁ ନେବାପରେ ସେମାନେ ନେଇଥିବା ସମସ୍ତ ସାମଗ୍ରୀ ଓ ଇଭିଏମ ମେସିନ ସବୁ ଠିକ ଅଛି ନା ନାହିଁ ଯାଞ୍ଚ କରିଥିଲେ । ଏହା ହେବାପରେ ସେମାନେ ନିଜ ଗନ୍ତବ୍ୟ ସ୍ଥଳ ପୋଲିଙ୍ଗ ବୁଥକୁ ଗାଡି ଯୋଗେ ସେକ୍ଟର ଅଧିକାରୀଙ୍କ ଯୋଗସୂତ୍ର ପ୍ରକାରେ ଯାଇଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ , ପାରାଳାଖେମୁଣ୍ଡି ପୌର ପରିଷଦ ଅଧୀନରେ ୧୬ଟି ୱାର୍ଡ ଥିବା ବେଳେ ଏଠାରେ ମୋଟ ଭୋଟର ସଂଖ୍ୟା ୩୪ ହଜାର ୭୬ ରହିଛି କ୍ଷ ଏହି ୧୬ ଟି ୱାର୍ଡ ପାଇଁ ମୋଟ ୩୮ଟି ମତାଦାନ କେନ୍ଦ୍ର ହୋଇଥିବା ବେଳେ ୧୯୦ ଜଣ ପୋଲିଙ୍ଗ ପରସନଲ ସହ ୨୦ ଜଣ ରିଜର୍ଭରେ ଅଛନ୍ତି ।
ଏଠାରେ ଅଧ୍ୟକ୍ଷା ପଦବୀ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ଯଥା:- ବିଜେଡି , କଂଗ୍ରେସ ଓ ବିଜେପି ପକ୍ଷରୁ ୩ ଜଣ ମହିଳା ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିଭଳି ଏଠାରେ ରହିଥିବା ୧୬ଟି ୱାର୍ଡ ମଧ୍ୟରୁ ଗୋଟିଏ ୱାର୍ଡ ୧୦ ନଂ ଅପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ଅନ୍ୟ ୧୫ ଟି ୱାର୍ଡସଭ୍ୟ ପଦବୀ ପାଇଁ ୫୫ ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି ।
ପାରଳାଖେମୁଣ୍ଡି ପୌର ପରିଷଦ ଓ କାଶୀନଗର ଏନଏସି ନିର୍ବାଚନ ପାଇଁ ଏଠାରେ ଅଧ୍ୟକ୍ଷ ପଦବୀ ପାଇଁ ଗୋଟିଏ ଏବଂ କାଉନସିଳଲ ପଦବି ପାଇଁ ଗୋଟିଏ ଏଭଳି ୨ଟି ଇଭିଏମ ମତଦାନ ପାଇଁ ରହିବ ।
ଏଠାରେ ମୋଟ ୩୮ଟି ମତାଦାନ କେନ୍ଦ୍ର ମଧ୍ୟରୁ ୫\’ ଟି ଯଥା:- ୧, ୨, ୩, ୧୭ ଓ ୧୮ ଉତ୍ତେଜନା ପ୍ରବଣ କେନ୍ଦ୍ର ଭାବେ ଚି଼ହ୍ନଟ ହୋଇଥିବା ବେଳେ ସେଠାରେ ସିସି କେମେରା ର ବ୍ୟବସ୍ଥା କରାଯାଇଛି ।
୪ଟା ଷ୍ଟ୍ରଇକିଙ୍ଗ ଫୋର୍ସ ଥିବା ବେଳେ ମାଜିଷ୍ଟ୍ରେଟ ଦାୟୀତ୍ୱରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ରହଛନ୍ତି କ୍ଷ ଏଠାରେ ୩ଟି ପିଙ୍କ ଓ ୩ଟି ଆଦର୍ଶ ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ ପିଙ୍କି ମତଦାନ କେନ୍ଦ୍ରରେ କେବଳ ମହିଳା ମାନେ ପୋଲିଙ୍ଗ ଦାୟୀତ୍ୱରେ ରହି ନିର୍ବାଚନ ମତଦାନ ପରିଚାକ୍ଷନା ବ୍ୟବସ୍ଥା କରାଯାଇଛି ।
ଅନ୍ୟପକ୍ଷରେ ଏହି ନିର୍ବାଚନକୁ ସମ୍ପର୍ଣ୍ଣ ଭାବେ ଅବାଧ ଓ ନିରପେକ୍ଷ ସହ ଶାନ୍ତିପୂର୍ଣ୍ଣ ଭାବେ ପରିଚାଲନା କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରା ଯାଇଛି ବୋଲି ନିର୍ବାଚନ ଅଧିକାରୀ ତଥା ଉପ-ଜିଲ୍ଳାପାଳ ଶ୍ରୀ ଦିଲୀପ କୁମାର ମହାରଣା ଜଣାଇଛନ୍ତି କ୍ଷ
ସେହିଭଳି କାଶୀନଗର ଏନଏସି :ରେ ୧୩ ଗୋଟି ୱାର୍ଡରେ ମୋଟ ୮ହଜାର ୧୪୯ ଜଣ ଭୋଟର ରହିଛନ୍ତି କ୍ଷ ଏଠାରେ ୪ ଟି ୱାର୍ଡ କାଉନସିଲର ଅପ୍ରତିଦ୍ବନ୍ଦିତା ରେ ବିଜୟୀ ହୋଇଥିବା ବେଳେ ୯ଟି ୱାର୍ଡ କାଉନସିଳର ଓ ଅଧ୍ୟକ୍ଷକ୍ଷ ପଦଵୀ ପାଇଁ ମତଦାନ ଅନୁଷ୍ଠିତ ହେବ , କ୍ଷ
ଅନ୍ୟପକ୍ଷରେ , ଚଳିତ ପୌର ଓ ଏନଏସି ନିର୍ବାଚନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ମୁକ୍ତ ଅବାଧ ଓ ନିରପେକ୍ଷ ଭାବେ ପରିଚାଲନା କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୃତୟନର ବନ୍ଦୋବସ୍ତ କରାଯାଇଛି ବୋଲି ପୋଲିସ ଏସଡିପିଓ ଶ୍ରୀ ରାମକୃଷ୍ଣ ପତି ସୂଚନା ଦେଇଛନ୍ତି କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031