Indus Valley Times

ଗଜପତି: ପ୍ରଗତି ଅନୁଷ୍ଠାନ ପକ୍ଷରୁ ନବ ଉତ୍କଳର ନିର୍ମାତା ପାରଳା ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୫୧ ତମ ଶ୍ରାଦ୍ଧୋତ୍ସବ ପାଳିତ

 Breaking News

ଗଜପତି: ପ୍ରଗତି ଅନୁଷ୍ଠାନ ପକ୍ଷରୁ ନବ ଉତ୍କଳର ନିର୍ମାତା ପାରଳା ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୫୧ ତମ ଶ୍ରାଦ୍ଧୋତ୍ସବ ପାଳିତ

ଗଜପତି: ପ୍ରଗତି ଅନୁଷ୍ଠାନ ପକ୍ଷରୁ ନବ ଉତ୍କଳର ନିର୍ମାତା ପାରଳା ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୫୧ ତମ ଶ୍ରାଦ୍ଧୋତ୍ସବ ପାଳିତ
May 25
19:54 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୫: ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ତଥା ଅନ୍ୟତମ କର୍ଣ୍ଣଧାର ଓ ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ ଏବଂ ଉତ୍କଳବାସୀଙ୍କ ପାଇଁ ଗୌରବର ସ୍ବାକ୍ଷର ବହନ କରୁଥିବା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୫୧ ତମ ଶ୍ରାଦ୍ଧୋତ୍ସବ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଓ ସମାଜ ସେବା ଅନୁଷ୍ଠାନ \”ପ୍ରଗତି ମହିଳା ସଂଗଠନ\” ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି ।
ଅନୁଷ୍ଠିତ ମାଲ୍ୟାର୍ପଣ ଉତ୍ସବରେ ପ୍ରଗତି ମହିଳା ସଂଗଠନର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ଗଜପତି ବିହାର ସ୍ଥିତ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସ୍ମୃତି ସୌଧ-ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସମେତ ବଜାର ଛକ ସ୍ଥିତ ମହାରାଜା ପ୍ରତିମୂର୍ତ୍ତି ଉପରେ ମଧ୍ୟ ପୁଷ୍ପ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏହି ଅବସରରେ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ପୂର୍ବାହ୍ନରେ ଅନୁଷ୍ଠାନର ସଂଯୋଜକ ଶ୍ରୀ ଲୋକନାଥ ମିଶ୍ରଙ୍କ ସଭାପତିତ୍ବରେ ଏକ ଶ୍ରାଦ୍ଧୋତ୍ସବ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ଅବସରପ୍ରାପ୍ତ ବ୍ୟାଙ୍କ୍ ଅଫିସର ଶ୍ରୀ ହରି ମୋହନ ପଟ୍ଟନାୟକ , ସମାଜସେବୀ ଶ୍ରୀ ଭାଗବତ ପାଢ଼ୀ ଏବଂ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଭାଷାଭିତ୍ତିକ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ଗଠନର ଅନ୍ୟତମ ବିନ୍ଧାଣୀ ତଥା ନବ ଉତ୍କଳର ନିର୍ମାତା ଓ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ବାଲ୍ୟ ଓ କର୍ମମୟ ଜୀବନୀ ଆଲୋଚନା କରିବା ସହ ତାଙ୍କର ଓଡ଼ିଆ ଭାଷା କଳା , ସାହିତ୍ୟ ସଂସ୍କୃତି , ଶିକ୍ଷା , ସ୍ୱାସ୍ଥ୍ୟ , କୃଷି , ଜଳସେଚନ , ଯୋଗାଯୋଗ ର ଉନ୍ନତି ପାଇଁ ତାଙ୍କର ଅହରହ ଉଦ୍ୟମ , ତ୍ୟାଗ , ନିଷ୍ଠା ଓ କୃତିତ୍ୱ ଦିଗରେ ବିସ୍ତୃତ ଆଲୋଚନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930